କେଉଁ ଫୁଲ ପୂଜା କରିବା ବେଳେ ବ୍ୟବହାର ହୁଏନାହିଁ… Odia Baya Gita Tips

ବନ୍ଧୁଗଣ ଠାକୁର ପୂଜା ସମୟରେ ଆମେ ଅନେକ ପ୍ରକାର ଫୁଲର ବ୍ୟବହାର କରିଥାଉ । କାରଣ ବିନା ଫୁଲରେ ଠାକୁର ପୂଜା କରିବା ଆମକୁ ପୂଜା ଅଧୁରା ଅଧୁରା ଲାଗିଥାଏ । ତେଣୁ ଆମେ ମାନେ ବିଭିନ୍ନ ପ୍ରକାର ତୋଳି ସେଥିରେ ପ୍ରତିଦିନ ଭଗବାନଙ୍କର ପୂଜା କରିଥାଉ । ବନ୍ଧୁଗଣ ଏପରି ମଧ୍ୟ କିଛି ଫୁଲ ଅଛି । ଯେଉଁ ଫୁଲରେ ଆମେ ବେଳେବେଳେ ପୂଜା କରିଦେଇଥାଉ । ଯେଉଁ ଫୁଲରେ କି ଆମର ଭଗବାନଙ୍କୁ ପୂଜା କରିବା ଉଚିତ ହୋଇନଥାଏ । ତେବେ କେଉଁ ଫୁଲ ପୂଜା କରିବା ସମୟରେ ବ୍ୟବହାର ହୋଇନଥାଏ ଚାଲନ୍ତୁ ଜାଣିବା ।

1- ପୋକ ଲାଗିଯାଇଥିବା, କଟାଫଟା, ଉତ୍କୁଟ ଗନ୍ଧଯୁକ୍ତ ପୁଷ୍ପ, ଭୂମୀରେ ଝଡି ପଡିଯାଇଥିବା ଫୁଲ, ଅନ୍ୟ ଦେବତାଙ୍କ ପାଦ ସ୍ପର୍ଶରେ ଆସିଥିବା ଫୁଲ, ଅନ୍ୟ ଜାଗାରୁ ଚୋରାଇ ଆଣିଥିବା ଫୁଲ ଏହି ସବୁ ଫୁଲ ଭଗବାନଙ୍କୁ ପୂଜା କରିବା ସମୟରେ ଚଢାଇବା ଅନୁଚିତ । ଏପରିକି ଫୁଟିନଥିବା ଫୁଲ ଅର୍ଥାତ କଢ ମଧ୍ୟ ଭଗବାନଙ୍କୁ ଚଢାଇବା ଅନୁଚିତ ।

2- କମଳ ଫୁଲ 11 ଦିନ ପର୍ଯ୍ୟନ୍ତ ବାସୀ ହୋଇନଥାଏ । କୁମୁଦ ଫୁଲ 5 ଦିନ ପର୍ଯ୍ୟନ୍ତ ବାସୀ ହୋଇନଥାଏ । ତୁଳସୀ, ବେଲପତ୍ର, ଅଗ୍ୟସ୍ତ ଫୁଲ ଏ ସବୁ କେବେ ମଧ୍ୟ ବାସୀ ହୋଇନଥାଏ ।

3- ବେଲପତ୍ର, ଅଁଳା ଓ ତୁଳସୀର ଛିଣ୍ଡା ପତ୍ର ମଧ୍ୟ ଭଗବାନଙ୍କ ପୂଜା ସମୟରେ ବ୍ୟବହାର କରିପାରିବେ ।

4- ମଧ୍ୟାହ୍ନ ସମୟରେ ଗାଧୋଇ ସାରିବା ପରେ ଫୁଲ ତୋଳିବା ନିଷିଦ୍ଧ ଅଟେ । ନାରାୟଣଙ୍କୁ ଦୁଦୁରା, ଦେବୀଙ୍କୁ ଅରଖ, ସୂର୍ଯ୍ୟଙ୍କୁ ଟଗର ଫୁଲ ଅର୍ପଣ କରାଯାଇନଥାଏ ।

5- କୌଣସି ଫୁଲ ହେଉ ଅବା ପୁଷ୍ପ ଓଲଟା କରି ଭଗବାନଙ୍କୁ ଚଢାଇବା ଉଚିତ ନୁହେଁ । ଭଗବାନ ଶ୍ରୀକୃଷ୍ଣଙ୍କଙ୍କର କୁମୁଦ, କନିଅର, ମଲ୍ଲି, ଚମ୍ପା, ପଲାସ ପତ୍ର ଓ ପୁଷ୍ପ, ଦୁବ ଓ ବନମାଳା ଆଦି ବହୁତ ପ୍ରିୟ ଅଟେ ।

6- ମାତା ଲକ୍ଷ୍ମୀଙ୍କର ପଦ୍ମ ଫୁଲ ଅତି ପ୍ରିୟ ଫୁଲ ଅଟେ । ଏଥିସହ ତୁଳସୀ ମଧ୍ୟ ତାଙ୍କର ପ୍ରିୟ ଅଟେ ।

7- ଭଗବାନ ଶିବଙ୍କୁ କେତକୀ, ଗଣେଶଙ୍କୁ ତୁଳସୀ ଓ ମାତା ଦୂର୍ଗାଙ୍କୁ ଦୁର୍ବଳା ଚଢାଇବା ଉଚିତ ନୁହେଁ ।

8- ମାଆ ଦୂର୍ଗାଙ୍କର କରବୀର ଓ ଯବପୁଷ୍ପ ଅତି ପ୍ରିୟ ଅଟେ । ତେବେ ପୂଜା କରିବା ସମୟରେ ଏହି ଛୋଟ ଛୋଟ କଥା ଉପରେ ଧ୍ୟାନ ରଖି ସଠିକ ଭାବେ ଫୁଲ ଚଢାଇ ପୂଜା କରିବା ଉଚିତ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *