ଗୃହ ନିର୍ମାଣ କରୁଛନ୍ତି କି? ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର କେଉଁ ଦିଗରେ ରହିବା ଉଚିତ ଏବଂ ଏହାର ପ୍ରଭାବ ବିଷୟରେ!

ଗୃହ ନିର୍ମାଣ କାର୍ଯ୍ୟରେ ବାସ୍ତୁର ଭୂମିକା ଗୁରୁତ୍ବପୂର୍ଣ ରହିଥାଏ । ଗୃହ ନିର୍ମାଣ ସମୟରେ, ବାସ୍ତୁ ଶାସ୍ତ୍ର ମୁତାବକ ଗୃହର କେଉଁ କୋଠରି କିମ୍ବା କବାଟ କେଉଁ ଦିଗରେ ରହିବ ଏଠି ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ଅଟେ । ମୁଖ୍ଯତଃ ଘରର ମୁଖ୍ୟ ଦ୍ଵାରର ମହତ୍ଵ ଗୁରୁତ୍ବପୂର୍ଣ । ଆପଣ ଯେତେବେଳେ ଘର ବାହାରକୁ ଯାଆନ୍ତି ଆପଣଙ୍କ ମୁଖ ଯେଉଁ ଦିଗରେ ରହିଥାଏ ଘରର ମୁଖ୍ୟ ଦ୍ଵାରା ସେହି ଦିଗରେ ରହିଥାଏ ।

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାରା ସର୍ବଦା ଉପଯୁକ୍ତ ଦିଗରେ ରହିବା ଉଚିତ, ଅନ୍ୟଥା ଆପଣଙ୍କ ଗୃହ ଉପରେ ତଥା ଗୃହର ସଦସ୍ୟଙ୍କ ଉପରେ ସମସ୍ୟାର ଭାର ପଡିବା ଆରମ୍ଭ ହେଇଯାଇଥାଏ ।

ଏମିତିରେ ବି ସୂଚନା ମୁତାବକ ସକରାତ୍ମକ ଶକ୍ତି ନିମିତ ବାସ୍ତୁ ସଠିକ ରହିବା ଆବଶ୍ୟକ । ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ଵାର କେଉଁ ଦିଗରେ ରହିବା ଉଚିତ ଏବଂ ପ୍ରତ୍ୟକ ଦିଗର ମହତ୍ଵ ବିଷୟରେ ।

ପୂର୍ବ ଦିଗ ଘରର ମୁଖ୍ୟ ଦ୍ଵାର ପାଇଁ ଅତ୍ୟନ୍ତ ଶୁଭ ମାନାଯାଏ । ଏହି ଦିଗରେ ଦ୍ଵାର ରହିଲେ ଘରେ ସୁଖ ଓ ଶାନ୍ତିର ସମୃଦ୍ଧି ହୋଇଥାଏ । କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ ତେବେ ଆପଣଙ୍କ ଉପରେ ରୂଣ ଭାର ପଡିପାରେ ।

ପଶ୍ଚିମ ଦିଗ ଘରର ମୁଖ୍ୟ ଦ୍ଵାରା ପାଇଁ ଶୁଭପ୍ରଦ ହେଇ ନଥାଏ । କୁହାଯାଏ ଏଥିରେ ଜୀବନରେ ସଂଘର୍ଷର ବୃଦ୍ଧି ହେଇଥାଏ । କିନ୍ତୁ ଯଦି କୁଣ୍ଡଳୀରେ ଶନି ଓ ମଙ୍ଗଳର ସ୍ଥିତି ସଠିକ ଥିବା ତେବେ ଏହା ଆପଣଙ୍କ ପାଇଁ ଶୁଭପ୍ରଦ ହେଇ ପାରେ ।

ଉତ୍ତର ଦିଗରେ ଘରର ଦ୍ଵାର ଅର୍ଥାଗମନ ପାଇଁ ଶୁଭପ୍ରଦ ଅଟେ । କିନ୍ତୁ ଯଦି କୁଣ୍ଡଳୀରେ ବୁଧର ସ୍ଥିତି ଠିକ ନଥାଏ ତେବେ ଆପଣଙ୍କ ପାଖରେ ଧାନ ସଞ୍ଚିତା ହେଇ ରହିପାରିବ ନାହିଁ । ଏହାସହ ସମ୍ପତି ଧୀରେ ଧୀରେ ଶେଷ ହେବାକୁ ଲାଗିବ ।

ଦକ୍ଷିଣ ଦିଗରେ ଘରର ମୁଖ୍ୟ ଦ୍ଵାର ରହିବା ଦ୍ଵାରା ବ୍ୟକ୍ତି ତଥା ଗୃହର ଉର୍ନତି ହେଇଥାଏ । କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀରେ କୌଣସି ଦୋଷ ଥିବ ତେବେ ଜୀବନରେ ଦରିଦ୍ରତା ଆସିଥାଏ ।ଆଶା କରୁଛୁ ଆମର ଏହି ଟିପ୍ସ ଆପଣଙ୍କ କାମରେ ଆସିବ । ତେବେ ଏହିଭଳି ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *