କିଛି ମଜାଦାର ପହେଲି, ଦେଖିବା ଆପଣ ଏହାର ଉତ୍ତର ଦେଇ ପାରୁଛନ୍ତି କି ନାହିଁ?

ଗୋଟେ ଚୋର ଚୋରୀ କରି କାରରେ ଫେରାର ହେଉଥିଲା ଠିକ ସେହି ସମୟରେ ପୋଲିସ ତା ପିଛା କଲା କିନ୍ତୁ ହଟାତ ଗୋଟେ ବର୍ଫ ପାହାଡ ତଳେ ଚୋର ଏବଂ ପୋଲିସ ଦୁହିଙ୍କ ଗାଡି ଫଶୀ ଗଲା ଏହି ସୁଯୋଗ ଲାଭ ଉଠେଇ ଚୋର ପାଖ ଗାଁ ଘରେ ପଶି ଗଲା ଓ ପୋଲିସ ବାହାରିବା ପରେ ଚୋର ଫେରାର ଥିଲା କିନ୍ତୁ କଣ ଆପଣ ଗୋଡ ଚିହ୍ନ ଦେଖି ଏହା କହି ପାରିବେ ଯେ ଚୋର କେଉଁ ଘରେ ପଶିଥିବ ।

Image Courtesy: Google

ଚିନ୍ତା କରନ୍ତୁ ଉତ୍ତର ଆପଣଙ୍କ ଆଖି ସାମ୍ନାରେ ଅଛି, ଏଠାରେ ୪ଟି ଘରେ ଯିବାର ଚିହ୍ନ ଅଛି କିନ୍ତୁ କେବଳ ଘର A ରେ ଚିହ୍ନ ଝରକା ବାଟରେ ଯାଇଛି ଏହାର ଅର୍ଥ ଚୋର ଏ ଘରେ ଅଛି କାହିଁକିନା ଅନ୍ୟ ସବୁ ଘରେ କବାଟ ପାଖରେ ଚିହ୍ନ ଅଛି ତେବେ ବୁଝି ପାରିଲେ ଆପଣଙ୍କୁ କଣ କରିବାକୁ ହବ ଆସନ୍ତୁ ଏମିତି ଆହୁରି କିଛି ପ୍ରହେଳିକା ସମାଧାନ କରିବା ।

Image Courtesy: Google

ମୁମ୍ବାଇ ଟ୍ରେନ ବିଷୟରେ ସମସ୍ତେ ଜାଣିଛନ୍ତି ତେବେ ବହୁତ ଲୋକ ଟିକେଟ ନ ନେଇକି ଟ୍ରାଭେଲ କରିବାରୁ ଟିଟି ଟିକେଟ ଚେକ କରିବା ଆରମ୍ଭ କଲେ ଗୋଟେ ରାହୁଲ ନାମକ ଯୁବକକୁ ଟିଟି ଟିକେଟ ମାଗିଲେ ରାହୁଲ କହିଲା ମୁ ଟିକେଟ କିଣିଥିଲି କିନ୍ତୁ ହଟାତ ଗୋଟେ ଲୋକ ଝରକା ଖୋଲି ଦେଲା ଏବଂ ଟିକେଟ ଟ୍ରେନ ବାହାରେ ପଡିଗଲା, ଏହା ପରେ ଟିଟି ପଚାରିଲେ ସେହି ଲୋକ କାହିଁ ରାହୁଲ କହିଲା ଆଗ ଷ୍ଟେସନ ରେ ଓଲ୍ହେଇ ପଡିଲା ଏହି କଥା ଶୁଣି ଟିଟି ବୁଝି ଗଲା ଯେ ରାହୁଲ ମିଛ କହୁଅଛି ତେବେ ଆପଣ ନିଜ ମୁଣ୍ଡ ଖର୍ଚ କରନ୍ତୁ ଏବଂ ଭାବନ୍ତୁ ଟିଟିକୁ କେମିତି ଜଣା ପଡିଲା ଯେ ରାହୁଲ ମିଛ କହୁଛି ।

Image Courtesy: Google

ଆସନ୍ତୁ ଜାଣିବା ଉତ୍ତର ଟିଟି ଏଥିପାଇଁ ଜାଣି ପାରିଲା କାହିଁକିନା ଟ୍ରେନ ଚାଲିଲା ବେଳେ ପବନ ଭିତରକୁ ଆସିଥାଏ ଭିତରୁ ବାହାରକୁ ଯାଇନଥାଏ ତେବେ ଯଦି ଟ୍ରେନ ଟିକେଟ ସେଠି ରଖା ହୋଇଥାନ୍ତା ତେବେ ଟିକେଟ ଟ୍ରେନ ଭିତରେ ପଡିଥାନ୍ତା ବାହାରକୁ ନୁହଁ ଏହି କଥା ଜାଣି ଟିଟି ବୁଝି ପାରିଲା ଯେ ରାହୁଲ ମିଛ କହୁଛି ।

Image Courtesy: Google

ତେବେ ଏହାର ପରେ ରାହୁଲ ସହ ଯାହା ହୋଇଥିବ ତାହା ଆପଣ ଜାଣିଛନ୍ତି କାହିଁକିନା ଟ୍ରେନରେ ବିନା ଟିକେଟ ଟ୍ରାଭେଲ କରିବା ଦଣ୍ଡନୀୟ ଅପରାଧ ଅଟେ, ସେଥିପାଇଁ କେବେ ବିନା ଟିକେଟ ଟ୍ରାଭେଲ କରନ୍ତୁ ନାହିଁ, ଆଶା କରୁଛୁ ଆପଣଙ୍କୁ ଏହି ପ୍ରହେଳିକା ପସନ୍ଦ ଆସିଥିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *