ପାଳିତ ଜନ୍ତୁକୁ ବେଶିକରି ନିଜର ଡଗି (କୁକୁର)କୁ ନେଇ ବହୁତ ହିଁ ଲାଡ ପ୍ୟାର କରିଥାନ୍ତି ଘରର ଲୋକେ, ତେବେ ବର୍ତ୍ତମାନ ସାବଧାନ ହେଇ ଯାଆନ୍ତୁ କାହିଁକିନା ଏହି ଭଲ ପାଇବା ଆପଣଙ୍କୁ ଭାରି ପଡ଼ିପାରେ । ଏହି କିଛି ଦିନ ତଳେ ଏମିତି ଗୋଟେ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଲଣ୍ଡନରେ ଡାକ୍ତର ଜେକେ ନିଲକୁ ନିଜ କୁକୁରୁ ହେଉଥିବା ଇନଫେକସନର କାରଣରୁ ଦୁଇଟି ଗୋଡ଼ ହରେଇବାକୁ ପଡ଼ିଥିଲା । ଏମିତିବି ହେଇଛି ସେ ତାଙ୍କ ନାଙ୍କର ଉପର ଭାଗ ମଧ୍ୟ ହରାଇଛନ୍ତି । କମସେ କମ ଦେଢ଼ ବର୍ଷ ପୂର୍ବେ ଡାକ୍ତର ଜେକେ ନିଲ ଙ୍କର ସ୍ପେନିଅଲ ନସଲର ନିଜ କୁକୁର ହାର୍ବିଙ୍କ ସହ ଖେଳୁଥିଲେ । ଯେବେ ସେ ତାଙ୍କ ହାତରେ ଦେଖିଲେ କି ତାଙ୍କ ହାତରେ ଛୋଟ ଖଣ୍ଡିଆ ହୋଇଛି ।
ସେ ଖଣ୍ଡିଆକୁ ସଫା କଲେ ଓ ସବୁଦିନ ପରି କାମରେ ଲାଗିପଡିଲେ । ଦୁଇ ସପ୍ତାହ ଯାଏ ସବୁ ଠିକ ଥିଲା କିନ୍ତୁ ତାପରେ ତାଙ୍କୁ ଫ୍ଲୁ ଭଳି କିଛି ହୋଇଗଲା । ତାଙ୍କୁ କୁକୁର ନାଳ ପାଇଁ ସେପ୍ଟିସିମିୟା (ଗୋଟେ ପ୍ରକାର ସଂକ୍ରମଣ ଜନିତ ରୋଗ ) ହୋଇ ଯାଇଥିଲା । ଯାହାଦ୍ଵାରା ତାଙ୍କ ରକ୍ତରେ ବିଶ ଖେଳି ଯାଇଥିଲା ଏବଂ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମି ଯାଇଥିଲା । ଏହି ସଂକ୍ରମଣ ପାଇଁ ଡାକ୍ତର ନେଲ୍ ମରି ନାହାନ୍ତି କିନ୍ତୁ ସେ ମୂର୍ତ୍ୟୁର ବହୁତ ପାଖକୁ ପହଞ୍ଚି ଯାଇଥିଲେ । ନିଲ କହିଥିଲେ କି ସନ୍ଧ୍ୟାରେ ମୋ ପାର୍ଟନର ଘରକୁ ଆସିଥିଲେ ଓ ହସ୍ପିଟାଲ ନେଇ ଯାଇଥିଲେ ।
ଡାକ୍ତର ତୁରନ୍ତ ଏହି ଇନଫେକସନକୁ ଧରିପାରିଲେ ଏବଂ ଚିକିତ୍ସା ଆରମ୍ଭ କରିଥିଲେ । ନେଲ 5 ଦିନ ପାଇଁ କୋମାକୁ ପଳାଇଲେ । ନେଲ କହିଲେ କି ଯେବେ ମୋତେ ହୋଶ ଆସିଲା ତେବେ ମୁଁ ଦେଖିଲି ମୋ ଶରୀର ପ୍ରାୟତଃ କଳା ପଡି ସାରିଥିଲା । ମୋର ରକ୍ତର ଥକା ଅଲଗା ପ୍ରକାର ଜମି ଯାଇଥିଲା । ନେଲର କିଡନୀ ଫେଲ ହୋଇଯାଇଥିଲା । ତାଙ୍କୁ ଦୁଇ ବର୍ଷ ଯାଏ ଡାୟାଲିଶିଶ ରେ ରଖିବାକୁ ପଡ଼ିଥିଲା ।
ଚାରି ବର୍ଷ ଯାଏ ହସ୍ପିଟାଲ ରେ ରହିବା ପରେ ନେଲର ଦୁଇଟି ଗୋଡ଼ ଓ ପାଦ ଯାଏ କାଟିବାକୁ ପଡ଼ିଲା । ତାଙ୍କର ନାଙ୍କର ଉପର ପଟ କାଟିବାକୁ ମଧ୍ୟ ପଡ଼ିଥିଲା । ହସ୍ପିଟାଲରେ ସେ ଖାଇବା ଓ ଶ୍ଵାସ ନେବାକୁ କଷ୍ଟ ହେଲା । ନେଲ କହିଲେ କି ଏହି ସମୟରେ ସେ ଡିପ୍ରେସନକୁ ପଳାଇଥିଲେ । ତଥାପି ତିନି ମାସ ପରେ ସେ ପୁଣି ଚାଲିବାକୁ ଲାଗିଲେ । ତେବେ ସେପ୍ଟିସିମିୟା କାହିଁକି ହୋଇଥାଏ ତାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ, କିନ୍ତୁ ଏହାର ପ୍ରଭାବକୁ ଦେଖି ଏହାକୁ ସାଇଲେଣ୍ଟ କିଲର କୁହାଯାଏ । ଏହି ଭଳି ଅନେକ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।