ଶନି ସାଢେଷାତି ଠାରୁ ମୁକ୍ତି ପାଇବା ପାଇଁ ଚାହାନ୍ତି ତେବେ କରନ୍ତୁ ଗୋଲମରିଚର ଏହି ଉପାୟ, ଖରାପ ନଜର ମଧ୍ୟ ରହିବ ଦୂରେଇ

ଗୋଲ ମରିଚ ଲାଭ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି, ତେବେ ଗୋଲମରିଚ ବହୁତ ପ୍ରକାର ଟୋନା ଟୋଟକା ପାଇଁ ବ୍ୟବହାର ହୋଇଥାଏ, ଗୋଲ ମରିଚ ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ, ଏହା ଛଡା ଆପଣ ନିଜ ଜୀବନର ସବୁ ଅସୁବିଧାକୁ ଗୋଲ ମରିଚ ସାହାଯ୍ୟରେ ଦୂର କରି ପାରନ୍ତି, ଆଜି ଆମେ ଆପଣଙ୍କୁ ଏହି ଲେଖା ଦ୍ଵାରା ଗୋଲମରିଚ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ସାହାଯ୍ୟକାରୀ ହବ ଏବଂ ଆପଣଙ୍କୁ ଅସୁବିଧାଠାରୁ ଦୂରେଇ ରଖିବ ।

Image Courtesy: Google

ଜ୍ୟୋତିଷ ଶାସ୍ତ୍ରରେ ଗୋଲ ମରିଚକୁ ଶନି ଦେବ କାରକ କୁହାଯାଏ ଯଦି କୌଣସି ଶନି ସାଢେଷାତି ଦ୍ଵାରା ସମସ୍ୟାରେ ଅଛନ୍ତି ତେବେ କଳା କପଡାରେ ଅଳପ ଗୋଲ ମରିଚ ଏବଂ କିଛି ଟଙ୍କା ରଖି, ଏହାର ଦାନ କରନ୍ତୁ ଏହି ଉପାୟ ଦ୍ଵାରା ଆପଣଙ୍କ ଜୀବନରୁ ସବୁ ଶନି ଦୋଷ ସମାପ୍ତ ହୋଇଯିବେ, ଏହା ଛଡା ଶନି ଦ୍ଵାରା ପୀଡିତ ବ୍ୟକ୍ତିକୁ ଖାଦ୍ୟ ଖାଇବା ସମୟରେ ଉପରୁ ଲୁଣ ବା ଲଙ୍କା ଭୁଲରେ ମଧ୍ୟ ଖାଇବା ଉଚିତ ନୁହଁ, ଏହି ସମୟ ଆପଣ କେବଳ କଳା ଲୁଣ ଏବଂ ଗୋଲମରିଚ ବ୍ୟବହାର କରନ୍ତୁ ଏହା ଦ୍ଵାରା ଶନି ଦୋଷ ପ୍ରଭାବ ସମାପ୍ତ ହବ ।

Image Courtesy: Google

ଯଦି ଆପଣଙ୍କୁ ଆପଣଙ୍କ କାମରେ ସଫଳତା ପ୍ରାପ୍ତ ହେଉ ନାହିଁ ? ଆପଣ ଯେଉଁ କାର୍ଯ୍ୟ କରନ୍ତି ସେଥିରେ କୌଣସି ବାଧା ଉତ୍ପନହୋଇଥାଏ ତେବେ ଆପଣ ନିଜ ଖରାପ ହୋଇଥିବା କାର୍ଯ୍ୟ ସଫଳ କରିବା ପାଇଁ ଘର ବାହାରେ ମୁଖ୍ୟ ଦ୍ଵାର ଉପରେ ଗୋଲମରିଚ ରଖି ଦିଅନ୍ତୁ ଏବଂ ଏହି କଥା ବିଶେଷ ରୂପରେ ମନେ ରଖନ୍ତୁ ଯେ ଆପଣଙ୍କୁ ଗୋଲମରିଚ ଉପରେ ପାଦ ରଖି କୌଣସି କାମ ପାଇଁ ବାହାରିବା ଉଚିତ ଅଟେ, ଯଦି ଆପଣ ଏହି ଭଳି କରନ୍ତି ତେବେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ ତେବେ ଏହି କଥା ମନେ ରଖନ୍ତୁ ଯେ ଗୋଲ ମରିଚ ମୁଖ୍ୟ କବାଟ ପାଖରେ ରଖି ଫେରି ଘର ଭିତରୁକୁ ଆସନ୍ତୁ ନାହିଁ ନିଜ କାମରେ ଯାନ୍ତୁ ନଚେତ ଏହାର ଓଲଟା ପ୍ରଭାବ ପଡିଥାଏ ।

Image Courtesy: Google

ଯଦି ଆପଣ ନିଜ ଜୀବନରେ ଅଧିକ ଧନ ଲାଭ କରିବା ପାଇଁ ଚାହନ୍ତି ଏବଂ ନିଜ ଭାଗ୍ୟ ଉଜ୍ଵଳ କରିବା ପାଇଁ ଚାହନ୍ତି ତେବେ ଏଥିପାଇଁ ଆପଣ ଶୁକ୍ଳ ପକ୍ଷରେ ୫ଟି ଗୋଲମରିଚ ନେଇ ନିଜ ମୁଣ୍ଡ ଉପରୁ ୭ ଥର ବୁଲେଇ ଆଣନ୍ତୁ ଏବଂ କୌଣସି ସୁନସାନ ଜାଗାରେ ସବୁ ଦିଶାରେ ଫିଙ୍ଗି ଦିଅନ୍ତୁ ଏହା ପରେ ଆପଣ ନିଜ ଘରକୁ ଫେରି ଆସନ୍ତୁ ପରନ୍ତୁ ଗୋଟେ କଥା ମନେ ରଖନ୍ତୁ ଗୋଲମରୀଚ ଫିଙ୍ଗିବା ପରେ ଫେରିଲା ବେଳେ ଭୁଲରେ ବି ପଛକୁ ଫେରି ଚାହାଁନ୍ତୁ ନାହିଁ, ଏହି ଉପାୟ ଦ୍ଵାରା ଆପଣଙ୍କୁ ବହୁତ ଶୀଘ୍ର ଧନ ଲାଭ ହୋଇଥାଏ ।

Leave a Reply

Your email address will not be published. Required fields are marked *