ଖରାପ ଦିନ ଆସିବା ପୂର୍ବରୁ ଶନିଦେବ ଦେଇଥାନ୍ତି ଏହି ୧୧ଟି ସଂକେତ, ପ୍ରକୋପରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ

କୁହାଯାଏ କି ଶନିଦେବ ଗୋଟିଏ ରାଶିରେ ଅଢେଇ ବର୍ଷ ପାଇଁ ରହିଥାନ୍ତି । ଜୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ବ୍ୟକ୍ତିର ଭଲା ବା ଖରାପ ଦିନ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ସଂକେତ ମିଳିଥାଏ । କୁହାଯାଇଥାଏ କି ପ୍ରକୃତି ବି ଶନିଦେବଙ୍କର ଶୁଭ ଅଶୁଭ ପ୍ରଭାବର ଲକ୍ଷଣ ବ୍ୟକ୍ତି ନିହାତି ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ କି ଖରାପ ଦିନ ଆସିବା ପୂର୍ବରୁ ଶନିଦେବ କେଉଁ ପ୍ରକାରର ସଂକେତ ଦେଇଥାନ୍ତି ।

ଜୋତିଷ ଶାସ୍ତ୍ର ଅନୁସାରେ ଶନୀଙ୍କର ସାଢେସାତ ରେ ଜୀବନରେ ପରିବର୍ତନ ନିହାତି ଆସିଥାଏ । କୁହାଯାଏ କି ଏହି ପରିବର୍ତନ ଭଲ ହେବ ବା ଖରାପ ,ଏହା ଆପଣଙ୍କର କୁଣ୍ଡଳୀ ଠିକ କରିବ । ଆସନ୍ତୁ ଜାଣିବା କି ଖରାପ ଦିନ ଆସିବା ପୂର୍ବରୁ ଶନିଦେବଙ୍କ ସଂକେତ ।

୧ -ପ୍ରପୋର୍ଟି ସବନ୍ଧିତ ବିବାଦ ।

୨ -ଭାଇମାନଙ୍କ ଭିତରେ ବିବାଦ ଏବଂ ପରିବାର ସଦସ୍ୟଙ୍କ ଭିତରେ ଅପ୍ରୀତିକର ।

୩ -ଅନୈତିକ ସବନ୍ଧରେ ଫସିବା ।

୪ -ଅଧିକ କର୍ଜ ହେବା ଏବଂ ସେଥିରୁ ମୁକ୍ତି ପାଇବାକୁ ଅସମର୍ଥ ହେବା ।

୫ -କୋର୍ଟ କଚେରୀ ର ଚକର ଲଗାଇବା ।

୬ -କୌଣସି ଭଲ ଜାଗାରୁ ଅଜଣା ଜାଗାରେ ପୋଷ୍ଟିଂ ।

୭ -ପ୍ରମୋଶନରେ ବାଧା ।

୮ -ବ୍ୟବସାୟରେ ଖରାପ ଆସିବା ।

୯ -ଚାକିରିରୁ ବାହାରି ଯିବା ।

୧୦ -ସବୁ ସମୟରେ ମିଛର ସାହାର ନେବା ।

୧୧ -ଖରାପ ଅଭ୍ୟାସ ହେବା ।

ଯଦି ଆପଣଙ୍କୁ ଏହି ପ୍ରକାର ସଂକେତ ମିଳିଥାଏ ତାହେଲେ ଶନିବାର ଦିନ ପିମ୍ପଳି ଗଛର ବିଧି ବିଧାନରେ ପୂଜା କରନ୍ତୁ । ରବିବାରକୁ ଛାଡି ଆପଣ କୌଣସି ବି ବାରରେ ଏହି ଗଛକୁ ପୂଜା କରିପାରିବେ । ଏହି ପୂଜା କରିବା ପାଇଁ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ନାନ ସାରି କ୍ଷୀର ଏବଂ ଚନ୍ଦନ ମିଶାଇ ପବିତ୍ର ଜଳ ଅର୍ପଣ କରନ୍ତୁ । ଏହାପେରେ ଧୂପଦୀପ ଲଗାଇ ଏହି ମନ୍ତ୍ରକୁ ଜପ କରନ୍ତୁ ।

ମୁଲତୋ ବ୍ରହ୍ମାରୂପାୟ ମଧ୍ୟତେ ବିଷ୍ଣୁରୁପିଣେ ।

ଅଗ୍ରତଃ ଶିବରୂପାୟ ବୃକ୍ଷ ରାଜାୟ ତେ ନମଃ॥

ଆୟୁଃ ପ୍ରଜାଂ ଧନଂ ଧାନ୍ୟଙ୍ଗ ସୌଭାଜ୍ଞାଙ୍ଗ ସର୍ବସପଦମ ।

ଦେହି ଦେବ ମହାବୃକ୍ଷ ତ୍ଵାମହଙ୍ଗ ଶରଣାଙ୍ଗ ଗତଃ ॥

ଏହି ମନ୍ତ୍ର ଜପ କରିବା ପରେ କର୍ପୁର ଜଳାଇ ଆଳତି କରନ୍ତୁ, ତାହାପରେ ପ୍ରସାଦ ସେବନ କରନ୍ତୁ । ଗଛରେ ଅର୍ପଣ କରିଥିବା କିଛି ଜଳ ଘରକୁ ଆଣନ୍ତୁ ଏବଂ ସେହି ଜଳକୁ ସାରା ଘରେ ଛିଞ୍ଚି ଦିଅନ୍ତୁ । ଯଦି ଆପଣ ଏହି ଭଳି ପିପ୍ପଳି ଗଛକୁ ପୂଜା କରିବେ ତାହେଲ ଶନିଦେବଙ୍କ ପ୍ରକୋପରୁ ରକ୍ଷା ପାଇ ପାରନ୍ତି ।

Leave a Reply

Your email address will not be published. Required fields are marked *