Sabyasachi Mishra ପ୍ରଥମ ସ୍ତ୍ରୀ ଙ୍କୁ କାହିଁକି ଛାଡିଥିଲେ ? ତାଙ୍କ ପ୍ରଥମ ସ୍ତ୍ରୀ ଏବେ କେଉଁଠାରେ ଅଛନ୍ତି ? Ollywood industry

ଓଡିଶାର ଜଣେ ଜଣାଶୁଣା ସୁପ୍ରସିଦ୍ଧ ଅଭିନେତା ହେଉଛନ୍ତି ସବ୍ୟସାଚି ମିଶ୍ର । ଅଭିନେତା ସବ୍ୟସାଚି ଓଡିଆରେ ଅନେକ ଗୁଡିଏ ଫିଲ୍ମରେ ନାୟକ ଭାବେ ଚମତ୍କାର ଅଭିନୟ କରି ଓଡିଶାବାସୀଙ୍କ ଠାରୁ ଢେର ସାରା ଲୋକପ୍ରିୟତା ଅର୍ଜନ କରିଛନ୍ତି । ତେବେ ସବ୍ୟସାଚିଙ୍କର ବ୍ୟକ୍ତିଗତ ଜୀବନ ଉପରେ ଆଜି ଏଠାରେ ଜାଣିବା । ତେବେ ଅଭିନେତା ସବ୍ୟସାଚି ପ୍ରଥମେ ଏକ ବିବାହ କରିଥିଲେ । ହେଲେ ବିବାହର କିଛି ବର୍ଷ ପରେ ସବ୍ୟସାଚି ନିଜ ପ୍ରଥମ ସ୍ତ୍ରୀ ଠାରୁ ଅଲଗା ହୋଇଯାଇଥିଲେ ?

ତେବେ ସବ୍ୟସାଚି ନିଜର ପ୍ରଥମ ସ୍ତ୍ରୀ କାହିଁକି ଅଲଗା ହୋଇଯାଇଥିଲେ ? ଏବେ ତାଙ୍କ ପ୍ରଥମ ସ୍ତ୍ରୀ କେଉଁଠାରେ ରହୁଛନ୍ତି ସେ ବିଷୟରେ ଜାଣନ୍ତୁ । ଅଭିନେତା ସବ୍ୟସାଚି ଯେତେବେଳେ କଲେଜରେ ପାଠ ପଢୁଥିଲେ । ସେତେବେଳେ ସୀମା ମିଶ୍ର ନାମକ ଜଣେ ଝିଅ ସହ ତାଙ୍କର ଭଲ ବନ୍ଧୁତା ଗଢି ଉଠିଥିଲା । ତାପରେ ଏହି ଘନିଷ୍ଠ ବନ୍ଧୁତାରୁ ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଧୀରେ ଧୀରେ ଭଲ ପାଇବା ମଧ୍ୟ ଆରମ୍ଭ ହୋଇଯାଇଥିଲା ।

ତେବେ ଏହାପରେ ସେମାନେ ଦୁହେଁ ଦୁହିଙ୍କୁ ବିବାହ କରିବାର ନିଷ୍ପତ୍ତି ମଧ୍ୟ ନେଇଥିଲେ । ତାପରେ 2008 ମସିହାରେ ସବ୍ୟସାଚି ସୀମା ମିଶ୍ରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ବିବାହର ଦୀର୍ଘ 7 ବର୍ଷ ଧରି ଉଭୟ ବେଶ ଖୁସିରେ ମଧ୍ୟ ରହିଥିଲେ । ତାପରେ ସେମାନଙ୍କ ମଧ୍ୟରେ ଏମିତି କିଛି ଘଟିଯାଇଥିଲା । ଯାହା ଫଳରେ ସେମାନେ ଦୁହେଁ ଦୁହିଙ୍କ ଠାରୁ ଅଲଗା ହେବାର ନିଷ୍ପତ୍ତି ମଧ୍ୟ ନେଇଥିଲେ ।

ତାପରେ 2015 ମସିହାରେ ତାଙ୍କ ମଧ୍ୟରେ ଡିଭୋର୍ସ ମଧ୍ୟ ହୋଇଯାଇଥିଲା । ତେବେ ପରେ କିଛି ରିପୋର୍ଟରୁ ଜଣା ପଡିଥିଲା । ଯେ ସବ୍ୟସାଚି ନିଜର ସୁଟିଙ୍ଗ ପାଇଁ ଅଧିକ ସମୟ ବିଜି ରହୁଥିଲେ । ତେଣୁ ସେ ନିଜର ସ୍ତ୍ରୀ ଓ ପରିବାରକୁ ଅଧିକ ସମୟ ଦେଇ ପାରୁନଥିଲେ । ଯେଉଁ କଥାକୁ ସୀମା ସହଜରେ ଗ୍ରହଣ କରିପାରୁନଥିଲେ । ଯାହା ଯୋଗୁ ତାଙ୍କ ମଧ୍ୟରେ ଅନେକ ସମୟରେ ଏ ସବୁ କଥାକୁ ନେଇ କଳହ ଲାଗି ରହୁଥିବା କାରଣରୁ ସୀମା ସବ୍ୟଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ସୀମା ବର୍ତ୍ତମାନ ସମୟରେ କଣ କରୁଛନ୍ତି ଓ କେଉଁଠାରେ ରହୁଛନ୍ତି ? ଏ ବିଷୟରେ ସବ୍ୟସାଚି କେବେବି ନିଜର ପ୍ରତିକ୍ରିୟାରେ ଜଣାଇ ନାହାନ୍ତି । ଏହାପରେ ସବ୍ୟ ନିଜର ସୁଟିଙ୍ଗରେ ବିଜି ରହିବା ସହ ଏକୁଟିଆ ରହିବା ମଧ୍ୟ ଶିଖିଯାଇଥିଲେ । ଏହା ପରେ ପରେ ସବ୍ୟଙ୍କ ଲାଇଫକୁ ଅଭିନେତ୍ରୀ ଅର୍ଚିତା ଆସିଥିଲେ । ସବ୍ୟଙ୍କ ଭଲ ଗୁଣ ଦେଖି ଅର୍ଚିତା ତାଙ୍କୁ ପ୍ରେମ ନିବେଦନ କରିଥିଲେ ।

ସବ୍ୟ ଏଥିପାଇଁ କିଛି ସମୟ ନେଲା ପରେ ଅର୍ଚିତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଯାଇଥିଲେ । ତାପରେ 2021 ମସିହାରେ ସବ୍ୟ ଓ ଅର୍ଚିତାଙ୍କର ବିବାହ ହୋଇଥିଲା । ବିବାହ ପରେ ସବ୍ୟ ଓ ଅର୍ଚିତାଙ୍କ ବୈବାହିକ ଜୀବନ ବେଶ ଭଲରେ ବିତୁଛି । ପୋଷ୍ଟଟି କିପରି ଲାଗିଲା ? ଆମକୁ କମେଣ୍ଟ କରିକି ଜଣାଇବା ସହ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *