ରବି ଚଳିଲେ ମେଷ ରାଶିକୁ, କଣ ପଡିବ ୧୨ଟି ରାଶି ଉପରେ ଏହାର ପ୍ରଭାବ? ଜାଣନ୍ତୁ

ଗୁରୁବାର ୧୩ ଏପ୍ରିଲ ୨୦୨୦ ରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିଛନ୍ତି, ଏହି ରାଶି ରେ ସୂର୍ଯ୍ୟ ଉଚ୍ଚ ଭାଗ ରେ ରହିବେ, ଏହାର ସକାରାତ୍ମକ ପ୍ରଭାବ ସମ୍ପୂର୍ଣ ସୃଷ୍ଟି ସହ ମାନବ ଜାତି ଉପରେ ମଧ୍ୟ ଦେଖା ଯିବ । ୧୩ ଏପ୍ରିଲ ଠାରୁ ସୂର୍ଯ୍ୟ ଚମକ ଏବଂ ଉଷ୍ମ ବଢିବାକୁ ଲାଗିବ, ଯାହା ପରେ ସଂକ୍ରାମକ ରୋଗ ଠାରୁ କିଛି ଆରାମ ମିଳିବ । ବାତାବରଣରେ ଉଷ୍ମ ବଢିବା ପରିବେଶ ପାଇଁ ଅତ୍ୟନ୍ତ ଲାଭକାରୀ ହବ, ସୂର୍ଯ୍ୟ ମେଷ ରାଶି ରେ ପ୍ରବେଶ କରିବା ଦ୍ଵାରା ସବୁ ରାଶିଙ୍କ ଉପରେ ଏହାର ପ୍ରଭାବ ହବ । ତେବେ ଆସନ୍ତୁ ସ୍ପଷ୍ଟ ଭାବରେ ଜାଣିବା ମେଷ ରାଶି ରେ ସୂର୍ଯ୍ୟ ପ୍ରବେଶ କଲେ କଣ କଣ ହବ

Image Courtesy: Google

ମେଷ :

ମେଷ ରାଶି ପାଇଁ ସୂର୍ଯ୍ୟ ପ୍ରଥମ ସ୍ଥାନ, ଲଗ୍ନ ଭାବରେ ବିରାଜିତ କରିବେ, ଏହି ରାଶି ରେ ସୂର୍ଯ୍ୟ ଉଚ୍ଚ ଭାବରେ ଅଛନ୍ତି ସେଥିପାଇଁ ଏହି ରାଶି ଲୋକଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ଏବଂ ପଦ ରେ ଉନ୍ନତି ହବ ।

ବୃଷ :

ଏହି ରାଶି ପାଇଁ ସୂର୍ଯ୍ୟ ଦ୍ଵାଦଶ ସ୍ଥାନ ରେ ରହିବ, ଏହି ରାଶି ସ୍ଵାମୀ ଶୁକ୍ର ଅଟନ୍ତି ତେବେ ଏହି ରାଶି ପାଇଁ ସୂର୍ଯ୍ୟ ଗୋଚର ଶୁଭ ନାହିଁ ।

ମିଥୁନ :

ଏହି ରାଶି ପାଇଁ ସୂର୍ଯ୍ୟ ଏକାଦଶ ସ୍ଥାନ ରେ ରହିବେ, ଆପଣଙ୍କ ପାଇଁ ସମୟ ବହୁତ ଭଲ ଅଟେ, ରୋଗ ଦ୍ଵାରା ମୁକ୍ତି ପାଇବେ ।

କର୍କଟ :

ଏହି ରାଶି ପାଇଁ ସୂର୍ଯ୍ୟ ଦଶମ ଭାବରେ ବିରାଜମାନ ହୋଇବେ, ଏହା ଦ୍ଵାରା ଆପଣଙ୍କ ସୁଖ ଶାନ୍ତି ରହିବ କିନ୍ତୁ ଧ୍ୟାନ ରଖନ୍ତୁ ନକାରାତ୍ମକ ବିଚାର ହାବି ନହେଉ । କାର୍ଯ୍ୟ ବ୍ୟବସ୍ଥା ପାଇଁ ସମୟ ବହୁତ ଉତ୍ତମ ଅଟେ ।

Image Courtesy: Google

ସିଂହ :

ଏହି ରାଶି ପାଇଁ ସୂର୍ଯ୍ୟ ନବମ ସ୍ଥାନରେ ରହିବେ, ସେଥିପାଇଁ ଆପଣଙ୍କ ପାଇଁ ଭାଗ୍ୟ ଉଦୟ ସମୟ ଅଟେ, ବ୍ୟବସାଇକ ଲୋକଙ୍କ ପାଇଁ ଲାଭ ସମୟ ଅଟେ ।

କନ୍ୟା :

ଏହି ରାଶି ରେ ସୂର୍ଯ୍ୟ ଅଷ୍ଟମ ଭାବରେ ରହିବେ, ନେତ୍ର, ମସ୍ତିସ୍କ ଏବଂ ହାଡ ରେ କଷ୍ଟ ସମସ୍ୟା ହୋଇପାରେ, ସ୍ୱାସ୍ଥ୍ୟ ବିଶେଷ ଧ୍ୟାନ ରଖନ୍ତୁ ।

ତୁଳା :

ଏହି ରାଶିରେ ସୂର୍ଯ୍ୟ ସପ୍ତମ ଭାବରେ ଗୋଚର କରିବେ, ତେବେ ଏହି ଗୋଚର ଏହି ରାଶି ଲୋକଙ୍କ ପାରିବାରିକ ଏବଂ ଦାମ୍ପତ୍ୟ ଜୀବନ ପାଇଁ ଉଚିତ ନୁହ ।

Image Courtesy: Google

ବିଛା :

ଏହି ରାଶି ରେ ସୂର୍ଯ୍ୟ ଷଷ୍ଟ ଭାବରେ ବିରାଜମାନ ରହିବେ, ଏହି ରାଶି ପାଇଁ ଏହି ଗୋଚର ରୋଗ ମୁକ୍ତି ସଂକେତ ଦଉଛନ୍ତି । ରାଗ ଉପରେ ନିୟନ୍ତ୍ରଣ କରନ୍ତୁ ।

ଧନୁ :

ଏହି ରାଶିରେ ସୂର୍ଯ୍ୟ ପଞ୍ଚମ ଭାବରେ ଗୋଚର କରିବେ, ସନ୍ତାନ ପକ୍ଷ ଦ୍ଵାରା ସାହାଜ୍ଯ ପ୍ରାପ୍ତ କରିବେ, ଗୋଚର ମଧ୍ୟକାଳ ରେ ଆଯ ବୃଦ୍ଧି ହବ ।

Image Courtesy: Google

ମକର :

ଏହି ରାଶିରେ ସୂର୍ଯ୍ୟ ଚତୁର୍ଥ ଭାବରେ ଗୋଚର କରିବେ, ଆପଣଙ୍କୁ ମାନ ସମ୍ମାନ ପଦ ପ୍ରତିଷ୍ଠା ସବୁ ପ୍ରାପ୍ତ ହବ ।

କୁମ୍ଭ :

ଏହି ରାଶିରେ ସୂର୍ଯ୍ୟ ତୃତୀୟ ଭାବରେ ଗୋଚର କରିବେ, ଭାଇ ସମ୍ପର୍କୀୟ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହବ, ପରିବାରରେ ସମସ୍ଯା ଆସି ପାରେ ।

ମୀନ :

ଏହି ରାଶିରେ ସୂର୍ଯ୍ୟ ଦୁତୀୟ ଭାବରେ ଗୋଚର କରିବେଆର୍ଥିକ ସ୍ଥିତି ଭଲ ହବ, ଦାଂପତ୍ଯ ଜୀବନ ମଧୁର ହବ, ପ୍ରେମ ସମ୍ପର୍କ ଭଲ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *