ଗୁରୁବାର ଦିନ ଭଗବାନ ବୃହସ୍ପତ୍ତିଙ୍କ ଦିନ ହୋଇଥାଏ ଏହି ଦିନ ଗୁରୁ ବୃହସ୍ପତ୍ତିଙ୍କ ପୂଜା କରିବା ଦ୍ଵାରା ଆପଣଙ୍କୁ ଗୁରୁ ବୃହସପ୍ତତି ମଜବୁତ ହୋଇଥାନ୍ତି ଓ ଆପଣଙ୍କୁ ଧନ ପ୍ରାପ୍ତ ସହ ବହୁତ ପ୍ରକାର ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ ଆଜି ଆମେ ଆପପଣଙ୍କୁ ଏମିତି କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ ନିଜ ଜୀବନରେ ସବୁ କିଛି ପ୍ରାପ୍ତ ହୋଇଥାଏ ।
୧. ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କଲେ ଭାଗ୍ୟ ଉଜ୍ଵଳ ହୋଇଥାଏ । ଏମିତି କରିବା ଦ୍ଵାରା ବ୍ୟକ୍ତିକୁ ଚାକିରିରେ ସଫଳତା ମିଳିଥାଏ, ଏହା ସହ ବ୍ୟାପାରରେ ମଧ୍ୟ ବୃଦ୍ଧି ହୋଇଥାଏ ।
୨. ଯେଉଁ ଲୋକ ନିଜ ଜୀବନରେ ସୁଖରେ ରହିବା ପାଇଁ ଚାହନ୍ତି ସେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଟିକେ ଗୁଡ ଓ ବୁଟ ଡାଲି ଅର୍ପଣ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନ ସୁଖୀ ହୋଇଥାଏ ।
୩. ଯଦି ଆପଣ କୌଣସି କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଚିନୀ ମିଶ୍ରିତ ପାଣି ଅର୍ପଣ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଅଟକିଥିବା କାର୍ଯ୍ୟ ଓ ନୂଆ କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇଯିବେ ।
୪. ଯଦି ଆପଣଙ୍କ ଜୀବନରେ ବହୁତ ପ୍ରକାର ସମସ୍ଯା ଆସୁଛି ତେବେ କଦଳୀ ଗଛ ମୂଳରେ ଗୋଟା କଞ୍ଚା ହଳଦୀ ରଖି ଦିଅନ୍ତୁ, ଏମିତି କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ଯା ବହୁତ ଶୀଘ୍ର ସମାପ୍ତ ହୋଇଯିବ ।
୫. ଯେଉଁ ଲୋକ ଧନୀ ହୋଇବା ପାଇଁ ଇଛା କରନ୍ତି ସେ ପ୍ରତି ଗୁରୁବାର ଦିନ କଦଳୀ ଗଛ ମୂଳରେ ଗୋଟେ ଟଙ୍କିକିଆ କଏନ ପୋତି ଦିଅନ୍ତୁ ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।
୬. ଯଦି ଆପଣଙ୍କ ବିବାହିତ ଜୀବନରେ ଅସୁବିଧା ଆସୁଛି ବା ଆପଣଙ୍କ ବିବାହ ହୋଇ ପାରୁ ନାହିଁ ତେବେ ଆପଣଙ୍କୁ କେବଳ ଗୋଟେ କାମ କରିବାକୁ ହବ । ଆପଣଙ୍କୁ କଦଳୀ ଗଛ ମୂଳରେ କେବଳ ୨ଟି ଗୋଟା ହଳଦୀ ଓ ମୁକା ଅର୍ପଣ କରିବାକୁ ହବ, ଏମିତି ଆପଣଙ୍କୁ ୭ଟି ଗୁରୁବାର ଲଗାତାର କରିବା ଉଚିତ, ଯାହା ଫଳ ଆପଣଙ୍କୁ ନିଶ୍ଚିନ୍ତ ପ୍ରାପ୍ତ ହବ ।
୮. ଗୁରୁବାର ଦିନ ଗାଧେଇ ସାରି କଦଳୀଗଛ ମୂଳରେ ପାଣି ଅର୍ପଣ କରିବା ଶୁଭ ମାନ୍ୟତା ଅଟେ, ଏହା କରିବା ଦ୍ଵାରା ଆପଣଙ୍କୁ ସବୁ କାମରେ ସଫଳତା ପ୍ରାପ୍ତ ହୋଇଥାଏ ।
୯. ଗୁରୁବାର ଦିନ କଦଳୀ ଗଛରେ ଚନ୍ଦନ ମାଳ ଏବଂ କିଛି ହଳଦୀ ଅର୍ପଣ କରିବା ଦ୍ଵାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।