ଓଃ… ବ୍ୟୁଟିଫୁଲ! ମୁଣ୍ଡଳି ବ୍ରିଜ ପରିଦର୍ଶନ କରିବାକୁ ଯାଇ Sura Bhai କଣ କରୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ବନ୍ୟା ସ୍ଥିତି ଦେଖିବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାଏ ମୁଣ୍ଡଳି ବ୍ରିଜ ରେ ପହଞ୍ଚିଛନ୍ତି ଯାହାର ଦ୍ରୁଶ୍ଯ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଯେତେ ଯାହା ହେଲେ ବେ ସୁର ଭାଇ ହେଉଛନ୍ତି ଆମର ନେତା ଲୋକ କେମିତି ବା ନ ଜାଣିଥାନ୍ତେ ଲୋକ ମାନଙ୍କର ଦୁଖ ବୁଝିବା ପାଇଁ । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ସୁର ଭାଇ ଲୋକଙ୍କର ସମସ୍ଯା କଣ ଦେଖିବେ ସେ ମାଛ ଦୋକାନରେ ଆସି ମାଛ ଦେଖିଲେଣି । ସତରେ ନେତାଙ୍କର ଠାକୁର ବିକା କୁ କଦଳୀ ବିକା କଥା ଆପଣ ମାନେ ଶୁଣିଥିବେ କିନ୍ତୁ ବନ୍ୟା ଦେଖିବାକୁ ଆସିଥିବା ସୁର ଭାଇ ମାଛ କିଣିବାକୁ ଲାଗିଲେଣି ।

ସୁର ଭାଇ କହୁଛନ୍ତି ଚିଙ୍ଗୁଡି ନୁହେଁ ଆଉ କଣ ମାଛ ଦିଅ । ଶେଷରେ ସୁର ଭାଇ ନିଜ ଦଳ ର ସ୍ଥିତି ଦେଖିକି ମଲା ମଛା ଟା କିଣିକି ନଉଛନ୍ତି । ଏତେ ଜିଅନ୍ତା ମାଛ ଥାଇ ବି ସୁର ଭାଇ କଣ ପାଇଁ ମଲା ମାଛ କୁ ନେଲେ ନିଶ୍ଚୟ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ । ଏମିତିରେ ଦେଖିବାଲୁ ଗଲେ ସୁର ଭାଇ ଙ୍କ ଦଳ ଦୀର୍ଘ ୨୨ ବର୍ଷ ହେଲା ସେମିତି ସୋଇ ରହିଛି ତେବେ ଜିଅନ୍ତା ମାଛ ନେଇ ସେ କଣ ବା କରିବେ ?

ସୁର ଭାଇ ମାଛ ନେଇ ରେଟ କେତେ ପଚାରୁଛନ୍ତି ଦୋକାନୀ ଙ୍କୁ । ପଇସା ଦେବା ପରେ ଦୋକାନୀ ଙ୍କୁ ସୁର ଭାଇ କହୁଛନ୍ତି ତାଙ୍କର ପ୍ରିୟ ଡାଇଲଗ ଭାଇ ରେଡି ତ ! ମାଛ କିଣି ସାରିବା ପରେ ସୁର ଭାଇ ସିଧା ଯାଇ ପହଞ୍ଚି ଯାଇଛନ୍ତି ବନ୍ୟା ପାଣି ଦେଖିବାକୁ । କିନ୍ତୁ କଣ ହେବ ଆମ ଲୋକ ମାନେ କଣ ତାଙ୍କୁ ପଣି ଦେଖାଇ ଦେଉଛନ୍ତି ନା କଣ ବରଂ ଲୋକ ମାନେ ତାଙ୍କୁ ଚାରି ପଟୁ ଘେରି ତାଙ୍କ ସହ ସେଲଫି ନେବାରେ ଲାଗି ପଡିଛନ୍ତି ।

ଆଉ ଆମ ସୁର ଭାଇ ମଧ୍ୟ ହସି ହସି ଲୋକ ମାନଙ୍କ ସହ ସେଲଫି ନେବାରେ ବ୍ୟସ୍ତ ହୋଇ ଯାଇଛନ୍ତି । ସୁର ଭାଇ ବି କହୁଛନ୍ତି ଗଲା ତ ! କାରଣ ସୁର ଭାଇ ଜାଣିଛନ୍ତି ଆମ ଓଡିଶାର ଲୋକେ ଠାରେ ସେଲଫି ନେବା ଆରମ୍ଭ କରିଲେ ଆଉ ଛାଡିବେ ନାହି ପୁରା ପିମ୍ପୁଡି ଜନ୍ଦା ଭଳି ଲାଗିଯିବେ ।

ଦେଖନ୍ତୁ ଆପଣ ମାନେ ବି ଭିଡିଓ ରେ କେମିତି ସୁର ଭାଇ ଙ୍କୁ ଘେରି ଯାଇଛନ୍ତି ଲୋକ ମାନେ । ଗାଡି ରେ ହେଲମେଟ ପିନ୍ଧିବା ଲୋକ ଟି ଗାଡି ରଖି ପଳାଇ ଆସେଲେଣି ସୁର ଭାଇଙ୍କ ସହ ସେଲଫି ନେବାକୁ । ସୁର ଭାଇ ଗାଡିରେ ବସିବାକୁ ଗଲେଣି କିନ୍ତୁ ଲୋକ ମାନେ କଣ ତାଙ୍କୁ ଛାଡୁଛନ୍ତି କି ! ସୁର ଭାଇ ବନ୍ୟା ସ୍ଥିତି ବିଷୟରେ କହିଛନ୍ତି ନୂଆ ପାଣି ପଡିଛି ବହୁତ ଆନନ୍ଦ ଲାଗୁଛି ।

ଯେଉଁ ମାଛ କିଣିଛନ୍ତି ତାହା ୩ କିଲୋ ବହୁତ ବଢିଆ ବୋଲି ସୁର ଭାଇ କହୁଛନ୍ତି । ବନ୍ଧୁଗଣ ଆପଣଙ୍କର ସୁର ରାଉତରାଏଙ୍କର ବନ୍ୟା ପରିଦର୍ଶନ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *