ହୋଲି ଆସିବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଜିନିଷ, ଧନର ବର୍ଷା ହେବ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ଘରେ ପରିବାରର ସମସ୍ତ ସଦସ୍ୟ ଧନ କମାଇବା ପରେ ମଧ୍ୟ ଅଭାବ ଦେଖା ଯାଇଥାଏ । ଦୀର୍ଘ ଦିନ ଧରି ଧନ ଘରେ ରହିପାରେ ନାହଁ । ଏହି ସବୁ ର ମୁଖ୍ୟ କାରଣ ଆପଣଙ୍କ ଘର ର ବାସ୍ତୁ ଦୋଷ ଯୋଗୁଁ ହୋଇଥାଏ । ଯଦି ଘରର ବାସ୍ତୁ ସଠିକ ନଥାଏ ତେବେ କେବେବି ଘର ଓ ପରିବାର ସଦସ୍ୟ ଙ୍କ ଉନ୍ନତି ସାଧନ ହୋଇନଥାଏ । ଶାସ୍ତ୍ର ରେ କିଛି ଏଭଳି ଜିନିଷ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯେଉଁ ଜିନିଷ ଗୁଡ଼ିକୁ ଘରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ଏବଂ ଘରର ମଙ୍ଗଳ ସାଧିତ ହୋଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶାସ୍ତ୍ର ରେ ଥିବା ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ କହିବୁ ଯେଉଁ ଜିନିଷ ଗୁଡ଼ିକୁ ଘରେ ରଖିବା ଦ୍ୱାରା ଶୁଭମୟ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ସ୍ୱସ୍ତିକ ଚିନ୍ହ’ । ଘରର ମୁଖ୍ୟ ଦ୍ଵାରା ଘରର ସୁଖ ସମୃଦ୍ଧି ର ମାର୍ଗ ହୋଇଥାଏ । ଘରର ମୁଖ୍ୟ ଦ୍ୱାରା ସର୍ଵଦା ସଫା ସୁତୁରା ଏବଂ ସ୍ୱଚ୍ଛ ରଖିବା ଆବଶ୍ୟକ ଏବଂ ଏହା ସହିତ ଘରର ମୁଖ୍ୟ ପ୍ରବେଶ ଦ୍ୱାର ରେ ଦୁଇ ଦିଗରେ ଲାଲ ରଙ୍ଗରେ ସ୍ୱସ୍ତିକ ଚିନ୍ହ କରିବା ଶୁଭ ହୋଇଥାଏ । ଏହାଦ୍ବାରା ଘରେ ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ ଏବଂ ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ ।


୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘କଇଁଛ’ । ଶାସ୍ତ୍ର ରେ କଇଁଛ କୁ ବିଶେଷ ମହତ୍ତ୍ୱ ପ୍ରଦାନ କରାଯାଇଛି । ସନାତନ ଧର୍ମରେ କଇଁଛ କୁ ଶୁଭ ର ପ୍ରତୀକ ବୋଲି ବିବେଚନା କରାଯାଇଛି । ଯଦି ଜୀବିତ କଇଁଛ ପାଳିବା ଅସମ୍ଭବ ହୋଇଥାଏ ତେବେ ପଞ୍ଚ ଧାତୁ ରୁ ନିର୍ମିତ କଇଁଛ କୁ ଘରର ଉତ୍ତର ଦିଗରେ ରଖିବା ଶୁଭଦାୟକ ହୋଇଥାଏ । କଇଁଛ କୁ ଘର ର ଭିତର ଆଡ଼କୁ ମୁହଁ କରି ରଖିବା ଉଚିତ । ଏଭଳି କଇଁଛ ରଖିବେ ଯାହାର ପିଠି ରେ ଶ୍ରୀ ଯନ୍ତ୍ର ଅଥବା କୁବେର ଯନ୍ତ୍ର ର ନିର୍ମିତ ହୋଇଥିବ । ଏହା ଶୁଭତା ର ପ୍ରତୀକ ଅଟେ ।


୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ଜଳ ଥିବା ପାତ୍ର’ । ଉତ୍ତର ଦିଗ କୁ କୁବେର ଙ୍କ ଦିଗ କୁହାଯାଏ ଏବଂ ଏହା ଧନ ସହିତ ଜଡ଼ିତ ଅଟେ ଏବଂ ଉତ୍ତର ଦିଗ ଜଳ ତତ୍ତ୍ୱ ସହିତ ଜଡ଼ିତ ଅଟେ । ଏକ ମାଠିଆ ରେ ଜଳ ପୂର୍ଣ୍ଣ କରି ଘରର ଉତ୍ତର ଦିଗ ଆଡ଼କୁ ମୁହଁ କରି ମାଠିଆ କୁ ରଖିବା ଦ୍ଵାରା ଶୁଭଦାୟକ ହୋଇଥାଏ । ଏହାଦ୍ବାରା ଘରେ ଧନର ଆଗମନ ହୋଇଥାଏ । କିନ୍ତୁ ଏହା ଧ୍ୟାନ ରଖିବେ ଯେ ସର୍ଵଦା ଯେପରି ମାଠିଆ ରେ ଜଳ ପୂର୍ଣ୍ଣ ହୋଇ ରହିବ । କେବେବି ଏହାକୁ ଖାଲି ରଖିବେ ନାହିଁ ।


୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ବାସ୍ତୁ ଦେବତା ଙ୍କ ମୂର୍ତ୍ତି ବା ଫଟୋ’ । ବାସ୍ତୁ ଦୋଷରୁ ମୁକ୍ତି ପାଇବା ନିମନ୍ତେ ସବୁଠାରୁ ସହଜ ଉପାୟ ହେଉଛି ଘରେ ବାସ୍ତୁ ଦେବତା ଙ୍କ ମୂର୍ତ୍ତି ବା ପ୍ରତିଛବି ର ସ୍ଥାପନ କରିବା । ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ଧନ ର ଆଗମନ ହୋଇଥାଏ । ସଂକ୍ଷେପରେ ଯଦି କହିବା ତେବେ ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହୋଇଥାଏ ।

Leave a Reply

Your email address will not be published. Required fields are marked *