ଜଗା ଦୁଆରେ ମା’ ପୁଅଙ୍କ ମିଳନ, ମାଆର ଲୁହ ପାଇଁ ଫେରି ଆସିଛି ପୁଅ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଗୋଟିଏ ମା ସବୁବେଳେ ନିଜ ସନ୍ତାନ ଖୁସିରେ ହିଁ ଖୁସିଥାଏ । ନିଜ ପିଲାର ଅଳି ଅଝଟ ସବୁବେଳେ ପୁରା କରିଥାଏ । ମା ପାଖରେ ଦେବା ଦେବୀଙ୍କ ଠାରୁ ମଧ୍ୟ ଅଧିକ ଶକ୍ତି ଥାଏ । ସେଥିପାଇଁ ତ ଗୋଟିଏ ମାର ଡାକ ଶୁଣିବାକୁ ବାଧ୍ୟ ହେଲେ ଜଗତର ନାଥ ଜଗନ୍ନାଥ । ଆପଣ ଭାବୁଥିବେ ନା ଏମିତି କଣ ଚମତ୍କାର ଘଟିଲା କି ! ତେବେ ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ଖବର ଅନୁଯାୟୀ ଗତ ବୁଧବାର ଦିନ ଗଞ୍ଜାମ ହିଞ୍ଜିଳୀକାଟୁ କାଳୁଆ ସାହିର ରେଣୁକା ପାଣିଗ୍ରାହୀଙ୍କ ପୁଅ ନାରାୟଣ ପାଣିଗ୍ରାହୀ ଘରୁ ପଳାଇଥିଲା । ଦଶମ ପରୀକ୍ଷାରେ ଫେଲ ହେବା ଡରରେ ଚିଠିଟିଏ ଲେଖି ଘରୁ କୁଆଡେ ଚାଲିଯାଇଥିଲେ । ସେ ଚିଠିରେ ଲେଖିଥିଲେ କି ମା ମୁ ଦଶମ ପରୀକ୍ଷାରେ ପାସ ହେବି ବୋଲି ମୋର ଆଶା ନାହିଁ । ସେଥିପାଇଁ ମୁଁ ଏ ଘର ଛାଡି ଚାଲିଯାଉଛି ।

ମା ମୁ ତତେ କଥା ଦେଉଛି ମୁ ଗୋଟେ ଭଲ ମଣିଷ ଓ ବଡ ମଣିଷ ହୋଇ ତୋ ପାଖକୁ ଫେରିବି । ଏମିତି ଗୋଟିଏ ଚିଠି ଲେଖି ସବୁଦିନ ପାଇଁ ଘର ଛାଡି କୁଆଡେ ଚାଲିଯାଇଥିଲେ । ଏହା ଦେଖି କୋଉ ମା ର ବା ମନ ସମ୍ଭାଳିବ । ଏହି ଖବର ଚାରିଆଡେ ପ୍ରସାର ହେବା ପରେ ନାରାୟଣ ତାଙ୍କ ମାଙ୍କ ଆଖିରେ ଲୁହ ଦେଖି ଆଉ ସହିପାରିଲେନି ।

ଏହା ପରେ ସେ ତାଙ୍କ ମାଙ୍କୁ ନିଜେ ଫୋନ କରି ପୁରୀରେ ଏକ ହୋଟେଲରେ ଥିବାର ସୂଚନା ଦେଇଥିଲେ । ଏହାପରେ ରେଣୁକା ପାଣିଗ୍ରାହୀ ପୁଅକୁ ଆଣିବା ପାଇଁ ପୁରୀରେ ପହଞ୍ଚିଥିଲେ । ସ୍ଥାନୀୟ ପୋଲିସଙ୍କ ସହାୟତାରେ ନିଜ ପୁଅକୁ ସାଙ୍ଗରେ ଆଣି ଘରକୁ ଫେରିଛନ୍ତି । ମା ଙ୍କ ଆଖିରୁ ଲୁହ ସୁଖୁନଥିଲା । ଦିନ ରାତି ପୁଅକୁ ଝୁରୁଥିଲେ ।

ଭଗବାନଙ୍କୁ ଡାକୁଥିଲେ ଆଉ ଭଗବାନ ମଧ୍ୟ ଗୋଟିଏ ମାର ଦୁଖ ସହି ନପାରି ତାଙ୍କ ପୁଅକୁ ତାଙ୍କ କୋଳକୁ ପୁଣି ଫେରାଇଦେଲେ । ଆଉ ଆଜିର ଏହି ଖୁସି ତାଙ୍କ ମା ଙ୍କ ମୁହଁରେ ଦେଖିବା ଭଳି ଥିଲା । ମା ପୁଅ କୋଳା କୋଳି ହୋଇ ଖୁବ କାନ୍ଦିଲେ । ପୁଅ ମା ଙ୍କୁ ପ୍ରତିସୂତି ମଧ୍ୟ ଦେଲା କେବେ ମୁଁ ଆଉ ତତେ ଛାଡିକି କୁଆଡେ ବି ଯିବିନି ମମି । ତେବେ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥିଲେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *