ଯଦି କରିବାକୁ ଚାହୁଁଛନ୍ତି ଘରର ଅଭାବ ଦୂର ତେବେ ନିଶ୍ଚୟ କରନ୍ତୁ ଏହି ସବୁ ଉପାୟ- Ajira Anuchinta

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଅନୁଚିନ୍ତା ନେଇ ଆସିଛୁ ଯାହା ବହୁତ ଉପକାରୀ ଓ ମହତ୍ଵ ପୂର୍ଣ୍ଣ ଅଟେ । ଏହା ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆଣିବା ସହ ଏହାର ପାଳନ କରିଲେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇ ପାରିବ । ଶୋଇବା ଖଟ ଆଗରେ ଜୋତା ବା ତେଲ ପାତ୍ର ରଖନ୍ତୁ ନାହି । ଏହା କରିବା ଦ୍ଵାରା ଅମଙ୍ଗଳ ହୋଇଥାଏ । କାହାକୁ ପ୍ରଣାମ କରିବା ସମୟରେ ଗୋଟେ ହାତ ନ ଯୋଡି ଦୁଇଟି ହାତ ଯୋଡି ନମସ୍କାର କରିବା ଉଚିତ ।

ନାରୀ ମାନେ ନିଜ ଆଙ୍ଗୁଳିରେ ସିନ୍ଦୁର ପିନ୍ଧାନ୍ତୁ ନାହି । କେବଳ ଚାନ୍ଦି ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିବା ଉଚିତ । ପିତୃ ପୁରୁଷଙ୍କ ଫୋଟୋ ଘରର ଦକ୍ଷିଣା ବା ପଶ୍ଚିମ କାନ୍ଥରେ ଲଗାନ୍ତୁ ନାହି । ଘରର ଉତ୍ତର ଦିଗରେ ଫୋଟୋ ଲଗାଇ ମୁହଁ ଦକ୍ଷିଣ ଦିଗରେ ରହିଲେ ଭଲ ହୋଇଥାଏ । ଘରର ଉତ୍ତର ଦିଗରେ ଘଣ୍ଟା ଲଗାନ୍ତୁ ନାହି । କୌଣସି ଅଚଳ ଘଣ୍ଟା ଘରେ ରକହନ୍ତୁ ନାହି ।

ଘଣ୍ଟାର ସମୟକୁ ସର୍ବଦା ଆଗକୁ ରଖିବା ଉଚିତ । ଆଲମାରିର ମୁହଁ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହି । ଏହା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହେବା ସହ ଧନ ହାନି ହୋଇଥାଏ । ନାଲି କପଡା ଓ ଶ୍ରୀଜନ୍ତ୍ର ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖିବା ଦ୍ଵାରା ଗୃହରେ ଧନର ଅଭାବ ହୁଏ ନାହି । ଘରେ ବ୍ୟବହାର ହେଉଥିବା ପାଣି ଟ୍ଯାପରୁ ପାଣି ବୋହୁଥିଲେ ଏହାକୁ ତୁରନ୍ତ ମରାମତି କରନ୍ତୁ । ଯେତେ ରୋଜଗାର କରିଲେ ମଧ୍ୟ ଘରେ ଅଣ୍ଟି ନ ଥାଏ ।

ଯେଉଁ ମାନଙ୍କର କେଶ ଝଡିବା ସମସ୍ଯା ଅଧିକ ହେଉଛି ସେମାନେ କିଛି ଗୁଣ୍ଡ ଲୁଣ ଓ ଦୁଦୁରା ପତ୍ରର ରସ ମିଶାଇ କେଶରେ ୭ ଦିନ ଲଗାତାର ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର କେଶ ଝଡିବା ସମସ୍ଯା ଦୂର ହେବ । ପିଲା ମାନଙ୍କର ସ୍ମରଣ ଶକ୍ତି ବଢାଇବା ଏପାଇଁ ବର ଓ ଓସ୍ତ ଗଛ ଯେଉଁଠାରେ ଏକତ୍ର ଥିବେ ସେଠାରେ ପ୍ରତିଦିନ ୨୦ ମିନିଟ ଯାଏଁ ବସନ୍ତୁ ।

ଘରେ କଳା ପିମ୍ପୁଡି ଡିମ୍ବ ଧରି ବାହାରୁଥିବାର ଦେଖିଲେ ଶୁଭ ସଂକେତ ହେବା ସହ ଧନ ଆଗମନର ସୂଚନା ମିଳିଥାଏ । ସକାଳୁ ଘରୁ ବାହାରିବା ସମୟରେ ନାଲି ପିମ୍ପୁଡି ଏକତ୍ର ହେବାର ଦେଖିଲେ ବା ଧାଡି ହେବାର ଦେଖିଲେ କଳହର ସୂଚନା ମିଳିଥାଏ । ତେଣୁ ସେହି ଦିନ ସାବଧାନ ରହିବା ଉଚିତ ।

ବିଛଣାକୁ ଯିବା ପୂର୍ବରୁ ଜୋତା ସଫା ରଖିବା ଦ୍ଵାରା ସୁଖପୂର୍ଣ୍ଣ ନିଦ୍ରା ହୋଇଥାଏ । ଶୋଇବା ପୂର୍ବରୁ ପୂର୍ବ ଦିଗକୁ ମୁହଁ କରି ଈଶ୍ବରଙ୍କୁ ପ୍ରଣାମ କରିବା ଉଚିତ । ଏହା ସହ ନିଜର ବିଚଣାକୁ ୩ ଥର ଟିଙ୍କା ମାରନ୍ତୁ ଯେମତି ଶବ୍ଦ ହେବ । ଏହା ପରେ ନିଜର ହାତ ଯୋଡି ପ୍ରଣାମ କରିଲେ ନିଦ୍ରା ଭଲ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *