ଜାଲରେ ଧରା ପଡିଲା ମାଳିକା ବର୍ଣ୍ଣିତ ଚିତ୍ତଳ ମାଛ, ଆଉ ତ ପରେ… Malika Bachana

ଆଜି ଆମେ ଆପଣଙ୍କ ନିକଟରେ ପୁଣି ଥରେ ମାଳିକାରେ ବର୍ଣ୍ଣିତ ଏକ ନୂଆ ପ୍ରସଙ୍ଗକୁ ନେଇ ଆସିଛୁ । ମାଳିକାରେ ଗିରିଧାରୀ ମଠ ବିଷୟରେ କୁହାଯାଇଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ ତଥ୍ୟ ଦେବୁ । କହିଦେଉଛୁ କି ଗିରିଧାରୀ ମଠରେ ଏକ ପୁଷ୍କରଣୀ ଅଛି ଯାହା ବିଷୟରେ ମାଳିକାରେ ମଧ୍ୟ ବର୍ଣ୍ଣିତ ହୋଇଛି ।

ଏମିତିରେ ଯେତେବେଳେ ଗିରିଧାରୀ ମଠର ବାବାଙ୍କୁ ଏହି ମଠ ବିଷୟରେ ଓ ଏହି ପୁଷ୍କରଣୀ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ ଏହି ସ୍ଥାନରେ ଥିବା କିଛି ଚମତ୍କାରୀ ଜିନିଷ ବିଷୟରେ କହିଲେ । ବାବାଙ୍କ ଅନୁସାରେ ଗିରିଧାରୀ ମଠରେ ଥିବା ପୁଷ୍କରଣୀ ଭିତରେ ୪ ଟି ବିମ୍ବର ଅଛି । ବିମ୍ବର ଅର୍ଥ ଏହି ପୁଷ୍କରଣୀ ଭିତରେ ୪ ଟି ବଡ ବଡ ଗୁମ୍ଫା ବା ଯାହାକୁ ସୁଡଙ୍ଗ କୁହନ୍ତି ତାହା ଅଛି ।

ଗୋଟିଏ ଗୁମ୍ଫା ମହାନଦୀ ତୁଲସୀ ଖଣ୍ଡିଆ ସ୍ଥାନରେ ଥିବା କ୍ଷୀର ବୃକ୍ଷ ପର୍ଯ୍ୟନ୍ତ ଯାଇଛି । ଗୋଟିଏ ଗୁମ୍ଫା ରତ୍ନ ଯୋଡିକୁ ଯାଇଛି । ଅନ୍ୟ ଏକ ଗୁମ୍ଫା ଯୋବ୍ରାକୁ ଯାଇଛି । ଶାରଳାଙ୍କ ପାଖକୁ ଅନ୍ୟ ଏକ ଗୁମ୍ଫା ଯାଇଛି । ଗିରିଧାରୀ ବାବାଙ୍କ ଅନୁସାରେ କିଛି ଅନ୍ୟ ବାବାମାନେ ତାଙ୍କ ପାଖକୁ ଆସନ୍ତି, ଏହି ମଠ ଓ ପୁଷ୍କରଣୀ ବିଷୟରେ ଚର୍ଚା ମଧ୍ୟ କରନ୍ତି । ସେ ଆଗକୁ କହିଲେ କି ଏହି ମଠ ଦିନେ ହେବ ବାଜିକୋଟ ।

ବାଜିକୋଟ ଅର୍ଥ ଯେଉଁଭଳି ଭାବରେ ଦିଲ୍ଲୀରେ ସୁପ୍ରିମ କୋର୍ଟ ଅଛି ଠିକ ସେହିଭଳି ଏଠି ବାଜିକୋଟ ହେବ । ଏହା ପରେ ବାବା କହିଲେ କି ମଝିରେ ମଝିରେ କିଛି ଗ୍ରାମବାସୀମାନେ ମାଛ ଧରିବା ପାଇଁ ଏହି ପୋଖରୀରେ ଜାଲ ପକାନ୍ତି ଓ ଦିନେ ଜାଲରେ ଗୋଟିଏ ବଡ ଚିତ୍ତଳ ମାଛଟି ପଡିଥିଲା । ଯାହାର ଓଜନ ପାଖାପାଖି ୨୫ ରୁ ୩୦ କିଲୋ ହେବ ବୋଲି କୁହାଯାଉଛି ।

ଏହି ମାଛକୁ ୩ ଜଣ ଟେକି ପୋଖରୀରୁ ବାହାର କରିଥିଲେ । କିନ୍ତୁ ଏହି ମଠର ଅନ୍ୟ ଏକ ବାବା ଯେତେବେଳେ ଏହା ବିଷୟରେ ଜାଣିଲେ ତେବେ ସେ ସେହି ମାଛକୁ ପୁଷ୍କରଣୀରେ ଛାଡି ଦେବା ପାଇଁ ସେହି ବ୍ୟକ୍ତିମାନଙ୍କୁ କହିଥିଲେ । ଏହା ପରେ ସମସ୍ତେ ତାକୁ ନମସ୍କାର କରି ପାଣିରେ ଛାଡି ଦେଲେ । ଚିତ୍ତଳ ମାଛ ବିଷୟରେ ଗିରିଧାରୀ ବାବା କହିଲେ କି ଯେତେବେଳେ ଏହି ସ୍ଥାନରେ ବନ୍ୟାର ପାଣି ମାଡି ଆସିବ, ତେବେ ସେହି ସମୟରେ ଏହି ଚିତ୍ତଳ ମାଛଟି ମା ଶାରଳାଙ୍କ ନିକଟରେ ରହିବ ।

କହିଦେଉଛୁ କି ମାଳିକାରେ ଏହା ବିଷୟରେ ପୂର୍ବରୁ ହିଁ ବର୍ଣ୍ଣିତ ହୋଇଛି । ମାଳିକା ଅନୁସାରେ ଏହି ଚିତ୍ତଳ ମାଛର କଣ୍ଟାରେ ମା ଶାରଳାଙ୍କ କବାଟ ହେବେ । ବାବାଙ୍କୁ ଯେତେବେଳେ ଏହା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଏହା ଦିନେ ନା ଦିନେ ସତ ହେବ । କହିଦେଉଛୁ କି ମାଳିକାରେ ବର୍ଣ୍ଣିତ ସମସ୍ତ କଥା ଦିନେ ନା ଦିନେ ସତ ହେବ କିନ୍ତୁ କେବେ ଓ କେଉଁ ସମୟରେ ଏହା କାହାକୁ ବି ଜଣା ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *