ଗ୍ରହ ନକ୍ଷତ୍ର ମଧ୍ୟ ମହିଳାଙ୍କ ବ୍ୟବହାର ଉପରେ ନିର୍ଭର କରନ୍ତି, ଏହି ଉପାୟ କରନ୍ତୁ ଆପଣଙ୍କ ଭାଗ୍ୟ ଚମକି ଯିବ

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଗ୍ରହ ଓ ରାଶିକୁ ମଧ୍ୟ ସ୍ତ୍ରୀ ଓ ପୁରୁଷ ବର୍ଗ ରେ ବଣ୍ଟା ହୋଇଛି, କୁହାଯାଏ ଯେ ମେଷ, ମିଥୁନ, ସିଂହ, ତୁଳା, ଧନୁ ଓ କୁମ୍ଭ ପୁରୁଷ ରାଶି ଅଟେ ଏବଂ ବୃଷ, କର୍କଟ, କନ୍ୟା, ବିଛା, ମକର ଏବଂ ମୀନ ରାଶି ସ୍ତ୍ରୀ ରାଶି ଅଟନ୍ତି । ଏହି ଭଳି ଚନ୍ଦ୍ରମା ଓ ଶୁକ୍ର ସ୍ତ୍ରୀ ସ୍ଵଭାବ ଗ୍ରହ ଅଟନ୍ତି ଓ ସୂର୍ଯ୍ୟ, ମଙ୍ଗଳ ଓ ଗୁରୁ ପୁରୁଷ ଗ୍ରହ ରାଶି ଅଟନ୍ତି ।

ସ୍ତ୍ରୀ ଜାତକ ରେ ସ୍ତ୍ରୀ ରାଶି ଓ ସ୍ତ୍ରୀ ଗ୍ରହ ବହୁତ ପ୍ରଭାବ ପକାଇ ଥାଏ ଯାହା ଦ୍ଵାରା ଅନେକ ଗୁଣ ଅଧିକ ମାତ୍ରା ରେ ରହିଥାଏ ।

କୁହା ଯାଏ ଯେ ସ୍ତ୍ରୀ ଜାତକ କୁଣ୍ଡଳୀ ରେ ଚନ୍ଦ୍ରମା ଭଲ ସ୍ଥିତି ରେ ହୋଇଥାଏ, ସେହି ସ୍ତ୍ରୀ ବହୁତ ଖୁସି ଓ ରଚନାତ୍ମକ ହୋଇଥାନ୍ତି । ରାହୁ,କେତୁ, ବୁଧ ଏବଂ ଶନି କାରଣ ପାଇଁ ଚନ୍ଦ୍ରମା ପୀଡ଼ିତ ହେଲେ ସ୍ତ୍ରୀ କର୍କଶା, ଋଦନ କରିବାର ହୋଇଥାନ୍ତି ଓ ବହୁତ ଝଗଡା ମଧ୍ୟ କରନ୍ତି । ଏହି ଭଳି ସ୍ତ୍ରୀଙ୍କୁ ପ୍ରତି ଦିନ ଖାଲି ପେଟରେ ମିଶିରି ସହ ଲହୁଣୀ ଖାଇବା ପାଇଁ ଉପାୟ କୁହା ଯାଏ । ଚନ୍ଦ୍ରମା ପୀଡିତ ହେଲେ ଶରୀର ରେ ଖନିଜ ତତ୍ଵ ଏବଂ କେଲସିୟମ କମ ହୋଇଥାଏ ।

ସାମାନ୍ୟତଃ ମାସିକ ଧର୍ମ ସମୟରେ ମହିଳାଙ୍କ ରକ୍ତ ହାନି ହୋଇଥାଏ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଙ୍ଗଳ ଏହି ସମୟରେ ହାର୍ଷ ରୂପରେ ଦେଖା ଯାନ୍ତି । ମଙ୍ଗଳ ଏହି ହାନି ପାଇଁ ବିବାହିତା ମହିଳାଙ୍କୁ ନାଲି ବିନ୍ଦି, ନାଲି ଚୁଡି, ନାଲି ଷାଡ଼ି ଏବଂ ନାଲି ରଙ୍ଗ ସିନ୍ଦୁର ଲଗେଇବା ଉଚିତ କୁହା ଯାଏ ।

ନାଲି ରଙ୍ଗ ଧାରଣ କଲେ ମଙ୍ଗଳ ତେଜ ମହିଳାଙ୍କୁ ଆଉଥରେ ପ୍ରାପ୍ତ ହୋଇଯାଏ । ଯଦି ମଙ୍ଗଳ ଓ ଶନି ଆଠ ସ୍ଥାନ ରେ ଅଛି ତେବେ ଚୁନ୍ଦଡି ମଙ୍ଗଳ କୁହାଯାଏ, ଏମିତି ସ୍ଥିତି ରେ ମଙ୍ଗଳ ବିଧବା ଯୋଗ ଆଣିଥାଏ । କୁଣ୍ଡଳୀ ବା ଜାତକ ମିସେଇଲା ବେଳେ ଏହାର ବିଶେଷ ଧ୍ୟାନ ରଖା ଯାଏ, ବିଧୁର ତୁଳନା ରେ ବିଧବା ଏହି ପୁରୁଷ ପ୍ରଧାନ ସମାଜ ରେ ଅଧିକ ଅସୁବିଧା ସାମ୍ନା କରିଥାନ୍ତି । ସେଥିପାଇଁ ବିବାହ ମେଳନ ପାଇଁ ପୁରୁଷ ଠାରୁ ଅଧିକ ସ୍ତ୍ରୀ ମଙ୍ଗଳ ଉପରେ ଧ୍ୟାନ ଦିଆ ଯାଏ ।

Leave a Reply

Your email address will not be published. Required fields are marked *