ହସ ଲୁହ ମିଶା ମୋ ଜୀବନର କିଛି ଅଶୁଣା ସତ, ଯେଉଁ ସତକୁ ତୁମେ ମାନେ କେବଳ… ଦେଖନ୍ତୁ Video କଣ କହୁଛନ୍ତି Barsha

ବନ୍ଧୁଗଣ କିଛି ଅକୁହା କଥା ଯାହା ତୁମେ ମାନେ କେହି ବି ଜାଣି ନାହଁ ଯାହା ମୁଁ ତୁମ ମାନଙ୍କ ଆଗରେ ବୋଧ ହୁଏ କେବେ ବି କହି ପାରିବି ନାହି । ହସ ଲୁହ ମିଶା ମୋ ଜୀବନର କିଛି ଅଶୁଣା ସତ ଯେଉଁ ସତକୁ ତୁମେ ମାନେ କେବଳ ପଢିକି ଅନୁଭବ କରି ପାରିବ । ସେଥିପାଇଁ ମୁଁ ସ୍ଥିର କରିଛି ମୋ ଉପରେ ଘଟି ଯାଇଥିବା ଘଟଣା କୁ ମୋ ମୁଁ ବହିରେ ଲେଖିବୀ । ପୁରା ଓଡିଶା ଜାଣିବା ମୋ ଜୀବନର ସତ କାହାଣୀ । ମୋ ଅନ୍ତଃସ୍ଵର ର ଅନେକ ଅକୁହା କଥା । ହଁ ଆଜ୍ଞା ଆପଣ ଯାହା ଦେଖୁଛନ୍ତି ତାହା ସଂପୂର୍ଣ୍ଣ ସତ୍ୟ ଅଟେ ।

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଜୀବନର କାହାଣୀ କୁ ନେଇ ତାଙ୍କ ପ୍ରଥମ ବହି ଲେଖିବାକୁ ଯାଉଛନ୍ତି । ଗତ କାଲି ଗଣେଶ ପୂଜା ଦିନ ପ୍ରଭୁ ଶ୍ରୀ ଗଣେଶ ଓ ଜଗନ୍ନାଥ ଙ୍କ ନାମ ନେଇ କିଛି ଏଭଳି ନୂଆ ଆରମ୍ଭ କରିବେ ବୋଲି ଆତଙ୍କ ଟ୍ବିଟର ଆକାଉଣ୍ଟ ରେ ସେୟାର କରିଛନ୍ତି ବର୍ଷା ।

ବର୍ଷା କହିଛନ୍ତି ତାଙ୍କ ଜୀବନରେ କେତେ ଯେ କଷ୍ଟ ଆସିଛି ସେ କାହାକୁ କେବେ ଜଣାଇ ନାହାନ୍ତି ସବୁ କିଛି ମନ ଭିତରେ ଚାପି ରଖିଛନ୍ତି । ତାଙ୍କ ଆଖି ରେ ଲୁହ ଥିଲେ ବି ଓଠ ରେ ହସ ସମସ୍ତଙ୍କୁ ଦେଖାଇଛନ୍ତି । କିନ୍ତୁ ଏବେ ସମୟ ଆସି ଯାଇଛି ସବୁ କିଛି ବାହାରକୁ ଆଣିବା ପାଇଁ ସେଥିପାଇଁ ତ ସେ ଏମିତି ପଦକ୍ଷେପ ନେଇଛନ୍ତି ।

ପ୍ରେମ ଠାରୁ ଆରମ୍ଭ କରି ବିବାହ ଓ ପରେ ବିଚ୍ଛେଦ ସବୁ କିଛି ସେ ତାଙ୍କ ବହିରେ ଲେଖିବେ ବୋଲି କହିଛନ୍ତି । ତେବେ ଦୀର୍ଘ ଦିନ ହେବ ବର୍ଷା ଓ ଅନୁଭବ ମହାନ୍ତି ଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ଘରୋଇ କଳହ କୋର୍ଟ ରେ ଯାଇ ପହଞ୍ଚି ଯାଇଛି । ବାରମ୍ବାର ଥାନାର ଦ୍ଵାରସ୍ଥ ହୋଇଛନ୍ତି ବର୍ଷା ଓ ଅନୁଭବ । କୋର୍ଟ ରାଏ ପରେ ରାଏ ଶୁଣାଇ ଚାଲିଛନ୍ତି ଆଉ ଦୁହେଁ ଗୋଟିଏ ପରେ ଗୋଟିଏ ପିଟିସନ ଦାଖଲ କରିଛନ୍ତି ।

ସମାଧାନ ହୋଇପାରୁ ନାହି ଦୁଇ ଜଣଙ୍କର ବିବାଦ । କଟକ ଜିଲ୍ଲା ଦୌରା ଜଜ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡିବାକୁ ରାଏ ଶୁଣାଇଛନ୍ତି । ନିଜ ରାଏ ଉପରେ କୋର୍ଟ କାୟମ ରହିଛନ୍ତି । ବର୍ଷାଙ୍କ ଆବେଦନକୁ କଟକ ଏସଡିଜେଏମ କୋର୍ଟ ଖାରଚ କରି ଦେଇଥିଲେ । ନିକଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ ବର୍ଷା ।

ବର୍ଷାଙ୍କୁ ଘର ଛାଡିବାକୁ ରାଏ ମିଳିବା ପରେ ସେ ଶାଶୁ ଘର ଛାଡିବେ ବୋଲି ଅଣ୍ଡର ଟେକିଙ୍ଗ ଦେଇଛନ୍ତି । ତେବେ ବର୍ଷାଙ୍କର ଏହି ବହି ପଢିବା ପରେ ଓଡିଶା ବାସୀ ବର୍ଷା ଙ୍କୁ ଗ୍ରହଣ କରିବେ କି ନାହି ତାହା ସମୟ କହିବ । ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ନିଜ ପାଇଁ ଲେଖିବାକୁ ଯାଉଥିବା ନିଜର କାହାଣୀ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *