ପକ୍ଷୀ ମାନଙ୍କୁ ଦେଖିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ସେଥିପାଇଁ ଅନେକ ଲୋକ ପକ୍ଷୀ ମାନଙ୍କୁ ଦାନା ମଧ୍ୟ ଦେଇଥାନ୍ତି । ଯେଉଁ ଘରର ଛାତ କିବା ଅଗଣା ଉପରେ ପକ୍ଷୀ ମାନଙ୍କୁ ଦାନା ଦିଆଯାଉଥିବ । ସେହି ଘରକୁ ପକ୍ଷୀ ମାନେ ଯିବା ଆସିବା ଅନେକ ସମୟରେ କରିଥାନ୍ତି । ପକ୍ଷୀ ମାନଙ୍କ ମଧ୍ୟରୁ ପାରା ହେଉଛି ସରଳ ଓ ବହୁତ ନିରୀହ ପକ୍ଷୀ । ତେବେ ପାରାକୁ ମା’ ଅର୍ଣ୍ଣପୂର୍ଣ୍ଣାର ସ୍ୱରୂପ ବୋଲି କୁହାଯାଇଥାଏ ।
ପାରାକୁ ଶାନ୍ତିର ପକ୍ଷୀ ବୋଲି ମଧ୍ୟ ବିବେଚନା କରାଯାଇଥାଏ । ପାରା ନିଜ ଜୀବନସାଥି ପାଇଁ ବହୁତ ସଚ୍ଚୋଟ ହୋଇ ରହିଥାଏ । ତେବେ ଘରକୁ ପାରା ଆସିବାର ସଂକେତ କଣ ହୋଇଥାଏ ଏଠାରେ ଜାଣନ୍ତୁ ।
ଅନେକ ଲୋକଙ୍କ ଘର ପାଖକୁ ପାରା ମାନେ ଆସିଥାନ୍ତି । ତେଣୁ ବହୁତ ଲୋକ ପାରା ମାନଙ୍କୁ ଦାନା ମଧ୍ୟ ଦେଇଥାନ୍ତି । କାରଣ ପାରା ମାନଙ୍କୁ ଦାନା ଦେବା ବହୁତ ପୂଣ୍ୟ କାର୍ଯ୍ୟ ବୋଲି ମାନାଯାଇଥାଏ । ହେଲେ ଯେଉଁ ମାନେ ପାରା ମାନଙ୍କୁ ଦାନା ଦେଉଥାନ୍ତି । ସେମାନେ ଏହି ସବୁ କଥା ମଧ୍ୟ ଜାଣି ରଖିବା ଉଚିତ । ଯେ ପାରାଙ୍କୁ ଅନେକ ଲୋକ ନିଜ ଘରର ଛାତ ଉପରେ ନେଇ ଦାନା ଖାଇବାକୁ ଦେଇଥାନ୍ତି ।
ହେଲେ ଘରର ଛାତ ଉପରେ ପାରା ମାନଙ୍କୁ ଦାନା ଖାଇବାକୁ ନଦେଇ ଘରର ଅଗଣାରେ କିମ୍ବା ଘର ବାହାରେ କୌଣସି ଏକ ପାରା ଆସୁଥିବା ସ୍ଥାନରେ ପାରା ମାନଙ୍କୁ ଦାନା ଖାଇବାକୁ ଦେବା ଉତ୍ତମ କାର୍ଯ୍ୟ ଅଟେ । କାରଣ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଛାତକୁ ରାହୁ ବୋଲି ମାନାଯାଇଥାଏ । ଏହାଛଡା ପାରାକୁ ବୁଧ ବୋଲି ମାନାଯାଇଥାଏ ।
ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ଏବଂ ବୁଧଙ୍କର ମିଳନ ହୋଇଥାଏ । ସେଠାରେ ସ୍ଥିତି ବିଗିଡି ଖରାପ ହୋଇଯାଇଥାଏ । ଯଦି ଜନ୍ମ କୁଣ୍ଡଳୀରେ ରାହୁ ଓ ବୁଧଙ୍କର ମେଳ ଖରାପ ରହିଥାଏ । ତେବେ ଏହା ସେହି ବ୍ୟକ୍ତି ପାଇଁ ଅଶୁଭ ହୋଇଥାଏ ।
ଏଭଳି ସ୍ଥିତିରେ ବ୍ୟକ୍ତିର ମାନସିକ ସ୍ଥିତି ଖରାପ ହୋଇପାରେ । ତେଣୁ ପାରା ମାନଙ୍କୁ ଘରର ଛାତ ଉପରେ ଦାନା ଖାଇବାକୁ ନଦେଇ ଘରର ଅଗଣାରେ କିମ୍ବା ଘର ବାହାରେ ଅନ୍ୟ କୌଣସି ସ୍ଥାନରେ ଖାଇବାକୁ ଦିଅନ୍ତୁ । ଯେଉଁ ସ୍ଥାନରେ ଆରାମରେ ଆସି ପାରା ମାନେ ଦାନା ଖାଇପାରିବେ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।