ଯଦି ଆପଣ କାହାକୁ ସଚ୍ଚା ପ୍ରେମ କରୁଛନ୍ତି, ତେବେ ଏହି 1 କଥା ମନେ ରଖନ୍ତୁ- Krishna Vani

ପ୍ରେମ ମନୁଷ୍ୟକୁ ସବୁ କିଛି କରାଇଥାଏ । ବଡରୁ ବଡ ସମସ୍ୟାର ସମାଧାନ କରାଇପାରେ । ଯେତେ କଠିନ ପରିସ୍ଥିତି ଆସିଥିଲେ ମଧ୍ୟ  ପ୍ରେମ ସେଥିରୁ ମଧ୍ୟ ବାଟ କଡେଇ ନେଇଥାୟେ । ମରୁଡି ସ୍ଥଳରେ କୂପ ମଧ୍ୟ ଖୋଳି ପାରେ । ସ୍ତିର ପର୍ବତକୁ ମଧ୍ୟ ଅତିକ୍ରମ କରିପାରେ । ସମସ୍ତ ଅସମ୍ଭବ କାର୍ଯ୍ୟ ସମ୍ଭବ କରାଇପାରେ । ପ୍ରେମର ଭାଷା ଅନେକ ତାକୁ କେହି କେହି ବୁଝିପାରନ୍ତି । ଏବଂ କେହି କେହି ବୁଝିପାରନ୍ତି ନାହିଁ । ପ୍ରେମ କେତେବେଳେ ପ୍ରତାରଣା ପାଲଟି ଯାଏତ କେତେବେଳେ ପିଡାର କାରଣ ହେଇଥାଏ । ପ୍ରେମକୁ ସଠିକ ଭାବେ ବୁଝିବା କାଠିକର ପାଠ । ଯିଏ ପ୍ରେମକୁ ବୁଝିପାରେ ସିଏ ପ୍ରେମ କ୍ଷେତ୍ରରେ ଆଗକୁ ଯାଇଥାଏ ।

କିନ୍ତୁ ଯଦି ଏହା କୁହାଯାଏ ଯେ ପ୍ରେମ ଆପଣଙ୍କ ଦ୍ଵାରା ଢୋଙ୍ଗ ମଧ୍ୟ କରିପାରେ । ତେବେ କଣ ଆପଣଙ୍କୁ ଉଚିତ ଲାଗିବ । ଆପଣଙ୍କୁ ଚିନ୍ତା କରିବେ ଯେ କଣ ଏପରି ହେଇପାରିବ ? ଆଜ୍ଞାହଁ ବନ୍ଧୁଗଣ ଅବଶ୍ୟ ହେଇପାରିବ । ଯେପରି ଶ୍ରୀ କୃଷ୍ଣ, ରାଧାକୁ ପ୍ରେମ କରୁଛନ୍ତି । ରାଧାଙ୍କୁ ପ୍ରେମ କରୁଛନ୍ତି ସତ କିନ୍ତୁ ସେ ପ୍ରେମରେ ଢୋଙ୍ଗ ରହିଛି । କୃଷ୍ଣଙ୍କ ପ୍ରେମ ନିସ୍ଵାର୍ଥପର ଅଟେ ମାତ୍ର ତାଙ୍କୁ ଛଳିଆ ବୋଲି ସଭିଏ କୁହନ୍ତି । ଶ୍ରୀ କୃଷ୍ଣ କୁହନ୍ତି, ମୋ ପ୍ରେମର ସୀମା ନାହିଁ ।

କିନ୍ତୁ ନିଜକୁ ଗୋଟେ ଛଳିଆ, ସ୍ଵାର୍ଥୀ,କପଟ କରୁଥିବାର ଦେଖେଇବାକୁ ହୋଇଥାଏ । ଶ୍ରୀ କୃଷ୍ଣ କୁହନ୍ତି ଯେ ଏହି ଢୋଙ୍ଗ ମତେ କରିବାକୁ ହୋଇଥାଏ ନିଜ ପ୍ରେମ ପାଇଁ । ଏବେ ଆପଣ ଚିନ୍ତା କରିବେ ଯେ କଣ ପାଇଁ କୃଷ୍ଣଙ୍କୁ ଏପରି କରିବା କଣ ଆବଶ୍ୟକ । ରାଧାଙ୍କୁ ବିବାହ କରି କୃଷ୍ଣ କଣ ସନ୍ତୁଷ୍ଟ ରହିପାରିବେ  ନାହିଁ? ଶ୍ରୀ କୃଷ୍ଣ କୁହନ୍ତି, ଅବଶ୍ୟ ଏପରି କରିପାରିଥାନ୍ତି । ରାଧାଙ୍କୁ ବିବାହ କରି ମୁଁ ବହୁତ ପ୍ରସନ୍ନ ରହିବି । କିନ୍ତୁ ମୁଁ ଜାଣିଛି ମୋର ପ୍ରିୟା ରାଧା ପ୍ରସନ୍ନ ରହିପାରିବ ନାହିଁ ।

ଯଦି ଏହି ବିବାହା ହୁଏ ତେବେ ରାଧାଙ୍କ ମାତା-ପିତା,ରାଧାଙ୍କ ପରିବାରକୁ ସବୁକିଛି ତ୍ୟାଗ କରିବାକୁ ହେବ । ରାଧାଙ୍କ ହୃଦୟରେ ଏପରି ଏକ କଷ୍ଟ ହେବ ଯାହାକି କେବେ ଭରିହେବନାହିଁ । ଦୁଖଃ ତାଙ୍କୁ ବାରମ୍ବାର ଅବଗତ କରାଇବ ଯେ ତାଙ୍କ କାରଣରୁ ତାଙ୍କ ମାତା-ପିତା ଏବଂ ପରିବାର ଲୋକ କଷ୍ଟ ପାଉଛନ୍ତି । ତେବେ ରାଧାଙ୍କ ପୀଡା ଉପରେ କୃଷ୍ଣ ସନ୍ତୁଷ୍ଟର ଭବନ କିପରି ତିଆରି କରିପାରିବେ?

ଆପଣ ଯାହାକୁ ପ୍ରେମ କରୁଛନ୍ତି କେବଳ ତାଙ୍କ ଭାବନାର ଧ୍ୟାନ ରଖିବା ସହିତ ଆପଣଙ୍କ ପ୍ରେମୀ କାହାକୁ ପ୍ରେମ କରୁଛି ସେମାନଙ୍କ ଧ୍ୟାନ ରଖିବା ଆପଣଙ୍କ କର୍ତବ୍ୟ ଅଟେ । କେବେ କେବେ ଆପଣଙ୍କ ପ୍ରେମକୁ ଉଚ୍ଚ କରିବାକୁ ଯାଇ ନିଜକୁ ତଳକୁ ଖସାଇବାକୁ ହେଇଥାଏ । ଏହି କେତେକ କାରଣ ଅଟେ ଯାହା ଆପଣଙ୍କୁ ଆପଣଙ୍କ ପ୍ରେମ ପାଇଁ କରିବାକୁ ହେଇଥାଏ । ବନ୍ଧୁଗଣ ଏହି ବିବରଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରିଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *