August 18 ପବିତ୍ର ଜନ୍ମାଷ୍ଟମୀରେ କରନ୍ତୁ ଏହି 8ଟି କାମ, ସବୁ ମନସ୍କାମନା ହେବ ପୂରଣ

ଚଳିତ ବର୍ଷ ଅଗଷ୍ଟ ୧୮ ତାରିଖରେ ପଡିବାକୁ ଯାଉଛି ଜନ୍ମାଷ୍ଟମୀ । ଏହି ଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିବାର ବିଶେଷ ମହତ୍ଵ ରହିଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିନକୁ ଜନ୍ମାଷ୍ଟମୀ ପର୍ବ ଭାବରେ ପ୍ରତେକ ହିନ୍ଦୁ ଧର୍ମର ଲୋକେ ନିଷ୍ଠାର ସହ ପାଳନ କରିଥାନ୍ତି । ଶାସ୍ତ୍ରରେ ଉଲେଖ ରହିଛି ଭଗବାନ କୃଷ୍ଣ ଦୁଖ, ଦ୍ରାରିଦ୍ରତାରୁ ମୁକ୍ତି ଦେଇଥାନ୍ତି । ଜନ୍ମାଷ୍ଟମୀର ରାତ୍ରିକୁ ମୋହ ରାତ୍ରି ମଧ୍ୟ କୁହାଯାଇଥାଏ । ଏଥିପାଇଁ ଜନ୍ମାଷ୍ଟମୀର ବିଶେଷ ମହତ୍ଵପୂର୍ଣ୍ଣ ମାନାଯାଇଥାଏ । ପବିତ୍ର ଜନ୍ମାଷ୍ଟମୀରେ ଏମିତି କିଛି ଉପାୟ କରିଲେ ସବୁ ମନସ୍କାମନା ପୂରଣ ହୋଇଥାଏ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଜନ୍ମାଷ୍ଟମୀ ଦିନ ସକାଳୁ ଶୁଦ୍ଧ ବସ୍ତ୍ର ପରିଧାନ କରି ରାଧାକୃଷ୍ଣଙ୍କ ମନ୍ଦିରକୁ ଯାଇ ହଳଦିଆ ରଙ୍ଗର ଫୁଲମାଳ ଭଗବବନ କୃଷ୍ଣଙ୍କୁ ଅରପଣ କରିଲେ । ଯାହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଥାଏ ।

୨- ଭଗବାନ କୃଷ୍ଣଙ୍କୁ ପୀତାମ୍ବରୀଧାରୀ ମଧ୍ୟ କୁହାଯାଏ । ତେଣୁ ଏହି ଦିନ ଭଗବାନ କୃଷ୍ଣଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଓ ଫଳ ଓ ଭୋଗ ଅର୍ପଣ କରିଲେ ମା ଲକ୍ଷ୍ମୀ ଓ ଭଗବାନ କୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହା ସହ ଧନ ପ୍ରାପ୍ତି ହୋଇଥାଏ ।

୩- ଜନ୍ମାଷ୍ଟମୀ ଦିନ ଧଳା ରଙ୍ଗର ମିଠା ବା ସାବୁ ଦାନା ଓ ଚାଉଳ ଖିରୀ ଭଗବାନ କୃଷ୍ଣଙ୍କୁ ଭୋଗ ଲଗାନ୍ତୁ । ଖିରୀରେ ଚିନୀ ବଦଳରେ ମିଶ୍ରି ପକାଇବା ସହ ତୁଳସୀ ପତ୍ର ଅବଶ୍ୟ ପକାନ୍ତୁ । ଏମିତି କରିଲେ ଧନ ଓ ଐଶ୍ଚର୍ଜ୍ୟ ପ୍ରାପ୍ତ ହୋଇଥାଏ ।

୪- ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭାରି ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କ ଅଭିଷେକ କରିବା ସହ ସମ୍ଭବ ଅନୁଯାୟୀ ପଞ୍ଚାମୃତରେ ଅଭିଷେକ କରି ପାରିବେ । ଏହା ଦ୍ଵାରା ସବୁ ମନସ୍କାମନା ପୂରଣ ହୋଇଥାଏ ।

୫- ଭଲ ଜୀବନ ସାଥିଟି ପାଇବା ପାଇଁ ବା ପ୍ରେମରେ ସଫଳ ହେବା ପାଇଁ ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କ ମନ୍ଦିରକୁ ଯାଇ ହଳଦିଆ ରଙ୍ଗର ଫୁଲମାଳ ଅର୍ପଣ ଅରନ୍ତୁ । ଏହା ସହ ହଳଦିଆ ରଙ୍ଗର ମିଠା, ମହୁ, ଗୁଜୁରାତି ଭୋଗ ଲଗାନ୍ତୁ ।

୬- ଜନ୍ମାଷ୍ଟମୀ ଦିନ ରାତି ୧୨ଟା ପରେ କ୍ଷୀରରେ କେସର ମିଶାଇ ଭଗବାନ କୃଷ୍ଣଙ୍କ ଅଭିଷେକ କରାଇଲେ ଘରେ ସର୍ବଦା ସୁଖ ଶାନ୍ତିର ବାସ ହୋଇଥାଏ ।

୭- ଭଗବାନ କୃଷ୍ଣଙ୍କୁ ଜନ୍ମାଷ୍ଟମୀ ଦିନ ପାଣି ଥିବା ନଡିଆ ଅର୍ପଣ କରନ୍ତୁ । ନିଜ ପ୍ରେମୀ ବା ପ୍ରେମିକାଙ୍କୁ ମନରେ ରଖି ଓମ କ୍ଲିଙ୍ଗ କୃଷ୍ଣାୟ ଗୋପୀୟଙ୍ଗ ବଲ୍ଲଭାୟ ସ୍ଵାହା ମନ୍ତ୍ର ଜପ କରନ୍ତୁ । ପ୍ରତେହ ରାଧାକୃଷ୍ଣ ଙ୍କ ପ୍ରତିମା ଆଗରେ ଏହି ମନ୍ତ୍ର ଜପ କରନ୍ତୁ । ଏପରି କରିଲେ ପ୍ରେମ ବିବାହ ହୋଇଥାଏ ।

୮- ଅନେକ ଚେଷ୍ଟା ପରେ ବି ବ୍ୟବସାୟ ବା ଚାକିରିରେ ଉନ୍ନତି ହେଉ ନାହି ଏବେ ଜନ୍ମାଷ୍ଟମୀ ଦିନ ନିଜ ଘରକୁ ୭ଟି କନ୍ୟାଙ୍କୁ ଡାକି ଧଳା ରଙ୍ଗର ମିଠା ଓ ଖିରୀ ଖାଇବାକୁ ଦେବା ସହ ଦକ୍ଷିଣା ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *