ଏହା ହେଉଛି ସଂସାରର ଅଦ୍ଭୁତ ଗଛ, ଯାହା ଦିଏ ଏକା ସହ ୪୦ ପ୍ରକାର ଫଳ!- ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଖବର କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆମେରିକା ରେ ଗୋଟେ ଭିଜୁଆଲ ଆର୍ଟ୍ସ ପ୍ରୋଫେସର ଗୋଟେ ଅଦ୍ଭୁତ ଗଛ ବନେଇଛନ୍ତି, ଯାହା ଉପରେ ୪୦ ପ୍ରକାର ଫଳ ହେଉଛି । ଏହି ଅଦ୍ଭୁତ ଗଛ ‘ଟ୍ରି ଅଫ ୪୦’ ନା ରେ ପ୍ରସିଦ୍ଧ ଅଟେ, ଏହି ଗଛ ରେ ୪୦ଟି ଅଲଗା ଅଲଗା ପ୍ରକାର ଫଳ ହେଉଛି । ଏମିତି ପ୍ରକାର ଗଛ ଆପଣ କେବେ ଦେଖି ନଥିବେ ।

ଟ୍ରି ଅଫ ୪୦ ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ

ଏହି ଅଦ୍ଭୁତ ଗଛ ଦାମ ୧୯ ଲକ୍ଷ ଅଟେ, ଖବର ଅନୁଯାଇ ଆମେରିକା ର ସେରାକ୍ଯୂଜ ଯୂନିୱର୍ସିଟୀ ର ଭିଜୁଆଲ ଆର୍ଟ୍ସ ପ୍ରୋଫେସର ସୈମ ୱନ ଐକେନ ଏହି ଗଛ ବନେଇଛନ୍ତି । ଏହି ଗଛ ବନେଇବା ଓ ବଢେଇବା ପାଇଁ ସେ ବିଜ୍ଞାନର ସାହାଯ୍ୟ ନେଲେ । ଯେତେବେଳେ ସେ ନ୍ୟୁୟର ରାଜ୍ୟ କୃଷି ପ୍ରୟୋଗ ରେ ଗୋଟେ ବଗିଚାରେ ଗଲେ ଏବଂ ସେଠି ସେ ୨୦୦ ପ୍ରକାର ବର କୋଳି ଏବଂ ଏପ୍ରିକଟ ଗଛ ଦେଖି ଥିଲେ ।

ସେହି ବଗିଚା ଫଣ୍ଡ ଅଭାବରୁ ବନ୍ଦ ହବାର ଥିଲା, ଏହି ବଗିଚା ରେ ବହୁତ ପୁରୁଣା ଏବଂ ବହୁତ ପ୍ରଜାତି ଗଛ ମଧ୍ୟ ଥିଲା । କାହିଁକିନା ପ୍ରୋଫେସରଙ୍କ ଜନ୍ମ ଚାଷୀ ପରିବାର ରେ ହୋଇଥିଲା ତାଙ୍କ ମନ ମଧ୍ୟ ଚାଷ ପାଇଁ ଖୁସି ରହୁଥିଲା । ସେ ଏହି ବଗିଚାକୁ ଲିଜ ରେ ନେଇ ଗଲେ ଏବଂ ଗ୍ରାଫଟିଙ୍ଗ ସାହାଯ୍ୟ ରେ ସେ ‘ଟ୍ରି ଅଫ ୪୦’ ଭଳି ଗଛ ବନେଇବାରେ ସକ୍ଷମ ହେଲେ ଏବଂ ସଫଳତା ପ୍ରାପ୍ତ କଲେ ।

ଗ୍ରାଫଟିଙ୍ଗ ଟେକନିକ ଅନୁଯାଇ ଗଛ ବନେଇବା ପାଇଁ ଥଣ୍ଡା ଦିନରେ ଗଛ ଗୋଟେ ଡାଳ କଢ ସହ କାଟି ଭିନ୍ନ କରା ଯାଏ, ତା ପରେ ସେହି ଡାଳକୁ ମୁଖ୍ୟ ଗଛ ରେ କଣା କରି ଲଗା ଯାଇ ଥାଏ । ଏହା ପରେ ଯୋଡା ହୋଇଥିବା ଜାଗାରେ ପୋଷଣ ତତ୍ଵ ଲଗା ଯାଇ ଥାଏ ଓ ଥଣ୍ଡା ଦିନ ଯାକ ଏହି ଜାଗାରେ ପଟ୍ଟି ବନ୍ଧା ଯାଏ । ଏତେ କଷ୍ଟ ପରେ ଡାଳ ଆସ୍ତେ ଆସ୍ତେ ମୁଖ୍ୟ ଗଛ ସହ ଯୋଡି ହେଇ ଯାଏ ଏବଂ କଢରୁ ଫଳ ଫୁଲ ଦବା ଆରମ୍ଭ କରି ଥାଏ । ଏହି ପ୍ରକ୍ରିୟା ଦ୍ଵାରା ପ୍ରୋଫେସର ୪୦ ପ୍ରକାର ଗଛ ଫଳକୁ ଗୋଟେ ମୁଖ୍ୟ ଗଛ ସହ ମିଶାଇ ଗୋଟେ ଅଦ୍ଭୁତ ଗଛ ତିଆରି କରିଛନ୍ତି ।

Leave a Reply

Your email address will not be published. Required fields are marked *