ଟଙ୍କା ରଖୁଥିବା ଆଲମାରୀରେ ଏହି ଜିନିଷ କଦାପି ରଖନ୍ତୁ ନାହିଁ, ମାତା ଲକ୍ଷ୍ମୀ ଘରୁ ଚାଲିଯିବେ… Vastu tips

ବର୍ତ୍ତମାନ ସମୟରେ ଟଙ୍କା ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ପ୍ରତ୍ଯେକଟି କାମ ପାଇଁ ଟଙ୍କାର ଆବଶ୍ୟକତା ପଡିଥାଏ । ତେବେ ଏହି ଟଙ୍କା ଅର୍ଜନ କରିବା ପାଇଁ ବ୍ୟକ୍ତି ଦିନରାତି ପରିଶ୍ରମ କରିଥାଏ । ତାଙ୍କ ସେଥିରୁ ଏରଜିତ ଟଙ୍କାକୁ ସେ ଘରେ ନଚେତ ବ୍ଯାଙ୍କରେ ସଞ୍ଚୟ କରି ରଖିଥାଏ । ଆପଣ ମାନେ ବ୍ଯାଙ୍କରେ ଯେତେ ମଧ୍ୟ ଟଙ୍କା ରଖିଥିବେ ବି ଘରର ଆଲମାରୀରେ ଜରୁରୀ ପାଇଁ କିଛି ଟଙ୍କା ରଖିବା ମଧ୍ୟ ଆବଶ୍ୟକ ହୋଇଥାଏ ।

ତେଣୁ ପ୍ରତ୍ଯେକଙ୍କ ଘରେ ଟଙ୍କା, ସୁନା ଗହଣା ଓ ଦରକାରୀ ଜିନିଷ ରଖିବା ପାଇଁ ଆଲମାରୀ ରହିଥାଏ । ଯଦି ଆପଣଙ୍କ ଘରେ ମଧ୍ୟ ଆଲମାରୀ ରହିଛି । ତେବେ ଆପଣ ଏହି ସବୁ କଥାକୁ ବିଶେଷ ଧ୍ୟାନ ଦେଇ ଜାଣନ୍ତୁ । ଆଲମାରୀରେ ଏହି 4 ଟି ଜିନିଷ କଦାପି ରଖନ୍ତୁ ନାହିଁ ।

1- ଘରର ଆଲମରୀରେ ସ୍ବଚ୍ଛ ଓ ପରିଷ୍କାର କପଡା ରଖନ୍ତୁ । ମଇଳା କି ଧୁଆ ଯାଇନଥିବା ପୋଷାକକୁ ଆଲମାରୀରେ ରଖନ୍ତୁ ନାହିଁ । କାରଣ ଅପରିଷ୍କାର ପଦାର୍ଥରୁ ସବୁବେଳେ ନେଗେଟିଭ ଏନର୍ଜି ସୃଷ୍ଟି ହୋଇଥାଏ । ଯାହାକି ଆପଣଙ୍କ ଆଲମାରୀରେ ଥିବା ଧନ ଉପରେ କୁ-ପ୍ରଭାବ ପକାଇଥାଏ । ଯାହାଫଳରେ ଘରର ଟଙ୍କା ଅଯଥା ଖର୍ଚ ହେବାକୁ ଲାଗିଥାଏ । ତେଣୁ ଆଲମାରୀରେ ସର୍ବଦା ଧୁଆ ଯାଇଥିବା ପରିଷ୍କାର ଲୁଗାପଟା ସଜାଡି ରଖନ୍ତୁ ।

2- ଅଧିକ ଦିନ ଧରି ରହିଥିବା ପୁରୁଣା କପଡା ବା ଚିରାଫଟା ହୋଇଯାଇଥିବା କପଡା ଟଙ୍କା ରଖୁଥିବା ଆଲମାରୀରେ ରଖନ୍ତୁ ନାହିଁ । ଯଦି ବସ୍ତ୍ର ଚିରିଯାଇଥାଏ । ତେବେ ଯଥା ଶୀଘ୍ର ତାହାକୁ ସିଲାଇ କରି ଦିଅନ୍ତୁ । ଏଥିସହ ପୁରୁଣା କପଡା ଗୁଡିକୁ ଅନ୍ୟ କୌଣସି ଜାଗାରେ ରଖନ୍ତୁ । ହେଲେ ଟଙ୍କା ରଖୁଥିବା ଆଲମାରୀରେ ଅଦରକାରୀ ଜିନିଷ ରଖନ୍ତୁ ନାହିଁ ।

3- ଆଲମାରୀକୁ ସବୁବେଳେ ପରିଷ୍କାର କରି ରଖନ୍ତୁ । ଆଲମାରୀରେ ଧୁଳି କି ବୁଢିଆଣୀ ବସା ହେବାକୁ କଦାପି ଦିଅନ୍ତୁ ନାହିଁ । କାରଣ ଏଭଳି ଅପରିଷ୍କାର ସ୍ଥାନରେ ମାତା ଲକ୍ଷ୍ମୀ ରହିବାକୁ ଭଲ ପାଇନଥାନ୍ତି । ତେଣୁ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ଭାବେ ବାସ ଚାହୁଁଥିଲେ । ଟଙ୍କା ରଖୁଥିବା ସ୍ଥାନକୁ ପରିଷ୍କାର କରି ରଖନ୍ତୁ ।

4- ଆଲମାରୀରେ କୌଣସି କଳା ରଙ୍ଗର ଜିନିଷ ରଖନ୍ତୁ ନାହିଁ । ଖାସ୍ କରି ଟଙ୍କା ରଖୁଥିବା ସ୍ଥାନ ଅର୍ଥାତ ପର୍ସ ଆଦି ଜିନିଷକୁ କଳା ରଙ୍ଗର କରନ୍ତୁ ନାହିଁ । ଯେତେ ସମ୍ଭବ ଟଙ୍କାକୁ ନାଲି କିମ୍ବା ହଳଦିଆ ରଙ୍ଗର ବସ୍ତୁରେ ରଖନ୍ତୁ ।

ଆଶା କରୁଛି । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର ନିଶ୍ଚୟ ଭାବେ କରନ୍ତୁ ।

Leave a Reply

Your email address will not be published. Required fields are marked *