ଜାଣନ୍ତୁ ମହାତ୍ମା ଗାନ୍ଧୀ ଙ୍କ ବିଷୟରେ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର…

ବନ୍ଧୁଗଣ ଆପଣ ମାନେ ଜାତି ର ପିତା ମହାତ୍ମା ଗାନ୍ଧୀ ଜୀ ଙ୍କୁ ନିଶ୍ଚୟ ଜାଣିଥିବେ । ମହାତ୍ମା ଗାନ୍ଧୀ ଦେଶକୁ ସ୍ଵାଧୀନତା କରିବା ପାଇଁ ଅନେକ ବଳିବାନ ଦେଇଛନ୍ତି ଓ ସଂଘର୍ଷ ମଧ୍ୟ କରିଛନ୍ତି । ତାଙ୍କ ବଳିଦାନ ପାଇଁ ଆଜି ଦେଶ ସ୍ଵାଧୀନତା ହୋଇ ପାରିଛି । ପ୍ରତି ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରା ଯାଇଥାଏ । ଦେଶର ପ୍ରତେକ ଟି ସ୍କୁଲ, କଲେଜ ମାନଙ୍କରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଏ ।

ଆଜି ଆମେ ଆପଣଙ୍କୁ ଗାନ୍ଧୀ ଜୀ ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛି । ଯାହା ପ୍ରତେକ ଟି ଛାତ୍ର ଛାତ୍ରୀ ମାନେ ଜାଣିବା ଉଚିତ । ଆସନ୍ତୁ ଜାଣିବା ମହାତ୍ମା ଗାନ୍ଧୀ ଙ୍କ ବିଷୟରେ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର । ୧- ଗାନ୍ଧୀ ଜୟନ୍ତୀ କେବେ ପାଳନ କରାଯାଏ ?

ଉତ୍ତର- ଅକ୍ଟୋବର ୨ ।

୨- ମହାତ୍ମା ଗାନ୍ଧୀ କେବେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର- ୧୮୬୯ ମସିହା ରେ ।

୩- ମହାତ୍ମା ଗାନ୍ଧୀ ଙ୍କ ସଂପୂର୍ଣ୍ଣ ନାମ କଣ ?

ଉତ୍ତର- ମୋହନଦାସ କରମଚାନ୍ଦ ଗାନ୍ଧୀ ଜୀ ।

୪- ମହାତ୍ମା ଗାନ୍ଧି ଙ୍କ ଜନ୍ମ କେଉଁଠି ?

ଉତ୍ତର- ଗୁଜୁରାଟ ।

୫- ମହାତ୍ମା ଗାନ୍ଧୀ ପିଲାଦିନ ର ଡାକ ନାମ କଣ ଥିଲା ?

ଉତ୍ତର- ମୋହନିଆ ।

୬- ମହାତ୍ମା ଗାନ୍ଧି ଙ୍କ ମାତା ଙ୍କ ନାମ କଣ ଥିଲା ?

ଉତ୍ତର- ପୁତାଲିବାଇ ଗାନ୍ଧୀ ।

୭- ମହାତ୍ମା ଗାନ୍ଧି ସ୍ତ୍ରୀ ଙ୍କ ନାମ କଣ ଥିଲା ?

ଉତ୍ତର- କସ୍ତୁରବା ଗାନ୍ଧୀ ।

୮- ମହାତ୍ମା ଗାନ୍ଧୀ କେଉଁ ମସିହା ରେ ବିବାହ କରିଥିଲେ ?

ଉତ୍ତର- ୧୮୮୩ ମସିହା ରେ ।

୯- ମହାତ୍ମା ଗାନ୍ଧୀ ଆଇନ ବିଦ୍ୟା ଅଧ୍ୟୟନ କରିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ ?

ଉତ୍ତର- ୧୮୮୮ ମସିହା ରେ ।

୧୦- ମହାତ୍ମା ଗାନ୍ଧୀ କେବେ ଆଇନ ବିଦ୍ୟା ଅଧ୍ୟୟନ କରି ଇଂଲଣ୍ଡ ରୁ ଭାରତକୁ ଆସିଥିଲେ ?

ଉତ୍ତର- ୧୮୯୧ ମସିହା ରେ ।

୧୧- ମହାତ୍ମା ଗାନ୍ଧୀ ଙ୍କ ମୋଟ କେତେ ଜଣ ଭାଇ ଓ ଭଉଣୀ ଥିଲେ ?

ଉତ୍ତର- ୩ ଜନ ।

୧୨- ମହାତ୍ମା ଗାନ୍ଧୀ ଙ୍କ ର କେତେ ଜଣ ସନ୍ତାନ ଥିଲେ ?

ଉତ୍ତର- ୪ ଜଣ ।

୧୩- ମହାତ୍ମା ଗାନ୍ଧୀ ଙ୍କ ୪ ଜଣ ସନ୍ତାନ ଙ୍କ ନାମ କଣ ?

ଉତ୍ତର- ହରିଲାଲ, ମଣିଲାଲ, ରାମଦାସ, ଦେବଦାସ ।

୧୪- ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ କେବେ ଯାଇଥିଲେ ?

ଉତ୍ତର- ୧୮୯୩ ମସିହା ।

୧୫- ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା କଣ ପାଇଁ ଯାଇଥିଲେ ?

ଉତ୍ତର- ଦାଦା ଅବଦୁଲ ନାମକ ଜଣେ ଭାରତୀୟ ବ୍ୟବସାୟୀ ର କେସ ଲଢିବା ପାଇଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *