ଇତିହାସ ରଚିବ ଓଡିଶା: ୨୦୨୭ ମସିହାରେ ଜନ୍ମଗ୍ରହଣ କରିବେ ପଞ୍ଚସଖା- Malika Bachana

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ସହ ମାଳିକା ବଚନ ଆନୁସାରେ ପଞ୍ଚସଖା କେବେ ପୁର୍ନଜନ୍ମ ନେବେ ସେହି ବିଷୟରେ କହିବାକୁ ଯାଉଛୁ । ଯଶବନ୍ତ ଦାସ ମାଳିକା ରେ ପଞ୍ଚସଖା ଙ୍କୁ ଶୁଣାଇଲେ ସେମାନେ ନେମାଳ ପଦ୍ମ ବନ ରେ କଳକି ଅବତାର ନେବେ । କାରଣ ନେମାଳ ର ପଦ୍ମବନରେ ବ୍ରହ୍ମା ତପସ୍ୟା କରିଥିଲେ ଯାହା ମାଳିକା ରେ ବର୍ଣ୍ଣନା କରା ଯାଇଛି । ପରମ ପିତା ବ୍ରହ୍ମା ପଦ୍ମ ରୁ ଆବିର୍ଭାବ ହୋଇଥିଲେ ବୋଲି ସେହି ସ୍ଥାନ କୁ ପଦ୍ମ ବନ ବୋଲି ଆଖ୍ୟା ଦିଆ ଯାଇଛି । ପଦ୍ମ ବନରେ ଦ୍ଵାଦଶ ମଠ ଅଛି ଯାହା ଅନ୍ୟ କେଉଁ ସ୍ଥାନ ରେ ନାହି ।

ମାଳିକା ରେ ଉଲ୍ଲେଖ ରହିଛି ଯେ ଯେବେ ପ୍ରଭୁ ଜଗନ୍ନାଥ କଳକି ଅବତାର ପଦ୍ମ ବନରେ ନେବେ ସେହି ସମୟରେ ପଞ୍ଚସଖା ପ୍ରଭୁ ଙ୍କର ଦର୍ଶନ କରିବେ । ମାଳିକା ବଚନ ଅନୁସାରେ ପଞ୍ଚସଖା ୨୦୨୭ ମସିହାରେ ଜନ୍ମଗ୍ରହଣ ନେବେ ।

ଯେପରି ହିରଣ୍ୟକଶ୍ୟପ ଜଣେ ରାକ୍ଷସ ଥିଲେ ଓ ତାଙ୍କ ସ୍ତ୍ରୀ କଳାଧୂ ଥିଲେ । ଦୁହିଙ୍କ ଗର୍ଭ ରୁ ପ୍ରହଲ୍ଲାଦ ଭକ୍ତ ଜନ୍ମ ନେଇଥିଲେ । ଠିକ ସେହି ପରି ପଞ୍ଚସଖା ମାନେ ଯେଉଁଠି ଥିବେ ସେହି ସ୍ଥାନରେ ଜନ୍ମ ନେବେ । ୨୦୨୭ ମସିହାରେ ପଞ୍ଚସଖା ମାନେ ଏକାଠି ଜନ୍ମଗ୍ରହଣ କରିବେ ।

ଏହା ପରେ ରହିଛନ୍ତି ୧୨ ଜଣ ଦ୍ଵାଦଶ ଗୋପାଳ ଜନ୍ମଗ୍ରହଣ ଅକରିବେ । ଏହା ପରେ ଭକ୍ତ ଙ୍କର ସୁଅ ଛୁଟିବ । ଯାହା ମାଳିକା ରେ ଉଲ୍ଲେଖ କରା ଯାଇଛି । ଏହି ୧୭ ଜଣ ଜନ୍ମ ଗ୍ରହଣ କରିବା ପରେ ଅନ୍ୟ ଭକ୍ତ ମାନେ ଜନ୍ମ ନେବେ । ମାଳିକା ବଚନ ଅନୁସାରେ ପଞ୍ଚାସଖା ମାନେ ପୂର୍ବ ଓଡିଶାରେ ଜନ୍ମ ଗ୍ରହଣ କରିବେ । ପ୍ରଭୁ ଜଗନ୍ନାଥ କଳକି ଅବତାର ନେବା ପରେ କଳି ଯୁଗର ଅନ୍ତ ଘଟିବ ଯାହା ମାଳିକା ରେ ଲେଖା ଯାଇଛି ।

ତେବେ ପଞ୍ଚସଖା ମାନେ ଜନ୍ମ ନେବା ପରେ ପୃଥିବୀ ପୃଷ୍ଠ ରେ ଏକ ନୂଆ ବାତାବରଣ ସୃଷ୍ଟି ହେବ । ଯେଉଁ ଲୋକ ମାନେ ଖରାପ କାମରେ ଲିପ୍ତ ଥିବେ ସେମାନେ ହୁଏ ତ ପଞ୍ଚସଖା ମାନଙ୍କ ଜନ୍ମ ହେବା ପରେ ତାଙ୍କ କୃପା ରୁ ଠିକ ମାର୍ଗ ଦର୍ଶନ କରି ପାରନ୍ତି । ଏହା ପରେ କଳି ଯୁଗର ଅନ୍ତ ହୋଇ ସତ୍ୟ ଯୁଗର ଆରମ୍ଭ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *