ଜାମୁକୋଳି ପତ୍ରର ଫାଇଦା ବିଷୟରେ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ, ଭଲ କରେ ଏହି 4ଟି ରୋଗ- Healthy Tips

ଜାମୁକୋଳି ଗଛ ଏମିତି ଏକ ଗଛ ଯାହାକି ଔଷଧୀୟ ଗୁଣରେ ଭରପୁର ଅଟେ । ଏହାର ପତ୍ର, ଫୁଲ, ଫଳ ବହୁତ ହିଁ ଲାଭକାରୀ ହୋଇଥାଏ । ଟାଇପ ୨ ଡାଏବେଟିସ ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ । ବହୁତ ରୋଗ ପାଇଁ ଏହା ଭଲ ହୋଇଥାଏ । ଜାମୁକୋଳି ଗଛ ଆପଣଙ୍କୁ ଗାଁ ଗୁଡିକରେ ଅଧିକ ଦେଖିବାକୁ ମିଳିଯିବ । କେତେକ ସ୍ଥାନରେ ଏହାର ଚାଷ ବି ହୋଇଥାଏ । ଦେଶର ବିଭିନ୍ନ ରାଜ୍ୟରେ ଜାମୁକୋଳିକୁ ଭିନ୍ନ ଭିନ୍ନ ନାଁରେ ବି ଜାଣିଛନ୍ତି ।

ଜାମୁକୋଳି ଭିତରେ ଆଇରନ, ଭିଟାମିନ A, ଭିଟାମିନ C, ଆଣ୍ଟି ଅକ୍ସିଡେଣ୍ଟ ଥାଏ । ଆଣ୍ଟି ଅକ୍ସିଡେଣ୍ଟ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିଥାଏ, ଆମର ମସ୍ତିଷ୍କ ପାଇଁ ଓ ହଜମ ପାଇଁ ବହୁତ ଜରୁରୀ ହୋଇଥାଏ । ଏଥିରେ ଏମିତି ବି କିଛି ତତ୍ଵ ଅଛି ଯାହା କି ଡାଏବେଟିସକୁ କଣ୍ଟ୍ରୋଲ କରିଥାଏ । ଏହାର ସେବନ ଦ୍ଵାରା ଶରୀରକୁ ବହୁତ ପ୍ରକାରର ଲାଭ ମିଳିଥାଏ ।

ଯାହାକି ଆପଣଙ୍କୁ ଔଷଧ ସେବନ କରିବା ଠାରୁ ବି ବଞ୍ଚାଇ ପାରିବ । ଯଦି କାହାର ମୁହଁ ଓ ବେକରେ ଯନ୍ତ୍ରଣା ହେଉଛି, ଦାନ୍ତ ସହ ଜଡିତ ସମସ୍ୟା ହେଉଛି ତେବ ଏହିଭଳି ସ୍ଥିତିରେ ଆପଣ ଜାମୁକୋଳି ଗଛର ପତ୍ରର ରସ ବାହାର କରନ୍ତୁ ଓ ସେହି ରସ ଦ୍ଵାରା କୁଲା କରନ୍ତୁ । ଏହିଭଳି କରିବା ଦ୍ଵାରା କିଛି ଦିନ ଭିତରେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ।

ଯଦି କାହାର ମାଢି ବିନ୍ଧୁଛି କିମ୍ବା ଫୁଲି ଯାଇଛି, ଦାନ୍ତରୁ ରକ୍ତ ବାହାରୁଛି ତେବେ ଏହି ସ୍ଥିତିରେ ଆପଣ ଏହାର ପତ୍ରକୁ ଶୁଖାଇ ତାକୁ ଗୁଣ୍ଡ କରି ସେହି ପତ୍ରର ଗୁଣ୍ଡ ଦ୍ଵାରା ଦାନ୍ତ ଘଷିବା ଉଚିତ । ଏହା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ସେହିଭଳି ଯଦି କାହାର ଡାଏବେଟିସ ଅଧିକ ବଢି ଯାଇଛି ବିଶେଷ କରି ଟାଇପ ୨ ଡାଏବେଟିସରେ ଆପଣ କିଛି ଜାମୁକୋଳିର ମଞ୍ଜିକୁ ଏକାଠି କରି ତାକୁ ଖରାରେ ଶୁଖାଇ ତାକୁ ଗୁଣ୍ଡ କରି ଦିନକୁ ତିନି ଥର ଆପଣ ଏହାକୁ ସେବନ କରନ୍ତୁ ।

ଏହିଭଳି କରିବା ଦ୍ଵାରା ଏହା ଡାଏବେଟିସକୁ କଣ୍ଟ୍ରୋଲ କରିଥାଏ । ଯଦି କାହାର କାନ ବିନ୍ଧୁଛି କିମ୍ବା ଘା ହୋଇଛି ତେବେ ଏହିଭଳି ସ୍ଥିତିରେ ଆପଣ ଜାମୁକୋଳିର ମଞ୍ଜିକୁ ଗୁଣ୍ଡ କରି ସେଥିରେ ଗୋଟିଏ ଚାମଚ ମହୁ ମିଶାଇ କାନରେ ଦିଅନ୍ତୁ ।

ଏହିଭଳି କରିବା ଦ୍ଵାରା ଆପଣଙ୍କ କାନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ । ଜାମୁକୋଳି ପାଚନ ତନ୍ତ୍ରକୁ ଭଲ ରଖିଥାଏ । ଜାମୁକୋଳିର ସେବନ ଦ୍ଵାରା ଚେହେରାରେ ବହୁତ ଗ୍ଲୋ ନେଇ ଆସିଥାଏ । ଆପଣ ଏହାକୁ ଅତି ସହଜର ବଜାରରୁ ନେଇ ପାରିବେ ।

Leave a Reply

Your email address will not be published. Required fields are marked *