ଏୟାରଷ୍ଟ୍ରାଇକ୍ ପରେ ସମର୍ଥନ ପାଇଁ ୧୨ ଦେଶ ସହ କଥା ହେଲା ଭାରତ ! ଚୀନ ମଧ୍ୟ ଛାଡିଲା ପାକିସ୍ତାନର ହାତ

ବାଲାକୋଟ ଓ ପିଓକେରେ ଇଣ୍ଡିଆ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ମଧ୍ୟରେ ଉତେଜନା ବଢିଛି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ହୋଇଛି । ପାକିସ୍ତାନ ଭିତରେ ପଶି ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳବାର ସବୁ ବିରୋଧୀ ଦଳ, ସରକାର ଓ ସେନା ସହ ଏକଜୁଟତା ଦେଖାଇଛନ୍ତି । ସେନାର କାର୍ଯ୍ୟାନୁଷ୍ଠାନକୁ ସବୁ ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି ।  ସୀମାପାର ଆତଙ୍କବାଦୀଙ୍କୁ ନେଇ ସରକାର ବିରୋଧୀଙ୍କ ସ୍ୱର ଏକ ହୋଇଥିବା ବେଳେ ପାକିସ୍ତାନକୁ ଏକ ଘରକିଆ କରିବା ଅଭିଯାନକୁ ଆହୁରି ଗତି ଦେଇଛନ୍ତି କେନ୍ଦ୍ର ସରକାର ।

ଭାରତର ଏୟାରଷ୍ଟ୍ରାଇକ ଘଟଣା ପରେ ପାକିସ୍ତାନର ହାତ ଛାଡିଛି ଚୀନ୍ ।  ସବୁବେଳେ ପାକିସ୍ତାନ ସପକ୍ଷ ଓକିଲାତି କରି ଭାରତକୁ ବିରୋଧ କରିଆସୁଥିବା ବେଞ୍ଜିଂ ଏଥର ସ୍ୱର ବଦଳାଇଛି । ବାଲାକୋଟରେ ଜୈଶ ଠିକଣା ଉପରେ ହମଲା କରିଥିବା ନେଇ ଆମେରିକା ବିଦେଶମନ୍ତ୍ରୀ ମାଇକ ପୋମ୍ପିୟୋଙ୍କୁ ଜଣାଇଥିଲେ ସୁଷମା ।

ସେହିପରି ଚୀନ, ସିଙ୍ଗାପୁର, ବାଙ୍ଗଲାଦେଶ, ଆଫଗାନିସ୍ତାନ ସମେତ ୧୨ଟି ଦେଶର ବିଦେଶ ମନ୍ତ୍ରୀଙ୍କ ସହ ସୁଷମା ସ୍ୱରାଜ ଆଲୋଚନା କରିଥିବା ସୂଚନା ମିଳିଛି । ଏୟାର ଷ୍ଟ୍ରାଇକ ସଂପର୍କରେ ଚୀନକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଜଣାଇବା ପରେ ଏନେଇ ପ୍ରତିକ୍ରିୟା ରଖିଛି ଚୀନ ।

ଉଭୟ ଭାରତ ଓ ପାକିସ୍ତାନକୁ ଦ୍ୱିପାକ୍ଷିକ ଆଲୋଚନା କରି ସର୍ମ୍ପକ ମଜୁବତ କରିବାକୁ ପର୍ରାମଶ ଦେଇଛି । ଏଥିସହ ଦୁଇ ଦେଶ ସଂଜମତା ବଜାୟ ରଖନ୍ତୁ ବୋଲି କହିଛି ବେଞ୍ଜିଂ । ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ମଧୁର ସର୍ମ୍ପକ ଜରୁରୀ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରଳାୟ ପ୍ରବକ୍ତା ଲୁ କାଙ୍ଗ । ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ଚରମ ସୀମାରେ ଥିବାରୁ ସଂଜମତା ଅବଲମ୍ବନ କରିବାକୁ ୟୁରୋପ ୟୁନିଅନ ପରାମର୍ଶ ଦେଇଛି । ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ବିଶ୍ୱ ଶାନ୍ତିକୁ ସମ୍ମାନ ଦେଇ କାମ କରିବା ଉଚିତ ବୋଲି ୟୁରୋପୀୟ ସଂଘ ମତ ରଖିଛି । ତେବେ ଆଗକୁ କଣ ରୂପ ନେବ ଏହି ଆଲୋଚନା ଦେଖିବାକୁ ବାକି ରହିଲା।

ଦେଶର ଶହିଦ ଯବାନଙ୍କ ପାଇଁ ଗର୍ବରେ ଗୋଟେ ଶେୟାର କରନ୍ତୁ ଓ ଆମ ବାୟୁସେନାର ସୈନିକ ମାନଙ୍କ ବାହାଦୁରି ପାଇଁ ଗୋଟେ ଲାଇକ ନିଶ୍ଚୟ କରନ୍ତୁ । ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *