ଏବେ ଏବେ ଆସିଲା ବଡ ଖବର : ଜଙ୍ଗଲରେ ଲୁଚି ଥିବା ଦୁଇ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଗୁଳି କଲେ ଭାରତୀୟ ସୌନ୍ୟ

ଏବେ ଭାରତୀୟ ବାୟୁସେନା ହେଉ କି , ଭାରତୀୟ ସ୍ତଳ ସେନା ହେଉ କି , ଭାରତୀୟ ଜଳ ସେନା ହେଉ, ସମସ୍ତେ ଆକ୍ସନ ମୁଡରେ ଥିବାର ଦେଖିବାକୁ ମିଳିଛି  । ଭାରତୀୟ ବାୟୁସେନାର ଏୟାର ଷ୍ଟାରାଇକ ପରେ ଏବେ ଭାରତୀୟ ସ୍ତଳ ସେନା ବି ଆକ୍ସନ ମୁଡରେ ଦେଖିବାକୁ ମିଳିଛି  । ମିଳିଥିବା ସୁଚନା ଅନୁଯାୟୀ ଆଜି ପୁଣି ଦୁଇ ଆତଙ୍କ ବାଦୀଙ୍କୁ ଗୁଳି କରି ମାରିଛି ଭାରତୀୟ ସେନା  ।

ପିଓକେରେ ଥିବା ଜୈଶର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତର ବାୟୁସେନା ହମଲା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ସୀମା ସ୍ଥିତ ସେନା ପୋଷ୍ଟ ଓ ସୀମାବର୍ତି ଗାଁ ଉପରେ ପାକିସ୍ତାନୀ ସେନା ଗୁଳି ଓ ମୋର୍ଟାର ମାଡ କରିଛି । ଜାମ୍ମୁକାଶ୍ମୀର ସୀମାର ୧୫ଟି ଜାଗାରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିବା ଜଣାପଡିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଛାନିଆ ହୋଇଯାଇଥିବା ପାକିସ୍ତାନ ସିଆଲକୋଟରେ ଟ୍ୟାଙ୍କ ଦ୍ୱାରା ଆକ୍ରମଣ କରିଥିବା ସୂଚନା ମିଳିଛି ।


ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛି । ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିବାର ଦିନେ ପରେ ଆଜି ସୋପିଆଁରେ ପାକିସ୍ତାନ ପଟୁ ଲଗାତାର ଗୁଳିବର୍ଷା କରାଯାଉଛି । ଭାରତୀୟ ସେନା ଗୁଳିରେ ଜୈଶ-ଏ-ମହମ୍ମଦର ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଫଳରେ ପାକିସ୍ତାନ ସେନାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଜାମ୍ମୁକଶ୍ମୀରର ନୌସେରା, ଅଖନୁର, ପୁଂଛ ଓ କୃଷ୍ଣା ଘାଟିରେ ପାକିସ୍ତାନ ସେନା ଗୁଳି ମାଡ କରିଛନ୍ତି ।

ତେବେ ଏହି ଗୁଳି ବିନିମୟରେ ଭାରତର ୧୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୫ଟି ପୋଷ୍ଟ ନଷ୍ଟ ହୋଇଛି । ସୀମା ଅଂଚଳରେ ରାଜୌରୀର ୫କିଲୋମିଟର ଭିତରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ଏହାସହ କେତେକ ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *