ସରକାରଙ୍କ ନୂଆ ନିଷ୍ପତ୍ତି: ମଇ ପର୍ଯ୍ୟନ୍ତ ବଢାଗଲା ଲକଡାଉନ, ଅର୍ଥନୀତିକୁ ନେଇ ସରକାର ମଧ୍ୟ କରୁଛନ୍ତି ଚିନ୍ତା

ତେବେ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ ଜାରି କରା ଯାଇଥିଲା ଯାହା ଲୋକଙ୍କ ସୁରକ୍ଷା ଏବଂ କରୋନା ର ଆତଙ୍କ ପାଇଁ ଏହାକୁ ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଲକଡାଉନ ସମୟ ବଢେଇ ୩ ମଇ ପର୍ଯ୍ୟନ୍ତ କରି ଦେଇଛନ୍ତି । ପ୍ରଧାନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ୨୦ ଏପ୍ରିଲ ପରେ ଯେଉଁ ଜାଗା ଅଧିକ ସଂକ୍ରମିତ ହବାର ଦେଖା ଯିବ ତାହା ପାଇଁ ଲକଡାଉନ ଆଉ ଅଧିକ ଦିନ ପାଇଁ ବଢେଇ ଦିଆ ଯିବ ତେବେ ଏହା ଲୋକଙ୍କ ସୁରକ୍ଷା ଉପରେ ନିର୍ଭର କରେ ।

ପ୍ରଧାନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ୨୦ ଏପ୍ରିଲ ପର୍ଯ୍ୟନ୍ତ ସବୁ ଜାଗା ସଂକ୍ରମଣ ବିଷୟରେ ବୁଝା ଯିବ ଏବଂ ଏହା ପରେ ସୁନିଶ୍ଚିତ କରା ଯିବ ଯେ କେଉଁ ଜାଗା ଲକଡାଉନ କେବେ ସମାପ୍ତ ହବ ।

ତେବେ ପ୍ରଧାନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସୁବିଧା ଏବଂ ସୁଯୋଗ ଦେଖି ଆମେ ଯେଉଁ ଜାଗା ଅଧିକ ସଂକ୍ରମଣ ହୋଇଛି ଏବଂ ଯେଉଁ ଜାଗା ସଂକ୍ରମିତ ହୋଇ ନାହିଁ ସେଥିପାଇଁ ଶର୍ତ ରଖିବୁ ଯାହା ଲୋକଙ୍କ ସୁରକ୍ଷା ପାଇଁ ଅଟେ ସେଥିପାଇଁ ସମସ୍ତେ ପାଳନ କରିବା ଉଚିତ । ତେବେ ଏହି ଭଳି ଭୟଙ୍କର ମହାମାରୀ କରୋନା ଭାଇରସ ଠାରୁ ବଞ୍ଚିବା ପାଇଁ ଇଣ୍ଡିଆ ଫ୍ରାନ୍ସ ଭଳି ହାତ ମିଶେଇଛନ୍ତି ଏବଂ ଫ୍ରାନ୍ସ ରେ ମଧ୍ୟ ଲକଡାଉନ ସମୟ ବଢେଇ ଦିଆ ଯାଇଛି ।

ତେବେ ଏପର୍ଯ୍ୟନ୍ତ ଏହି ଗମ୍ଭୀର ସଂକ୍ରମଣ ଔଷଧ ଆସି ନାହିଁ ଏବଂ ଏହାକୁ ହରେଇବା ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ ସେଥିପାଇଁ ସମସ୍ତଙ୍କୁ ସରକାର ନିୟମ ପାଳନ କରିବା ଉଚିତ ଏବଂ ୩ ମଇ ପର୍ଯ୍ୟନ୍ତ ଘରେ ରୁହନ୍ତୁ ଏହା ଦ୍ଵାରା ହୋଇପାରେ ସଂକ୍ରମଣ କମି ଯାଇ ପାରେ । ତେବେ ଏହି ଲକଡାଉନ ସମୟ ଆମ ଓଡିଶା ସରକାର ଆଗ ବଢେଇଛନ୍ତି ପୁରା ଦେଶରେ ଓଡିଶା ଏକମାତ୍ର ଏମିତିକା ରାଜ୍ୟ ଯାହା ଆଗ ଲକଡାଉନ ବଢେଇବା ସାହସ ଦେଖେଇଥିଲେ ଏହା ଲୋକ କଲ୍ୟାଣ ପାଇଁ କରା ଯାଇଛି ।

ଏହା ପରେ ତେଲେଙ୍ଗାନା, ମହାରାଷ୍ଟ୍ର ଓ ପଞ୍ଜାବ ନିଜ ନିଜ ରାଜ୍ୟ ଲକଡାଉନ ୩୦ ଏପ୍ରିଲ ପର୍ଯ୍ୟନ୍ତ କରିଥିଲେ । ବର୍ତମାନ ଦେଶ ପ୍ରଧାନ ମନ୍ତ୍ରୀ ଏହି ଲକଡାଉନକୁ ପୁରା ଦେଶ ପାଇଁ ୩ ମଇ ୨୦୨୦ ପର୍ଯ୍ୟନ୍ତ ବଢେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *