ହଳଦିଆ ଚାଉଳର ଏହି ଉପାୟ ଦ୍ଵାରା ଧନ ସମ୍ବନ୍ଧିତ ଅସୁବିଧା ହୋଇଥାଏ ଦୂର, ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ହୁଏ ପ୍ରାପ୍ତ

ଆଜିକା ସମୟରେ ସମସ୍ତଙ୍କୁ ଟଙ୍କା ଓ ଧନ ଦରକାର ସମସ୍ତଙ୍କ ପାଇଁ ଟଙ୍କା ସବୁ ଅସୁବିଧା ସମାଧାନ ହୋଇଥାଏ । ତେବେ ବହୁତ କାମ ପାଇଁ ଅଯଥା ଖର୍ଚ ହୋଇଥାଏ ଏବଂ ଆପଣଙ୍କ ପରିଶ୍ରମ ଟଙ୍କା ପାଣି ରେ ଯାଇଥାଏ । ଧନ ଅଭାବ ପାଇଁ ଲୋକ ଧାର କରଜ ରେ ବୁଡି ଯାଆନ୍ତି ବା ତାଙ୍କୁ ନିଜ ଜୀବନରେ ବହୁତ ପ୍ରକାର ଆର୍ଥିକ ଅସୁବିଧା ସାମ୍ନା କରିବାକୁ ପଡିଥାଏ । ତେବେ ଆର୍ଥିକ ସ୍ଥିତି ଭଲ ରଖିବା ପାଇଁ ଏବଂ ନିଜ ଜୀବନରେ ସବୁ କିଛି ଭଲ ପାଇବା ପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ଆବଶ୍ୟକ ଅଟେ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇବ ।

ତେବେ ହିନ୍ଦୁ ଶାସ୍ତ୍ର ରେ ଚାଉଳର ମହତ୍ଵ ସବୁ ପୂଜା କାମ ପାଇଁ ବହୁତ ଶୁଭ ଅଟେ ଏହା ଆପଣ ସମସ୍ତେ ଜାଣିଛନ୍ତି କିନ୍ତୁ ବହୁତ ଲୋକ ପୂଜା ରେ ସାଦା ଚାଉଳ ବ୍ୟବହାର କରନ୍ତି,

କିନ୍ତୁ ଏହା ଉଚିତ ନୁହଁ ଆପଣ ପ୍ରାୟତଃ ଲୋକଙ୍କୁ ଦେଖିଥିବେ ଯେ ସେ ହଳଦିଆ ଚାଉଳ ବ୍ୟବହାର କରନ୍ତି ତେବେ ଏହା ଆବଶ୍ୟକ ଅଟେ । ଯଦି ଆପଣ ଏହି ହଳଦିଆ ଚାଉଳ ଉପାୟ କରିବା ପାଇଁ ଚାହାନ୍ତି ତେବେ କୌଣସି ଶୁଭ ଦିନ ଯେମିତିକି ଶୁକ୍ରବାର ବା ଏକାଦଶୀ ଦିନ ଦେଖି ସକାଳେ ଉଠି ସ୍ନାନ ଇତ୍ୟାଦି କାମ ସାରି, ସଫା ବସ୍ତ୍ର ଧାରଣ କରି ଆଗ ପୂଜା ସ୍ଥାନକୁ ସଫା କରନ୍ତୁ ଏହା ପରେ ଆସନ ଗ୍ରହଣ କରି ପୂଜା କରିବା ଆରମ୍ଭ କରନ୍ତୁ ।

ଏଥର ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫଟୋ ସାମ୍ନାରେ ବସନ୍ତୁ ଓ ୨୧ଟି ହଳଦିଆ ଚାଉଳ ନିଜ ହାତରେ ନିଅନ୍ତୁ, ଏହା ପରେ ଏହି ଚାଉଳକୁ ଗୋଟେ ନାଲିଆ କପଡାରେ ବାନ୍ଧି ଗୋଟେ ପୋଟଲି ରଖି ନିଅନ୍ତୁ, ଏହି ପୋଟଲିକୁ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପାଖରେ ରେ ରଖନ୍ତୁ । ଏହା ପରେ ପୁରା ବିଧି ବିଧାନ ସହ ପୂଜା କରନ୍ତୁ ପୂଜା ସମାପ୍ତ ହେଲା ପରେ ସେହି ଚାଉଳ ପୋଟଲି ନେଇ ନିଜ ପର୍ସ ବା ଘରେ ରଖା ହୋଇଥିବା ଧନ ଆଲମୀରା ରେ ରଖନ୍ତୁ ।

ଏହା ପରେ ମାତା ଲକ୍ଷ୍ମୀଙ୍କୁ ଏହା ପ୍ରଥନା କରନ୍ତୁ ଯେ ସେ ଆପଣଙ୍କୁ ଆର୍ଥିକ ଅସୁବିଧା ଠାରୁ ବଞ୍ଚାଇ ରଖନ୍ତୁ ଏବଂ ଅନୁରୋଧ କରନ୍ତୁ ଯେ ସେ ଆପଣଙ୍କ ଘରେ ବାସ କରନ୍ତୁ । ଯେତେବେଳେ ଆପଣ ଏହି ପୂଜା ବିଧି ଆରମ୍ଭ କରିବେ ସେତେବେଳେ ଏହାର ବିଶେଷ ଧ୍ୟାନ ରଖନ୍ତୁ ଯେ ଯେଉଁ ହଳଦିଆ ଚାଉଳ ଆପଣ ନେଇଛନ୍ତି ତାହା ଭାଙ୍ଗି ନାହିଁ, ତେବେ ଏମିତି ହେଲେ ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଜଲ୍ଦି ଭଲ ହୋଇଥାଏ ଏବଂ ଆପଣଙ୍କୁ ଧନ ଏବଂ ଏସ୍ଵର୍ଯା ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *