ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ ।
ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ । ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ରେ ହିନ୍ଦୁ ଧର୍ମର ଦେବା ଦେବୀ ଙ୍କ ଵିଷୟ ରେ ଲେଖା ଯାଇଛି । ଏହା ସହିତ ତାଙ୍କ ବାହାନ ମାନଙ୍କ ଵିଷୟ ରେ ମଧ୍ୟ ଟିପ୍ପଣୀ ଦିଆ ଯାଇଛି । ଦେବା ଦେବୀ ଙ୍କ ର ବାହାନ କିପରି ହୋଇଥାନ୍ତି ସେ ଵିଷୟ ରେ ଆଜି ଆମେ ଆପଣଂକୁ ଜଣାଇବୁ । ତେବେ ଆସନ୍ତୁ ଜାଣିବା ସେହି ଵିଷୟ ରେ ଅଧିକ କଥା ।
ବିଷ୍ଣୁ ଙ୍କ ର ବାହାନ ଗରୁଡ଼-ବନ୍ଧୁଗଣ ଆମେ ସମସ୍ତେ ଏହା ଜାଣିଛୁ ଯେ ଭଗବାନ ବିଷ୍ଣୁ ଙ୍କ ର ବାହାନ ପକ୍ଷୀ ରାଜ ଗରୁଡ଼ ଅଟନ୍ତି । ପୁରାତନ କାଳ ରେ ସବୁଠାରୁ ବୁଦ୍ଧିମାନ ପକ୍ଷୀ ଥିଲେ ଗରୁଡ଼ । ଗରୁଡ଼ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଉଡି ପାରୁଥିଲେ । ତାଙ୍କର ଏକ ବିଶେଷତ୍ବ ଥିଲା ଯେ ସେ ଯେତେ ଉପରେ ଉଡିଲେ ମଧ୍ୟ ତଳେ ଥିବା ସମସ୍ତ ଜିନିସ କୁ ଦେଖିପାରିଥାନ୍ତି । ପ୍ରାଚୀନ ଶାସ୍ତ୍ର ଅନୁସାରେ ଗରୁଡ଼ ରାଜା ପ୍ରଜାପତି ଧ୍ରୁଶ୍ୟ ଓ ତାଙ୍କ ପତ୍ନୀ ଦ୍ୱେତା ଙ୍କ ପୁତ୍ର ଥିଲେ । ସେ ବଡ଼ ହେବା ପରେ ବିଷ୍ଣୁ ଙ୍କୁ ତପସ୍ୟା କରିଥିଲେ । ବିଷ୍ଣୁ ତାଙ୍କ ତପସ୍ୟା ରେ ପ୍ରସନ୍ନ ହୋଇ ତାଙ୍କୁ ନିଜ ବାହାନ କରିଥିଲେ ।
ଶିବ ଙ୍କ ର ବାହାନ ନନ୍ଦି ବଳଦ-ଆପଣ ମାନେ ଜାଣିଛନ୍ତି ଯେ ପ୍ରଭୁ ଶିବ ଙ୍କ ର ବାହାନ ନନ୍ଦି ଅଟନ୍ତି । ଯେପରି ଗାଈ ମାନଙ୍କ ମଧ୍ୟରେ କାମଧେନୁ ଶ୍ରେଷ୍ଠ ଅଟନ୍ତି ସେହିପରି ବଳଦ ମାନଙ୍କ ଭିତରେ ନନ୍ଦି ବଳଦ ଶ୍ରେଷ୍ଠ ଅଟନ୍ତି । ପୁରାତନ ଶାସ୍ତ୍ର ଅନୁସାରେ ଶିଳାଦ ନାମକ ଜଣେ ଋଷି ଥିଲେ । ତାଙ୍କର କୌଣସି ପୁତ୍ର ହେଉ ନ ଥିବାରୁ ସେ ଶିବ ଙ୍କ ର ତପସ୍ୟା କରିଥିଲେ । ତାଙ୍କ ପୁତ୍ର ଙ୍କୁ ସେ ବେଦ ଉପନିଷଦ ଜ୍ଞାନ ଦେଇଥିଲେ ।
ଥରେ ଋଷି ଶିଳାଦ ଙ୍କୁ ଦୁଇ ଜଣ ଋଷି ଭେଟ ହେଲେ ଓ ତାଙ୍କ ପୁତ୍ର ଙ୍କୁ ଦେଖି କହିଲେ ସେ ଆଉ ଅଳ୍ପ ଦିନ ପାଇଁ ବଂଚିବେ । ଏହା ଜାଣିବା ପରେ ନନ୍ଦି ଭଗବାନ ଶିବ ଙ୍କ ର ତପସ୍ୟା କରିଥିଲେ । ଏହା ପରେ ଭଗବାନ ଶିବଙ୍କୁ ନଦୀ କହିଥିଲେ ଯେ ସେ ତାଙ୍କର ସେବା କରିବେ । ଏହା ପରେ ଶିବ ତାଙ୍କୁ ସମ୍ପୂର୍ଣ୍ଣ ବଳଦ ର ରୂପ ଦେଇଥିଲେ ।
ଗଣେଶ ଙ୍କ ବାହାନ ମୂଷା-ମୁଷକ ଶବ୍ଦ ର ଅର୍ଥ ହେଉଛି ଚୋରି କରିବା । ଯାହାକି ମନୁଷ୍ୟ ର ସ୍ଵଭାଵ ସହିତ ମଧ୍ୟ ମିଶି ଥାଏ । ମନୁଷ୍ୟ ନିଜର ସ୍ୱାର୍ଥ ପାଇଁ ଅନେକ ପ୍ରକାର ଚୋରି ଆଦି କାର୍ଯ୍ୟ କରିଥାଏ । ବୈଜ୍ଞାନିକ ମାନେ ମଧ୍ୟ ଏହା ପ୍ରମାଣିତ କରିଛନ୍ତି ଯେ ମୂଷା ଓ ମନୁଷ୍ୟ ର ମସ୍ତିଷ୍କ ର ଗଠନ ଏକା ଭଳି ହୋଇଥାଏ । ଗଣେଶ ଙ୍କ ର ମୂଷା ଉପରେ ବସିଥିବାରୁ ଜଣା ଯାଇଥାଏ ଯେ ଭଗବାନ ଗଣେଶ ସ୍ଵାର୍ଥ ଉପରେ ବିଜୟ ଲାଭ କରିଛନ୍ତି ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।