‘ସମସ୍ତେ କହୁଛନ୍ତି ମୁଁ କୁଆଡେ ଅପବିତ୍ର, କେହି ମୋ ପାଖ ମାଡୁ ନାହାନ୍ତି…’ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କିଛି ଏମିତି କହିଲେ ଝିଅଟି, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓରେ ଯେଉଁ ଝିଅକୁ ଦେଖୁଛନ୍ତି ସେ ପିଲାଦିନୁ ବାପା ମା ଛନ୍ଦ ହୋଇ ରହିଛନ୍ତି । ଜନ୍ମ କଲା ବାପା ମାଙ୍କୁ ସେ ଦେଖି ନାହାନ୍ତି କିନ୍ତୁ ୨ୟ ଶ୍ରେଣୀରେ ପଢୁଥିବା ବେଳେ ଯେଉଁ ବାପା ତାଙ୍କୁ ଘରକୁ ଆଣିଥିଲେ ସେ ଆରପାରିକୁ ଚାଲିଯାଇଛନ୍ତି ଆଉ ବାପା ଗଲା ପରେ ମା ମାନସିକ ରୋଗୀ ହୋଇଯାଇଛନ୍ତି । ଏହି କୁନି ଝିଅଟି ହେଉଛନ୍ତି ସୁଭଦ୍ରା ଯିଏ ନିଜ ବିଷୟରେ କହିଛନ୍ତି କି ଯେବେ ସେ ବଡ ହେଲେ ଜାଣିବାକୁ ପାଇଲେ ସାହିଲୋକଙ୍କ ଠାରୁ ତାଙ୍କ ବାପା ପଛ ଜାତିରୁ ଆଣି ପାଳିଛନ୍ତି ।

ମୋତେ ଛୁଇଁଲେ କୁଆଡେ ଅଶୁଭ ହେବ ବୋଲି ସେମାନେ ମୋ ଠାରୁ ଦୂରେଇ ରହୁଛନ୍ତି ବୋଲି ସୁଭଦ୍ରା କହିଛନ୍ତି । ଏମିତିକି କାହା ଘରକୁ ବି ଯିବାକୁ ଦେଉ ନାହାନ୍ତି ସୁଭଦ୍ରାଙ୍କୁ । ବାପା ଚାଲିଗଲା ପରେ ମା ପାଉଥିବା ୫୦୦ ଟଙ୍କା ଭତ୍ତା ପଇସାରେ ଓଳିଏ ଖାଇ ଆର ଓଳିକ ଉପାସ ରହଛନ୍ତି । ଏମିତିକି ଘର ବାପା କରିଥିଲେ କିନ୍ତୁ ଏବେ ଘର ଭାଙ୍ଗିବାକୁ ବସିଲାଣି ।

ବର୍ଷା ହେଲେ ଘରେ ପାଣି ପସିଯାଇଛି ତଥାପି ସ୍ଵପ୍ନ ରଖିଛନ୍ତି ସୁଭଦ୍ରା ପାଠ ପାଢୀ ରୋଜଗାର କରି ଘରଟିଏ ତୋଳିବେ । ବର୍ତ୍ତମାନ ଅର୍ଥ ହିଁ ସବୁଥିରେ ବାଧକ ସାଜିଛି । ଦର୍ଶକ ବନ୍ଧୁ ଆପଣମାନେ ଏମିତି କୋହଭରା ଦୁଖ ଶୁଣି ନ ଥିବେ । ଛୋଟବେଳୁ ବାପା ଘରକୁ ଆଣି ଲାଳନପାଳନ କରିଥିଲେ କିନ୍ତୁ ଅଧାରୁ ଛାଡି ଚାଲିଗଲେ । ଆଉ ଏବେ ପଛୁଆ ଜାତିର ହୋଇଥିବାର କହି କେହି ତାଙ୍କ ପାଖ ମାଦୁ ନାହାନ୍ତି ।

 

ଯାହାକୁ ନେଇ ସୁଭଦ୍ରା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚିଠି ଲେଖିଛନ୍ତି ଯାହାକୁ ପଢିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ । ଏ ହେଉଛି ବାଲେଶ୍ଵର ଜିଲ୍ଲାର ସୁଭଦ୍ରା ପଣ୍ଡାଙ୍କ କାହାଣୀ । ସୁଭଦ୍ରା ଏବେ ୧୦ମ ଶ୍ରେଣୀରେ ଅଧିବା ସହ ଘରର ସବୁ କାମ ବି କରୁଛନ୍ତି । ସାହା ଭରସା କହିଲେ ବିଧବା ମାଟିଏ ସେ ବି ମାନସିକ ରୋଗୀ ।

ତେଣୁ ସୁଭଦ୍ରା ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଆଉ ତାଙ୍କୁ ଆର୍ଥିକ ଭାବେ ସାହାଜ୍ଯ କରିବାକୁ ଅନୁରୋଧ କରିଛନ୍ତି । ଚିଠିରେ ଲେଖାଅଛି ଘର ତିଆରି କରିବାକୁ, ପଢାରେ ସାହାଜ୍ଯ କରିବାକୁ, ମାର ଚିକିତ୍ସା କରିବା ପାଇଁ ଆଉ ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ । ତେବେ ଆଶା କରା ଯାଉଛି ଏହି ଖବର ଟି ନିଶ୍ଚୟ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ପହଞ୍ଚି ପାରିବ ଆଉ ସେ ସୁଭଦ୍ରା ଙ୍କୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିବେ ।

ସୁଭଦ୍ରା କହିଛନ୍ତି ତାଙ୍କ ମା ଯେଉଁ ପଇସା ପାଉଛନ୍ତି ସେଥିରେ ଖାତା ବହି ଆଣୁଛନ୍ତି ଆଉ ଯେଉଁ ଚାଉଳ ପାଉଛନ୍ତି ତାକୁ ବିକି ଅଧା ଦିନ ଖାଉଛନ୍ତି ଅଧା ଦିନ ଉପାସ ରହୁଛନ୍ତି । ଟିୟୁସନ ସାରା ତାଙ୍କ ବିଷୟରେ ସବୁ କିଛି ଜାଣିବା ପରେ ଦରମା ନେଉ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ସୁଭଦ୍ରାଙ୍କର ଏଭଳି ସଂଘର୍ଷ ମୟ ଜୀବନ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *