ଯଦି ଆପଣଙ୍କ ସ୍ଵୋପ୍ନରେ ପୂର୍ବ-ପୁରୁଷ ଆସୁଥାନ୍ତି ତେବେ ଆପଣଙ୍କୁ ଦେଇଥାନ୍ତି ଏହି ସଂକେତ

ବନ୍ଧୁଗଣ ଜଣେ ମନୁଷ୍ୟ ନିଜ ଦୈନିକ ଜୀବନରେ ବହୁତ ଗୁଡିଏ କାର୍ଯ୍ୟ କରିଥାଏ । ବାହାରୁ ଯେତେବେଳେ କାର୍ଯ୍ୟ କରି ଆସିଥାଏ ଘରକୁ ଟିକେ ଆରମ କରିବା ପାଇଁ, ବ୍ୟକ୍ତି ଜଣକ ଯେତେବେଳେ ଶୋଇବାକୁ ଯାଇଥାଏ, ସେତେବେଳେ ସାଧାରଣତ ନିଦ୍ରାରେ ବହୁତ ଭାବନା ଯାହାକୁ ଆମେ ଭୁଲି ପାରିନାହୁ ସେଗୁଡାକ କିମ୍ବା କେତେକ ଘଟଣା ଗୁଡିକ ଆମ ସ୍ଵପ୍ନରେ ଘୂରି ବୁଲିଥାଏ । ଆଶ୍ଚର୍ଯ୍ୟର କଥା ଏହା ଅଟେ ରାତିରେ ଆମେ ଶୋଇଥିଲା ବେଳେ ଆମ ପାଖରେ ରଖିଥିବା ବସ୍ତୁକୁ ଯଦି କିଏ ଆସି ଉଠେଇ ନେଇ ଯାଇଥାଏ ତେବେ ଆମକୁ ତାହା ଜଣା ପଡିନଥାଏ ଯେ କଣ ହେଲା ।

କିନ୍ତୁ ସ୍ଵପ୍ନରେ ଆମକୁ ଗୋଟିଏ ନୂଆ ଦୁନିଆର ଆଭାସ ହୋଇଥାଏ । ଯାହା ଆମର ମନେ ରହିଯାଏ । ଅଧିକାଂଶ ସ୍ଵପ୍ନ ଦେଖି ଆମେ ଖୁସି ହେଇଥାଉ କିନ୍ତୁ କିଛି ସ୍ଵପ୍ନ ଏମିତି ଅଛି ଯାହାକୁ ଦେଖିଲା ପରେ, ଆମେ ଭୟକରି ଯାଇଥାଉ ଏବଂ ଆମର ନିଦ ହଟାତ ଭାଙ୍ଗି ଯାଇଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆପଣଙ୍କର ପ୍ରତୀଟି ସ୍ଵପ୍ନ ପଛରେ ଗୋଟିଏ ଗଭୀର ରହସ୍ୟ ଲୁଚି ରହିଥାଏ । ସ୍ଵପ୍ନ ଉପରେ ଗୋଟିଏ ସମ୍ପୂର୍ଣ ଶାସ୍ତ୍ର ଅଛି ଯାହାକୁ ସ୍ଵପ୍ନ-ଶାସ୍ତ୍ର ବୋଲି କୁହାଯାଏ । ବନ୍ଧୁଗଣ ଆସନ୍ତୁ ଜାଣିବା ଯଦି ଜଣେ ପୂର୍ବପୁରୁଷ ଆମ ସ୍ଵପ୍ନ ରେ ଆସନ୍ତି, ତେବେ ତାହା ପଛରେ କଣ ରହସ୍ୟ ଲୁଚି ରହିଛି ।

ଯଦି ଗମ୍ଭୀର ରୋଗାଗ୍ରସ୍ତ ଥିବା ସମୟରେ ଆପଣଙ୍କ ଘରେ ଥିବା ବ୍ୟକ୍ତିଙ୍କର ଜୀବନ ଯାଇଛି ଏବଂ ସେ ଆପଣଙ୍କୁ ସ୍ଵପ୍ନରେ ଗୋଟିଏ ସୁସ୍ଥ ଅବସ୍ଥାରେ ଦେଖା ଦେଉଛନ୍ତି । ତେବେ ଆପଣ ବୁଝି ନିଅନ୍ତୁ ଯେ ତାଙ୍କର ପୁନରଜନ୍ମ ଗୋଟେ ସୁସ୍ଥ ପରିବାରରେ ହୋଇଅଛି । ସ୍ଵପ୍ନ ମାଧ୍ୟମରେ ସେ ସଙ୍କେତ ଦେଉଛନ୍ତି ଯେ ଏବେ ଆପଣ ତାଙ୍କ ବିଷୟରେ ଚିନ୍ତା କରି ନିଜକୁ କଷ୍ଟ ଦିଅନ୍ତୁ ନାହିଁ । ଶାସ୍ତ୍ରରେ ଏହିଭଳି ସ୍ଵପ୍ନକୁ ଆଶ୍ଵାସନା ସ୍ଵପ୍ନ ବୋଲି କୁହାଯାଇଛି ।

ସେହିଭଳି ଯଦି ଜଣେ ସୁସ୍ଥ ବ୍ୟକ୍ତିଙ୍କର ହଟାତ ଜୀବନ ଚାଲି ଯାଇଛି ଏବଂ ସେ ଆପଣଙ୍କୁ ସ୍ଵପ୍ନରେ ଅସୁସ୍ଥ ଥିବାର ଦେଖାଯାନ୍ତି ।  ତେବେ ଆପଣ ବୁଝି ନିଅନ୍ତୁ ଯେ, ସେ ଆପଣଙ୍କୁ ନିଜର କୌଣସି ଇଛା ବ୍ୟକ୍ତ କରିବାକୁ ଚାହୁଁଛନ୍ତି । ଆପଣ ବୁଝିନିଅନ୍ତୁ ଯେ ସ୍ଵୋର୍ଗବାସ ହେବା ପୂର୍ବରୁ ତାଙ୍କର କୌଣସି ଏକ ପ୍ରବଳ ଇଛା ରହିଯାଇଛି, ଯାହାକୁ ସେ ପୁରା କରିପାରି ନାହାନ୍ତି । ଯଦି ଆପଣଙ୍କୁ ସେହି ଇଛାଟି ତାଙ୍କର ଜଣା ଅଛି ତେବେ ଆପଣ ସେହି ଅସମ୍ପୂର୍ଣ ଇଛାଟିକୁ ପୁରା କରନ୍ତୁ । ଏହା ଫଳରେ ତାଙ୍କ ଆତ୍ମା ଶାନ୍ତି ହୋଇଥାଏ ।

ଯଦି କୌଣସି ଜୀବିତ ବ୍ୟକ୍ତି ସ୍ଵପ୍ନରେ ମୃତ୍ତ ଦେଖାଯାଏ ତେବେ ଆମେ ଭୟ କରିଯାଇଥାଉ । କିନ୍ତୁ ବନ୍ଧୁଗଣ ଭୟ କରିବାର କୌଣସି ଆବଶ୍ୟକ ନାହିଁ । ଏହି ସ୍ଵପ୍ନ ଦେଖିବା ମାତ୍ରେ ଆପଣ ବୁଝି ନିଅନ୍ତୁ ଯେ ବ୍ଯକ୍ତିର ଆୟୁ ଅଧିକ ବଢିଗଲା । ଏହିଭଳି ସ୍ଵପ୍ନ ନିଜର ଲମ୍ବା ଆୟୁର ସୂଚକ ହେଇଥାଏ । ବନ୍ଧୁଗଣ ସ୍ଵପ୍ନ ଶାସ୍ତ୍ରରେ ଏହି ସବୁ କାରଣ ଗୁଡିକ ଦର୍ଶାଇ ଦିଆଯାଇଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *