ଗୋଟେ ରହସ୍ୟମୟୀ ଝରଣା ଯେଉଁଠାରେ ଭାସୁଥାଏ ମଣିଷର କଙ୍କାଳ, ଏହାର ରହସ୍ୟ ଜାଣି ବିଶ୍ଵାସ ହେବନି

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ରହସ୍ୟମୟ ଝରଣା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମାଛ ଜାଗାରେ ମଣିଷ କଙ୍କାଳ ଭାସୁ ଥାଏ, ଏହି ରହସ୍ୟମୟ ଝରଣା ଉତରାଖଣ୍ଡ ରାଜ୍ୟ ଚମୋଲି ଜିଲାରେ ସ୍ଥିତ ଅଟେ, ଏହି ରହସ୍ୟମୟ ଝରଣା ନାମ ରୂପକୁଣ୍ଡ ଝରଣା ଅଟେ । ଏହି ଝରଣା ହିମାଳୟ ଚୋଟି ମଧ୍ୟ ୧୬୪୯୯ ଫିଟ ଉଞ୍ଚରେ ଅବସ୍ଥିତ ଅଟେ । ଏହି ଝରଣା ତାପମାତ୍ରା ବହୁତ କମ ହବା କାରଣରୁ ଏହାର ପାଣି ପ୍ରାୟତଃ ସମୟ ବର୍ଫ ରୂପରେ ଜମା ହୋଇଥାଏ ।

Image Courtesy: Google

କିନ୍ତୁ ବର୍ଷ ସବୁଠାରୁ ଗରମ ସମୟରେ ଯେତେବେଳେ ଝରଣା ପାଣି ହୋଇଥାଏ ତେବେ ଏହି ଝରଣା ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥାଏ, ଏହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ, ଏହି ଝରଣା ରହସ୍ୟ ବହୁତ ଲୋକଙ୍କୁ ଡରେଇ ଦେଇଥାଏ । ଏହି ଝରଣା ନାମ ରୂପକୁଣ୍ଡ ଅଟେ କିନ୍ତୁ ଲୋକ ଏହାକୁ କଙ୍କାଳ ଝରଣା ମଧ୍ୟ କହିଥାନ୍ତି କାହିଁକିନା ଏହି ଝରଣାରେ ଆପଣଙ୍କୁ ସୁନ୍ଦର ମାଛ ଜାଗାରେ ନର କଙ୍କାଳ ଭାସୁଥିବାର ଦେଖା ଯାଇଥାଏ । ବର୍ଷ ସବୁଠାରୁ ଗରମ ସମୟରେ ଯେତେବେଳେ ଝରଣା ବର୍ଫ ଠାରୁ ପାଣି ହୋଇଥାଏ ସେହି ସମୟରେ ଝରଣାରେ ଗୋଟେ ବା ଦୁଇଟି ନୁହ ୫୦୦ ଠାରୁ ଅଧିକ ନର କଙ୍କାଳ ଭାସିବାର ଦେଖା ଦେଇଥାନ୍ତି ।

Image Courtesy: Google

ଏହା ବିଚାର କରିବା କଥା ଅଟେ ଯେ ଏତେ ସୁନସାନ ଜାଗାରେ ଏତେ ସଂଖ୍ୟାରେ ନର କଙ୍କାଳ କଉଠୁ ଆସିଥାଏ ? ତେବେ ଏତେ ଲୋକଙ୍କ ମୃତ୍ୟୁ କେମିତି ହୋଇଥିବ ? ଏହା ଆଗରୁ ମାନ୍ୟତା ଥିଲା ଯେ ଏହି କଙ୍କାଳ ସେହି ଜାପାନୀ ସୈନିକମାନଙ୍କର ଅଟେ ଯିଏ ଦୁତୀୟ ବିଶ୍ଵ ଯୁଧରେ ଏହି ରାସ୍ତାରେ ଗଲା ବେଳେ ମୁତୟୁ ପାଇଥିଲେ । କିନ୍ତୁ ପରେ ଏହା ଖବର ଆସିଥିଲା ଯେ ଏହି କଙ୍କାଳ ଗୁଡିକ ୧୨୦୦ ବର୍ଷ ପୁରୁଣା ଅଟନ୍ତି, ଆଜି ପର୍ଯ୍ୟନ୍ତ ଏହା ବହୁତ ବଡ ରହସ୍ୟ ଅଟେ ଯେ ଏହି ୫୦୦ ଲୋକ ଏହି ଜାଗାରେ କଣ କରିବା ପାଇଁ ଯାଇଥିଲେ ଓ ତାଙ୍କ ମୃତ୍ୟୁ କିପରି ହୋଇଥିଲା ?

Image Courtesy: Google

ଦୁନିଆ ସାରା ବୈଜ୍ଞାନିକ ଏହା ଉପରେ ଅଧ୍ୟନ କରି ଏହା କହିଥିଲେ ଯେ ଏହି ଲୋକଙ୍କ ମୃତ୍ୟୁ ବର୍ଷ ପଡିବା ଦ୍ଵାରା ହୋଇଥିଲା, ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ପଥର ସାଇଜ ବର୍ଫ ଏହି ଲୋକଙ୍କ ଉପରେ ପଡିଥିଲେ, ଯାହା ପରେ ସେମାନଙ୍କ ମୃତ୍ୟୁ ହୋଇଥିଲା, କାହିଁକିନା ଏହି ଲୋକଙ୍କ ହାଡରେ ଦରାର ପଡିଯାଇଥିଲା, କିନ୍ତୁ ଆଶ୍ଚର୍ଯ୍ୟ କଥା ଏହା ଅଟେ ଯେ ଏହି କଙ୍କାଳ ଗୁଡିକ ରେ ମୁଣ୍ଡ ଛଡା କଉଣୀ ହାଡରେ ମାଡ ହବାର ଚିହ୍ନ ନାହିଁ । ଯଦି ବର୍ଫ ପଡିଥିବ ତେବେ ମୁଣ୍ଡ ସହ ଶରୀର ଅନ୍ୟ ଜାଗାରେ ମଧ୍ୟ ଆଘାତ ହବା କଥା କିନ୍ତୁ ଏମିତି କିଛି ନଥିଲା ।

Leave a Reply

Your email address will not be published. Required fields are marked *