Special Story: IPS ସଞ୍ଜୁକ୍ତା ପାରାଶର, ମାତ୍ର ୧୫ ମାସରେ ୧୬ ଏନକାଉଣ୍ଟର, ୬୦ ଜଣଙ୍କୁ ଆରେଷ୍ଟ…. ଯୁବପିଢୀ ପାଇଁ ସାଜିଲେ ଉଦାହରଣ

ଆଇପିଏସ ସଞ୍ଜୁକ୍ତା ପାରାଶରଙ୍କ ନାଁ ଶୁଣିବା ମାତ୍ରେ ହିଁ ଉଗ୍ରବାଦୀ ଭୟଭୀତ ହୋଇ ପଛଘୁଞ୍ଚା ଦିଅନ୍ତି । ମାତ୍ର ୧୫ ମାସ ମଧ୍ୟରେ ସେ ୧୬ ଜଣ ଉଗ୍ରବାଦୀଙ୍କୁ ଏନକାଉଣ୍ଟର ଓ ୬୦ରୁ ଅଧିକ ଉଗ୍ରବାଦୀଙ୍କୁ ଆରେଷ୍ଟ କରିସାରିଛନ୍ତି । ଯେଉଁ କାରଣରୁ ସେ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ଆଇପିଏସ ସଞ୍ଜୁକ୍ତା ପାରାଶର ଆସାମରେ ଆତଙ୍କ ସୃଷ୍ଟି କରି ରଖି ଥିବା ନକ୍ସଲଙ୍କୁ ଦମନ କରିବାରେ ବି ସଫଳ ହୋଇଥିଲେ । ରାତ୍ରିର ଅନ୍ଧକାର ହେଉ ବର୍ଷା କାହାକୁ ବି ଖାତିର ନ କରି ସେ ହାତରେ ଏକେ୪୭ ରାଇଫଲ ଧରି ଆସାମର ଜଙ୍ଗଲରେ ସାହସର ସହ ମାଡି ଚାଳନ୍ତି ।

ତାଙ୍କର କାମ କରିବାର ଅନ୍ଦାଜ ଓ ସାହସୀକତା ହିଁ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । କହିଦେଉଛୁ କି ଆଇପିଏସ ସଞ୍ଜୁକ୍ତା ପାରାଶର ଆସାମର ପ୍ରଥମ ଆଇପିଏସ ମହିଳା ଅଟନ୍ତି । ୨୦୦୬ ବ୍ୟାଚର ଆଇପିଏସ ସଞ୍ଜୁକ୍ତା ପାରାଶର ୨୦୦୮ରେ ଆସାମର ମାକୁଣ୍ଡରେ ଆସିଷ୍ଟାନ୍ତ କାମାଣ୍ଡର ରୂପରେ ନିଯୁକ୍ତ ହୋଇଥିଲେ ।

ଏହା ପରେ ବୋଡା ଓ ବାଂଲାଦେଶୀଙ୍କ ମଧ୍ୟରେ ଚାଲିଥିବା ସାମ୍ପ୍ରଦାୟିକ ହିଂସାକୁ ରୋକିବା ପାଇଁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା । ଏହିଭଳି ପରିସ୍ଥିତିକୁ ବି ସେ ନିଜର ବୁଦ୍ଧିମତା ଦ୍ଵାରା ଶାନ୍ତ କରି ଦେଇଥିଲେ । ସେ ୧୬ ଉଗ୍ରବାଦୀଙ୍କୁ ଏନକାଉଣ୍ଟର, ୨୦୧୩ରେ ୧୭୨ ଉଗ୍ରବାଦୀଙ୍କୁ ଓ ୨୦୧୫ରେ ୧୭୫ ଉଗ୍ରବାଦୀଙ୍କୁ ଗିରଫ କରିଥିଲେ । ଏହି କାରଣରୁ ସେ ସମସ୍ତଙ୍କ ମଧ୍ୟରେ ଚର୍ଚାରେ ଆସି ଯାଇଥିଲେ । ବର୍ତ୍ତମାନ ସେ NIAର ସୁପରିଟେଣ୍ଡେଣ୍ଟ ରୂପରେ କାର୍ଯ୍ୟରତ ଅଛନ୍ତି ।

ଆଇପିଏସ ସଞ୍ଜୁକ୍ତା ପାରାଶରଙ୍କ ପର୍ସନାଲ ଲାଇଫ ଯେତିକି ରୋଚକପୂର୍ଣ ଅଟେ ତାଙ୍କର ପର୍ଶନାଳ ଲାଇଫ ବି ସେତିକି ରୋଚକ ପୂର୍ଣ ଅଟେ । ସେ ଆସାମର ଏକ ସ୍କୁଲରୁ ନିଜର ସ୍କୁଲ ଶିକ୍ଷା ପୁରା କରିବା ପରେ ଦିଲ୍ଲୀର ଏକ କଲେଜରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଲେ । ଏହା ପରେ ଜବାହାରଲାଲ ନେହେରୁ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ ମଧ୍ୟ କରିଥିଲେ । କିନ୍ତୁ JNUରେ ପଢିବା ପାଇଁ ତାଙ୍କର ନମ୍ବର କମ ହେବା କାରଣରୁ ପ୍ରଥମେ ତାଙ୍କର ଆଡମିସନ ହୋଇ ପାରି ନ ଥିଲା । କିନ୍ତୁ JNU ଶିକ୍ଷା ଶେଷ ହେବା ପରେ ସେ ଆମେରିକାରେ ଫରେନ ରିଲେଶନଶିପରେ PHD କରିଥିଲେ ।

ସେ UPSCରେ ପରୀକ୍ଷା ଦେଲେ ଯେଉଁଥିରେ କି ସେ ପ୍ରଥମ ଥର ହିଁ ୮୫ ତମ ସ୍ଥାନ ହାସଲ କରିଥିଲେ । ୨୦୦୬ର ଆଇପିଏସ ସଞ୍ଜୁକ୍ତା ପାରାଶର ୨୦୦୮ରେ IAS ପୁରୁ ଗୁପ୍ତାଙ୍କୁ ବିବାହ କରିଥିଲେ । ଯିଏକି ବର୍ତ୍ତମାନ କେନ୍ଦ୍ରର ଡିପାର୍ଟମେନ୍ଟ ଅଫ କମର୍ସରେ ଉପସଚିବ ରୂପରେ କାମ କରୁଛନ୍ତି । ତାଙ୍କର ଗୋଟିଏ ୧୦ ବର୍ଷ ପୁଅ ବି ଅଛି । ଏହା ସତ୍ବେ ସେ ପରିବାର ଠାରୁ ନିଜର କର୍ମକୁ ଅଧିକ ଗୁରୁତ୍ଵ ଦିଅନ୍ତି ।

Leave a Reply

Your email address will not be published. Required fields are marked *