ଇନ୍ଦୋରର ଫତେହଚନ୍ଦାନି ପରିବାର ଲୋକଙ୍କ ପାଇଁ ସାଜିଲା ଉଦାହରଣ- ବିବାହରେ କେବେବି ଦାବି କରିନାହାନ୍ତି ଯୌତୁକ କିମ୍ବା ଉପହାର

ଫତେହଚାନ୍ଦିନୀ ପରିବାରରେ ଗତ ୪୨ ବର୍ଷ ମଧ୍ୟରେ ୬ଟି ବିବାହ ସମ୍ପର୍ଣ୍ଣ ହେଇ ସାରିଛି । କିନ୍ତୁ ଏହି ପରିବାର ସମସ୍ତ ବିବାହ ପୂର୍ବରୁ ନିର୍ବନ୍ଧ ଦିନ କେବଳ ୫ କିଗ୍ରା ମିଶ୍ରି ଓ ନଡିଆକୁ ଯୌତୁକ ବୋଲି ମାନି ଆସିଛନ୍ତି । ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଅନେକ ପ୍ରଚେଷ୍ଟା କରା ଯାଇଛି, କିନ୍ତୁ ଏତେସବୁ ପ୍ରଚେଷ୍ଟା ପରେ ମଧ୍ୟ ଏହି ଘଟଣାରେ କୌଣସି ସୁଧାର ଆସିନାହିଁ । ଏହି କାରଣରୁ ସରକାର ମଧ୍ୟ ତାଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଉପରେ ସନ୍ତୁଷ୍ଟ ହେଇ ପାରୁ ନାହାନ୍ତି ।

ଏହି କାରଣରୁ ଆଇନ ବିରୋଧ ହେଇଥିଲେ ମଧ୍ୟ ଯୌତୁକ ପ୍ରଥା ଉପରେ କୌଣସି ପ୍ରଭାବ ପଡି ପାରିଲା ନାହିଁ ।


ଏହି ପରିସ୍ଥିରେ ମଧ୍ୟ ଇନ୍ଦୋର ସହରର ଗୋଟେ ପରିବାର ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । କଥାଟା ଏହାକି ଇନ୍ଦୋରର ଫତେହଚନ୍ଦାନି ପରିବାରରେ ଏବେ ପର୍ଯ୍ୟନ୍ତ କୌଣସିବି ବିବାହରେ ଯୌତୁକ ନିଆଯାଇନାହିଁ । ବିଗତ ୪୨ ବର୍ଷରେ ପରିବାରରେ ୬ଟି ବିବାହ ସମ୍ପର୍ଣ୍ଣ ହେଇ ସାରିଛି । କିନ୍ତୁ ଏହି ପରିବାର ପ୍ରତ୍ୟକ ବିବାହରେ କେବଳ ୫ କିଗ୍ରା ଚିନୀ ଓ ୧୧ଟି ନଡିଆକୁ ଯୌତୁକ ଭାବେ ଗ୍ରହଣ କରିଥାନ୍ତି । ନିଜ ବିଦ୍ୟାଳୟର ସଞ୍ଚାଳକ ଅନିଲ ଫତେହଚନ୍ଦାନି କୁହନ୍ତି ଯେ ୪ ଭାଇ ଓ ୩ ଭଉଣୀଙ୍କୁ ନେଇ ତାଙ୍କ ପରିବାର । ତାଙ୍କ ପିତା ଜେଠାନନ୍ଦ ଧୂପକାଠି କାରଖାନା ଚଲାନ୍ତି । ୧୯୭୮ ମସିହାରେ ତାଙ୍କର ସବୁଠାରୁ ବଡ ଭାଇ କିଶୋର କୁମାରଙ୍କ ବିବାହ ସମୟରେ ତାଙ୍କ ପିତା ଜେଠାନନ୍ଦ କୌଣସି ଯୌତୁକ ନେବେନାହିଁ ବୋଲି ଭାଇଙ୍କ ଶଶୁର ଘର ଲୋକଙ୍କୁ କହି ଦେଇଥିଲେ ।


ଅନିଲ ତାଙ୍କ ପିତାଙ୍କ ଏହି ନିସ୍ପତି ବିଷୟରେ ବର୍ଣନା କରିବା ସହ କହିଛନ୍ତି ଯେ ତାଙ୍କ ପରିବାର କୌଣସି ବିବାହରେ ଯୌତୁକ ନେଇନାହିଁ । ଏମିତିକି ନୂଆ ବୋହୁକୁ ଯାହାସବୁ ଅଳଙ୍କାର ଆବଶ୍ୟକ ରହିଥାଏ ସେହି ସମସ୍ତ ତାଙ୍କ ପରିବାର ଦେଇଥାଏ । ଏମିତିକି ବିବାହରେ ବଣ୍ଟା ଯାଇଥିବା ନିମତ୍ରଣ ପତ୍ରରେ ସମସ୍ତ ବନ୍ଧୁଙ୍କୁ ବିଶେଷଭାବେ ଅନୁରୋଧ କରାଯାଇଥାଏ ଯେ ଯେମିତି ସେମାନେ କୌଣସି ପ୍ରକାରର ଉପହାର ନ ଆଣନ୍ତୁ ।

ଫ୍ରେଣ୍ଡ୍ସ ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟଟି ପସନ୍ଦ ଆସିଲେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *