ଜଣେ ପଣ୍ଡିତକୁ ନିଜର ଜ୍ଞାନ ଉପରେ ବହୁତ ଗର୍ବ କରୁଥିଲା ଏବଂ ସେ ପଣ୍ଡିତ ଯୁଆଡେ ବି ଯାଉଥିଲା ସେଠାରେ ନିଜର ଜ୍ଞାନ ପ୍ରଦର୍ଶନ କରୁଥିଲା ଏବଂ ଲୋକମାନଙ୍କୁ ବିଭିନ୍ନ ପ୍ରାକାର ପ୍ରଶ୍ନ ପଚାରି ତାଙ୍କୁ ଛୋଟ ମେହେସୁଷ କରାଉଥିଲା । ପଣ୍ଡିତର ଏହି ଅଭ୍ଯାସ ପାଇଁ ସମସ୍ତେ ଚିନ୍ତାରେ ରହୁଥିଲେ କାରଣ ଏହି ପଣ୍ଡିତ ଲୋକମାନଙ୍କର ବେଇଜତ କରିବାର କୌଣସି ବି ମଉକା ଛାଡୁ ନଥିଲା । ଗୋଟେ ଦିନ ଏହି ପଣ୍ଡିତକୁ କୌଣସି କାମ ପାଇଁ ଅନ୍ୟ ଗାଁକୁ ଯିବାକୁ ପଡିଥିଲା ଏବଂ ଏହି ଗଙ୍ଗା ନଦୀ ସେପଟେ ଅବସ୍ଥିତ ଅଛି ।
ଏହି ପଣ୍ଡିତ ଗଙ୍ଗା ନଦୀ କୂଳରେ ଥିବା ଏକ ଡଙ୍ଗାରେ ବସିଗଲା ଏବଂ ନାଉରିଆକୁ ନଦୀ ସେପଟକୁ ନେଇଯିବା ପାଇଁ କହିଲା ।
ପଣ୍ଡିତର ଆଦେଶ ମିଳିଲା ପରେ ନାଉରିଆ ଡଙ୍ଗାକୁ ନେଇ ନଦୀର ଆର ପଟକୁ ଯିବା ପାଇଁ ବାହାରିଲା । କିଛି ସମୟ ପରେ ଏହି ଗର୍ବୀ ପଣ୍ଡିତ ନାଉରିଆକୁ କହିଲା ,କଣ ତୁମକୁ ଆମର ଶାସ୍ତ୍ର ଜ୍ଞାନ ଅଛି ?ନାଉରିଆ କହିଲା ନା ପଣ୍ଡିତ ମହାଶଯ ମତେ ଶାସ୍ତ୍ର ବିଷୟରେ କିଛି ବି ଜଣା ନାହିଁ । ଏହା ଶୁଣି ପଣ୍ଡିତ କହିଲା ‘ତୁମର ପାପ ଭରା ଜୀବନ ପାଣିରେ ବୁଡି ଗଲା’ ।
ପୁଣି ପଣ୍ଡିତ ପଚାରିଲା କି ତମକୁ ଗ୍ରନ୍ଥ ବିଷୟରେ କିଛି ଜଣା ଅଚଚି ?କଣ ତୁମେ କହିପାରିବ ମହାଭାରତ କିଏ ଲେଖିଥିଲେ ?ପଣ୍ଡିତର କଥା ଶୁଣି ନାଉରିଆ କହିଲା ନା ଗ୍ରନ୍ଥ ବିଷୟରେ ମୋ ଅଧିକ ଜଣା ନାହିଁ । ଏହା ଶୁଣି ପଣ୍ଡିତ କହିଲା ତୁମର ତ ଅଧା ଜୀବନ ପାଣିରେ ବୁଡିଗଲା ।
ସେହି ଗର୍ବୀ ପଣ୍ଡିତ ନାଉରିଆକୁ ବେଇଜିତ କରିବାକୁ ଲାଗିଲା । ସେଠାର କିଛି ସମୟ ପରେ ଗଙ୍ଗା ନଦୀରେ ଲହରୀ ଉଠିବାକୁ ଲାଗିଲା । ସେତବେଳେ ନାଉରିଆ ପଣ୍ଡିତକୁ କହିଲା କି ପଣ୍ଡିତ ମହାଶଯ ଲାଗୁଛି ତୋଫାନ ଆସୁଛି ଏବଂ ଏହି ଡଙ୍ଗା ବୁଡିଯାଇ ପାରେ । କଣ ଆପଣଙ୍କୁ ପହଁରା ଆସେ ?ପଣ୍ଡିତ ଡରି ଯାଇ କହିଲା ନା ମତେ ପହଁରା ଆସେ ନାହିଁ । ପଣ୍ଡିତର ଏହି କଥାଶୁଣି ନାଉରିଆ କହିଲା ,ପଣ୍ଡିତ ମହାଶଯ ତୁମେ ବୁଝିଯାନ୍ତୁ କି ତୁମର ସାରା ଜୀବନ ଏହି ପାଣିରେ ବୁଡିଗଲା ।
କିଛି ସମୟ ପରେ ଜୋର ପବନ ହେବାରୁ ଡଙ୍ଗା ଓଲଟି ପଡିଲା । ନାଉରିଆକୁ ପହଁରା ଜଣାଥିବାରୁ ସେ ପହଁରି ନଦୀ କୁଳକୁ ଚାଲିଗଲା ଯେତବେଳେ କି ପଣ୍ଡିତ ପାଣିରେ ବୁଡିଗଲା । ମଣିଷକୁ କେବେବି ନିଜର ଜ୍ଞାନକୁ ନେଇ ଗର୍ବ କରିବା ଉଚିତ ନୁହେଁ ।