କେଶ ଝଡିବା ରୋକିବାର ଘରୋଇ ଉପାୟ

କେଶ ଝଡିବା ଗୋଟେ ଏମିତି ସମସ୍ୟା ଅଟେ ଏଥିରେ ସମସ୍ତେ ପୀଡିତ ଅଛନ୍ତି । କେଶ ଝଡିବାର କାରଣ ବହୁତ ପ୍ରକାର ସାମ୍ପୋ ଓ କଣ୍ଡିସନର ଓ ସୁଗନ୍ଧ ବାଲା ତେଲ ଲଗେଇ କେସର ସତ୍ୟାନାଶ ହେଉଛି । ପୂର୍ବରୁ କେହି ସୋରିଷ ତେଲ କି ନଡିଆ ତେଲ ଲଗାଉଥିଲା । କିଏ ଖସାର ତେଲ ଲଗାଉଥିଲା । ଏବେ ବିଭିନ୍ନ ପ୍ରକାର କେମିକାଲର ଜିନିଷ ପ୍ରୟୋଗ କରି କେଶ  ସମସ୍ୟା ବଢୁଛି ।

କେଶ ପାଇଁ ଘରେଲୁ ଉପାୟ :-

Image Courtesy: Google

5 ମିନିଟ ପର୍ଯ୍ୟନ୍ତ ଦୁଇହାତର ନଖକୁ ରଗଡନ୍ତୁ ଏଥିରେ କେଶର ସମସ୍ୟା ଦୂର ହେବ । ଏହା ବ୍ୟତୀତ ଯଦି ଆପଣଙ୍କ ବୟସ କମ ଅଛି ହୃଦୟ ସମ୍ବନ୍ଧିତ କି ହାଇ ବିପିର ସମସ୍ୟା ନାହିଁ ତ ୨- ୫ ମିନିଟ ପର୍ଯ୍ୟନ୍ତ ଶୀର୍ଷାସନ କରନ୍ତୁ । ସର୍ବାଙ୍ଗ ଆସନ କରିପାରିବେ ଏହା କେଶ ପାଇଁ ବହୁତ ଭଲ ହୋଇଥାଏ । ଆମଲାର ରସ, ଆମଲାର ଚୁରନ, ଆମଲା ରସାୟନ, ଚବନପ୍ରାସ, ଓ ଗରମରେ ଅମୃତ ରସାୟନର ସେବନ କରନ୍ତୁ । ଆମଲାର ସେବନ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

Image Courtesy: Google

ଲାଉର ଜୁସ ଓ ଆମଲା ରସ ମିଶେଇ ପିଈଲେ ମାତ୍ର 2 ସପ୍ତାହରେ କେଶ ଝଡିବା ବନ୍ଦ ହୋଇଯାଏ । ଘନ ଓ ଲମ୍ବା କେସ ପାଇଁ ଆପଣ ପତଞ୍ଜଳିର ସାମ୍ପୋ ବ୍ୟବହାର କରନ୍ତୁ । କେମିକାଲ ସାମ୍ପୋର ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣଙ୍କୁ ସାମ୍ପୋ କରିବାର ଅଛି ଗୋଟେ ଦିନ ପୂର୍ବ ରାତିରୁ ପତଞ୍ଜଳିର ଦିବ୍ୟ କେସ ତେଲର ପ୍ରୟୋଗ କରନ୍ତୁ । ତା ପରଦିନ ସକାଳେ କେସ କାନ୍ତି ସମ୍ପୋରେ ସଫା କରନ୍ତୁ ।  ଏହି ତେଲ ସବୁ ସମସ୍ୟାର ସମାଧାନ କରେ ଯେମିତିକି କେସ ଝଡିବା, କେସ ଧଳା ହେବା,ପତଳା ହେବା ଓ ଦୁଇମୁହାଁ ହେବ ସବୁଥିରୁ ମୁକ୍ତି ମିଳେ ।

Image Courtesy: Google

ଯଦି କେଶରେ ରୂପୀ, କି ଫଙ୍ଗସ, ବ୍ୟକ୍ଟେରିୟା ଅଛି ଖଟା ଦହି ସହିତ ଅଳ୍ପ ମୂଳତନୀ ମାଟି ଓ ଟିକେ ଲେମ୍ବୁ ଓ ନଡିଆ ତେଲ  ପକାଇ ତାକୁ ମିକ୍ସ କରି କେଶରେ ଲଗାନ୍ତୁ, କେସ ସିଲ୍କୀ ରହିବା ସହିତ କେସ ସଫା ମଧ୍ୟ ହୋଇଯାଏ । ଆପଣଙ୍କୁ କଣ୍ଡିସନର ର ବି ଆବଶ୍ୟକ ପଡିବ ନାହିଁ ।

ମୁଣ୍ଡରେ କେସ ଥିଲେ ଆମର ସୋଭା ବଢିଥାଏ ଓ ଆମେ ସୁନ୍ଦର ଦେଖାଯାଉ । ଏହାକୁ ଆପଣ ସୁରକ୍ଷିତ ରଖିପାରିବେ ଯୋଗ କରି, ଓ  ଆୟୁର୍ବେଦର ଉପଚାର, ଆକ୍ୟୁ ପ୍ରେସର କରି, ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇକି ଯେମିତି ପନିପରିବା, ଅଧିକ ମାତ୍ରାରେ ପାଣି ପିଅନ୍ତୁ । ସେଥିପାଇଁ ସୁସ୍ଥ ଜୀବନ ବଞ୍ଚିବା ପାଇଁ  ସବୁବେଳେ ଚିନ୍ତା ମୁକ୍ତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *