କାହିଁକି ଗଙ୍ଗାମାତା ନିଜ ପୁତ୍ରମାନଙ୍କୁ ନଦୀରେ ଭସେଇ ମାରିଦେଲେ- Rahasyamaya Kahani

ଗଙ୍ଗା ନଦୀ ଭାରତର ସବୁଠୁ ବଡ ଓ ପବିତ୍ର ନଦୀ ଅଟେ । ଗଙ୍ଗାମାତାଙ୍କ ପୂଜା ମଧ୍ୟ କରାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗଙ୍ଗା ମାତା ନିଜର ୭ ଟି ପୁତ୍ର ସନ୍ତାନକୁ ଜନ୍ମ କରିବା ପର ଦିନ ହିଁ ପାଣିରେ ଭସାଇ ଦେଇ ସେମାନଙ୍କୁ ମାରି ଦେଇଥିଲେ । ଏହିଭଳି କରିବା ପଛରେ ବହୁତ ବଡ ରହସ୍ୟ ଲୁଚି ଅଛି । ମହାଭାରତ ଅନୁସାରେ ଦିନେ ହସ୍ତିନାପୁରର ରାଜା ସାନ୍ତନୁ ଗଙ୍ଗା ନଦୀ କୂଳକୁ ଯାଇଥିଲେ ଓ ବିଶ୍ରାମ କରୁଥିବା ସମୟରେ ସେ ସେଠି ମାତା ଗଙ୍ଗାଙ୍କୁ ଦେଖିଥିଲେ ।

ରାଜା ସାନ୍ତନୁ ଗଙ୍ଗା ମାତାଙ୍କର ରୂପ ଓ ଯୌବନ ଦେଖି ତାଙ୍କୁ ବିବାହ ପ୍ରସ୍ତାବ ଦେଲେ । କିନ୍ତୁ ବିବାହ କରିବା ପାଇଁ ଗଙ୍ଗା ମାତା କିଛି ସର୍ତ ରଖିଲେ । କହିଲେ କି ଭବିଷ୍ୟତରେ ସେ ନିଜର ପୁତ୍ରମାନଙ୍କ ସହ ଯାହା ବି କରିବେ ସେ କୌଣସି ବି ପ୍ରକାରର ପ୍ରଶ୍ନ କରିବେ ନାହିଁ । ଯଦି ରାଜା ସାନ୍ତନୁ ତାଙ୍କୁ କିଛି ପ୍ରଶ୍ନ କରିବେ ତେବେ ମାତା ଗଙ୍ଗା ସେହି ପ୍ରଶ୍ନର ଉତ୍ତର ଦେଇ ସବୁଦିନ ପାଇଁ ଚାଲି ଯିବେ ।

ରାଜା ସାନ୍ତନୁ ଗଙ୍ଗା ମାତାଙ୍କର ଏହି ପ୍ରସ୍ତାବରେ ରାଜି ହୋଇ ଗଲେ । ରାଜା ସାନ୍ତନୁ ଓ ମାତା ଗଙ୍ଗାର ବିବାହ ପରେ ତାଙ୍କର ଏକ ପୁତ୍ର ସନ୍ତାନ ହେଲା । କିନ୍ତୁ ଗୋଟିଏ ଦିନ ପରେ ମାତା ଗଙ୍ଗା ନିଜ ପୁତ୍ରକୁ ନେଇ ଗଙ୍ଗା ନଦୀ ଆଡକୁ ଚାଲିଗଲେ ଓ ଏହା ବିଷୟରେ ଶୁଣିବା ପରେ ରାଜା ସାନ୍ତନୁ ବି ଗଙ୍ଗା ମାତାଙ୍କ ପଛେ ପଛେ ଗଲେ । କିନ୍ତୁ ଶର୍ତ ଅନୁଯାୟୀ ରାଜା କିଛି ବି ପ୍ରଶ୍ନ କରିଲେ ନାହିଁ ।

ରାଜାଙ୍କୁ ସେତେବେଳେ ବଡ ଶକ୍ତ ଆଘାତ ଲାଗିଲା ଯେତେବେଳେ ସେ ଦେଖିଲେ କି ମାତା ଗଙ୍ଗା ନିଜ ପୁତ୍ରକୁ ନଦୀରେ ଭସାଇ ଦେଉଛନ୍ତି । ପୁଅର ମୃତ୍ୟୁ ପରେ ରାଜା ଭାଙ୍ଗି ପଡିଲେ । ରାଜା ସାନ୍ତନୁ ଗଙ୍ଗା ମାତାଙ୍କୁ ଏହା ବିଷୟରେ ପ୍ରଶ୍ନ କରିବାକୁ ଚାହୁଁ ଥିଲେ । କିନ୍ତୁ ଗଙ୍ଗାଙ୍କୁ ହରାଇବା ଭୟରେ ସେ କିଛି ବି ପ୍ରଶ୍ନ କରିଲେ ନାହିଁ ।

ଏହିଭଳି ମାତା ଗଙ୍ଗା ନିଜର ୭ ଟି ସନ୍ତାନକୁ ଭସାଇ ଦେଇ ମାରି ଦେଲେ ଓ ରାଜା ସାନ୍ତନୁ ଏହି ସବୁକୁ ଦେଖି ବି ଚୁପ ରହୁଥିଲେ । ଯେତେବେଳେ ମାତା ଗଙ୍ଗା ନିଜର ଅଷ୍ଟମ ପୁତ୍ରକୁ ନଦୀ କୂଳକୁ ନେଇ ଯାଉଥିଲେ ତେବେ ସେହି ସମୟରେ ରାଜା ଏହିଭଳି କରିବାର ପ୍ରଶ୍ନ ପଚାରିଲେ ।

ତେବେ ଗଙ୍ଗା ମାତା କହିଲେ କି ରାଜା ଇନ୍ଦ୍ରଙ୍କ ରକ୍ଷକ ଓ ପ୍ରକୃତିର ରୂପ ବୋଲି ଚର୍ଚିତ ଥିବା ୮ ଜଣ ଭାଇ ଯାହାଙ୍କୁ ବସୁ କୁହାଯାଉ ଥିଲା । ଥରେ ସେମାନେ ନିଜର ପତ୍ନୀଙ୍କ ସହ ଜଙ୍ଗଲରୁ ଫେରୁଥିଲେ । ଏହା ମଧ୍ୟରେ ସେମାନେ ଏକ ଆଶ୍ରମରେ ଥିବା ଗାଈକୁ ନିଜ ସହିତ ନେଇ ଆସିଥିଲେ । କିନ୍ତୁ ସେହି ଗାଈ ମହର୍ଷି ବଶିଷ୍ଟଙ୍କ ଥିଲା । ମହର୍ଷି ବଶିଷ୍ଟ ନିଜର ଗାଈକୁ ହରାଇ ରାଗି ଯାଇ ୮ ଟି ବସୁ ଭାଇଙ୍କୁ ପୃଥିବୀରେ ମାନବ ରୂପରେ ଜନ୍ମ ନେବେ ବୋଲି ଅଭିଶାପ ଦେଲେ ।

ଏହା ବିଷୟରେ ଜାଣିବା ପରେ ୮ ଟି ବସୁ ତାଙ୍କୁ କ୍ଷମା ମାଗିଲେ ଓ ମହର୍ଷି ବଶିଷ୍ଟ ତାଙ୍କର ଅଭିଶାପକୁ କମ କରି କହିଲେ କି ଯେଉଁ ବସୁ ଗାଈକୁ ଚୋରୀ କରି ନେଇଥିଲା ତାକୁ ମାନବ ଜୀବନରେ ବଞ୍ଚିବାକୁ ପଡିବ । ଅନ୍ୟ ସାତ ଜଣଙ୍କୁ ପୃଥିବୀ ପୃଷ୍ଠରେ ରହିବାକୁ ପଡିବ । ୮ ଜଣ ଭାଇ ମାତା ଗଙ୍ଗାକୁ ଏଥିପାଇଁ ସାହାର୍ଯ୍ୟ ମାଗିଲେ ଓ କହିଲେ କି ପୃଥିବୀରେ ଆପଣ ଆମର ମା ହୁଅନ୍ତୁ । ଜନ୍ମ ଦିନ ପର ଦିନ ହିଁ ଆମକୁ ନଦୀରେ ଭସାଇ ଦିଅନ୍ତୁ । ଗଙ୍ଗା ମାତା ଯେଉଁ ୭ ଟି ପୁତ୍ରକୁ ନଦୀରେ ଭସାଇ ଦେଇଥିଲେ ସେମାନେ ବସୁଙ୍କ ୭ ଭାଇ ଥିଲେ ।

ନଦୀରେ ବୁଡିବା ପରେ ସେମାନେ ତାଙ୍କର ଅଭିଶାପରୁ ମୁକ୍ତି ପାଇ ଗଲେ । ଶେଷରେ ଗଙ୍ଗା ମାତା ନିଜ କୋଳରେ ଶୋଇଥିବା ପୁତ୍ରକୁ ରାଜା ସାନ୍ତନୁକୁ ଦେଇ କହିଲେ କି ଏହା ଆପଣଙ୍କର ଅଷ୍ଟମ ପୁତ୍ର । ଏହି ବିଷୟରେ କହିବା ପରେ ଗଙ୍ଗା ମାତା ସର୍ତ ଅନୁଯାୟୀ ସେହି ସ୍ଥାନରୁ ଚାଲିଗଲେ । ରାଜା ସାନ୍ତନୁ ଓ ତାଙ୍କର ଏହି ଅଷ୍ଟମ ପୁତ୍ର ମହାଭାରତରେ ନିଜର ବୀରତ୍ଵ ପାଇଁ ପ୍ରସିଦ୍ଧ ହେଲେ । ରାଜା ସାନ୍ତନୁଙ୍କ ଏହି ପୁତ୍ରକୁ ଆପଣ ସମସ୍ତେ ପିତାମହ ଭୀଷ୍ମ ରୂପରେ ଜାଣିଛନ୍ତି ।

Leave a Reply

Your email address will not be published. Required fields are marked *