ଜାଣନ୍ତୁ- ବିଭୀଷଣଙ୍କର ସ୍ତ୍ରୀ କାହିଁକି ହୋଇଥିଲେ ମନ୍ଦୋଦରୀ !

ସମସ୍ତ ସଂସାର ରେ ବାଲ୍ମୀକିଙ୍କ ରାମାୟଣ ଏବଂ ଶାସ୍ତ୍ର ଅନୁଯାଇ ମନ୍ଦୋଦରୀ ଲଙ୍କାପତି ରାବଣଙ୍କ ସ୍ତ୍ରୀ ଥିଲେ, କିନ୍ତୁ ମନ୍ଦୋଦରୀ କିଏ ଥିଲେ ଏବଂ ତାଙ୍କ ଅସ୍ତିତ୍ଵ କଣ ଥିଲା ଏହା କେହି ଜାଣି ନାହାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ମନ୍ଦୋଦରୀ ବିଷୟରେ କିଛି କହିବୁ ଯାହା ବିଷୟରେ ଆପଣ ବୋଧେ ଜାଣି ନ ଥିବେ । ମନ୍ଦୋଦରୀ ମହାନ ଋଷି କଶ୍ୟପ ପୁତ୍ର ମାୟାସୁରଙ୍କ ପୁତ୍ରୀ ଅଟେ । ମନ୍ଦୋଦରୀଙ୍କ ମା’ ରମ୍ଭା ନାମକ ଜଣେ ଅପ୍ସରା ଥିଲେ ।

ତ୍ରେତାଯୁଗ ରେ ମନ୍ଦୋଦରୀ କୁ ପଞ୍ଚକନ୍ୟା ରୁ ଗୋଟେ ବୋଲି କୁହା ଯାଏ ।

ମନ୍ଦୋଦରୀ ରାବଣର ମନୋରଞ୍ଜନ ପାଇଁ ଶତରଞ୍ଚ ଭଳି ଏକ ଖେଳ ବାହାର କରିଥିଲେ । ରାବଣ ସହ ବିବାହ ପରେ ତିନୋଟି ପୁତ୍ର ଜନ୍ମ ଦେଇ ଥିଲେ ଯାହାଙ୍କ ନାମ ଏହି ପ୍ରକାର ଥିଲେ ମେଘନାଦ, ଦ୍ଵିତୀୟ ଅକ୍ଷକୁମାର ଏବଂ ତୃତୀୟ ନାମ ଅତିକ୍ୟ ଥିଲା । ବହୁତ ଲୋକଙ୍କୁ ଏହା ଜଣା ନାହିଁ ଯେ ମନ୍ଦୋଦରୀ ରାବଣ ହତ୍ୟା ପରେ ରାବଣ ଛୋଟ ଭାଇ ବିଭୀଷଣ ସହ ବିବାହ କରି ଥିଲେ ।

ମାନ୍ୟତା ଅନୁଯାଇ ରାବଣ ଓ ମନ୍ଦୋଦରୀ ବିବାହ ମଣ୍ଡୋର ରେ ହୋଇ ଥିଲା, ଏହା ଯୋଧପୁର ପାଖରେ ଉପସ୍ଥିତ ଅଟେ । ଖବର ଅନୁଯାଇ ରାବଣ ମନ୍ଦିର ମଧ୍ୟ ଏହି ଜାଗାରେ ଉପସ୍ଥିତ ଅଟେ, ସ୍ଥାନୀୟ ମାନ୍ୟତା ଅନୁଯାଇ ମଣ୍ଡୋର ରାବଣ ସାସୁଘର ଅଟେ, କୁହାଯାଏ କି ରାବଣ ହତ୍ୟା ପରେ ତାଙ୍କ ବଂଶଜ ଏଠାରେ ଆସି ବସି ଯାଇଛନ୍ତି । ଆପଣଙ୍କୁ କହିଦବାକୁ ଚାହୁଞ୍ଚୁ ଯେ ମନ୍ଦୋଦରୀ ବହୁତ ସୁନ୍ଦର ଥିଲେ ।

ଯେତେବେଳେ ଭଗବାନ ରାମ ହନୁମାନଙ୍କୁ ମାତା ସିତାଙ୍କ ପାଖକୁ ପଠେଇ ଥିଲେ ତେବେ ଗୋଟେ କ୍ଷଣ ପାଇଁ ହନୁମାନ ଠାକୁର ମନ୍ଦୋଦରୀ କୁ ମାତା ସୀତା ଭାବି ଥିଲେ । ଶାସ୍ତ୍ର ଅନୁଯାଇ ରାବଣ ସ୍ତ୍ରୀ ମାନଙ୍କର ସୁନ୍ଦରତା ଦେଖି ତାଙ୍କ ଉପରେ ମୋହିତ ହୋଇ ଯାଉଥିଲେ । ଯେତେବେଳେ ରାବଣ ସୀତା ହରଣ କରିଥିଲେ ତେବେ ମଧ୍ୟ ମାତା ସିତାଙ୍କ ସୁନ୍ଦରତା ଦେଖି ମୋହିତ ହୋଇ ଯାଇଥିଲା ।

କିନ୍ତୁ ଯେତେବେଳେ ମନ୍ଦୋଦରୀଙ୍କୁ ମାତା ସିତାଙ୍କ ଅପହରଣ ବିଷୟରେ ଜ୍ଞାତ ହୋଇ ଥିଲା ତେବେ ସେ ମନ ଭିତରେ ଭଗବାନ ରାମଙ୍କୁ କ୍ଷମା ମାଗି ଥିଲେ ଓ ରାବଣଙ୍କୁ ମାତା ସିତାଙ୍କୁ ଫେରେଇଦବା ପାଇଁ ଅନୁରୋଧ ମଧ୍ୟ କରି ଥିଲେ । କିନ୍ତୁ ରାବଣ ମନ୍ଦୋଦରୀ ଅପମାନ କରି କହିଥିଲା ପ୍ରତେକ ସ୍ତ୍ରୀ ରେ ସାହସ, ମିଥ୍ୟା, ଚଞ୍ଚଲ, ମାୟା, ଭୟ, ଅବିବେକୀ, ନିର୍ଦୟ ଏବଂ ଅପବିତ୍ର ପରି ଆଠଟି ବିଶେଷତା ହୋଇ ଥାଏ ।

Leave a Reply

Your email address will not be published. Required fields are marked *