ହେ ଭଗବାନ କି ଭୟଙ୍କର ଦୃଶ୍ୟ! ଦେଖନ୍ତୁ ବନ୍ୟା ପାଣିରେ କେମିତି ନଦୀ ପାର ହେଉଛନ୍ତି ଗର୍ଭବତୀ ମହିଳା, ଦେଖିଲେ ଛାତି ଥଋ ଉଠିବ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓରେ ଦେଖିପାରିବେ କେମିତି ରହିକି ବନ୍ୟା ପାଣିର ପ୍ରଖର ସୁଅ । ଏ ହେଉଛି ଛାବରି ନଦୀର ଦୃଶ୍ୟ । ନଦୀ ସେପଟେ ରହିଛି ଡାକ୍ତରଖାନା ଆଉ ଏପଟେ ରହିଛି ଗର୍ଭବତୀ ମହିଳା । ଏହି ରସ ହଣ୍ଡାରେ ନଈ ପାର ହେଲେ ଗର୍ଭବତୀ ମହିଳା ଜଣକ ମେଡିକାଲରେ ପହଞ୍ଚିଲେ ସେଠାରେ ହେବ ପ୍ରସବ । ସେଥିପାଇଁ ଏଠାରେ ଜମିଛି ଭିଡ । ସମସ୍ତେ ଉତ୍କଣ୍ଠା ସହଜରେ ଚାହିଁ ରହିଛନ୍ତି ଗର୍ଭବତୀ ମହିଳା କେମିତି ଆର ପଟକୁ ଯିବେ । ସାଙ୍ଗରେ ମା ଘରର ଲୋକଙ୍କ ସହ ଗାଁ ଲୋକେ ବି ଜମା ହୋଇଛନ୍ତି । ଗର୍ଭବତୀ ମହିଳା ଚାରିଆଡକୁ ଚାହିଁ ଦେଖୁଛନ୍ତି ରସ ହଣ୍ଡାରେ ନଈ ପାର ହେବା ସମ୍ଭବ ହେବ ତ ?

୯ ମାସ ଗର୍ଭରେ ରଖିଥିବା ଶିଶୁକୁ ଧରି କେମିତି ମା ଉଛୁଳା ନଇକୁ ଜୀବ । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ରସ ହଣ୍ଡାରେ ପ୍ଯାଣ୍ଟ ସାର୍ଟ ଭର୍ତ୍ତି କରି ଯୁବକ ଜଣକ ଜଳ ଦେବତାଙ୍କୁ ନମସ୍କାର କରି ନଈ ପାର ହେବାକୁ ଲାଗିଲେ । କୁନି ପିଲାକୁ ହଣ୍ଡାରେ ବସାଇ ୩ ଜଣ ଯୁବକ ଧରି ଧରି ନେଉଛନ୍ତି ଆଉ ଏଠାରେ ମହିଳା ଜଣକ ଗଲାବେଳେ କେମିତି ଟଳମଳ ହୋଇଯାଉଛନ୍ତି ପାଣି ଭିତରେ ।

ସରକାରି ଦିଦିଙ୍କୁ ହାତ ଧରି ନେଉଛନ୍ତି ଜଣେ ଯୁବକ । ତେବେ ପ୍ରଶ୍ନ ଉଠୁଛି ଗର୍ଭବତୀ ମହିଳା ନଇ ପର ହୋଇ ଯିବେ କେମିତି ? ତେବେ ଏହି ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ପୁରୀକମା ବ୍ଲକ ହରଗଡା ପଞ୍ଚାୟତର ଡମ୍ବଦୁରଞ୍ଜି ଗାଁର । ଗର୍ଭବତୀ ମହିଳା ଜଣକ ହେଉଛନ୍ତି ନକୁଳ ଯାନୀଙ୍କ ସ୍ତ୍ରୀ ଡମୁଣି ଯାନୀ । ଡମୁଣିଙ୍କୁ ଅନେକ ବୁଝାସୁଝା କରିବା ପରେ ନଇ କୁଳକୁ ଅଣା ଯାଇଛି ।

କିନ୍ତୁ ହଣ୍ଡା ହିତରକୁ ପାଦ ବଢାଇଲା ବେଳକୁ ଭୟ କରିଲେ ବି ଡମୁଣି ହଣ୍ଡା ଭିତରେ ବସିବାକୁ ଉଦ୍ୟମ କରୁଛନ୍ତି । ଟିକେ ବାଟ ଯାଇଛନ୍ତି କି ନାହି ଭୟରେ ଓଲହାଇ ପଡ଼ୁଛନ୍ତି ଡମୁଣି । ଶେଷରେ ହଣ୍ଡାକୁ ଧରି ଭରା ନଇ ପାରା ହେଉଛନ୍ତି । ବର୍ତ୍ତମାନ ବର୍ଷା ଛାଡି ଯାଇଥିବାରୁ ବୋରୀହୁମାର ଡମ୍ବଦୁରଞ୍ଜି ଗାଁ ଦେଇ ଯାଇଥିବା ଏହି ଛାବରୀ ନଦୀରେ ରଖାର ସୁ ହୋଇଛି ।

ଆସନ୍ନ ପ୍ରସାବ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା । ସେଥିପାଇଁ ଏହି ବ୍ଲକର ଡମୁଣି ଯାନୀ ଙ୍କ ଘରେ ପହଞ୍ଚିଥିଲେ ମା ଘର ଲୋକେ । ଆଉ ତ ପରେ ଆରମ୍ଭ ହୋଇଥିଲା ନଦୀପାର ପ୍ରକ୍ରିୟା । ବର୍ତ୍ତମାନ ଡମୁଣି ନଈ ପାର ହେବା ପରେ ଗାଡି ସାହାଯ୍ୟରେ ଚାଲି ଯାଇଛନ୍ତି ଆଉ ପ୍ରସବ ପାଇଁ ଅପେକ୍ଷା କରିଛନ୍ତି ।

ତେବେ ଏହି ଗାଁ ର ସ୍ୱାସ୍ଥ୍ୟ ଓ ଯାତାୟତର ସମସ୍ଯା ଲୋକଙ୍କର ଦେହଚରା ହୋଇ ଗଲାଣି । ପୂର୍ବରୁ ଏହି ନଦୀ ଘାଟରେ ଦୁଇ ଜଣ ମହିଳାଙ୍କର ଜୀବନ ବି ଯାଇ ସରାଇଛି । ଯଦି ସରାକର ପୋଲ କରିଥାନ୍ତେ ତେବେ ହୁଏ ତ ଗର୍ଭବତୀ ମହିଳାଙ୍କୁ ଏମିତି ନଇ ପର ହେବାକୁ ପଡି ନ ଥାନ୍ତା । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *