ଜଣେ ବ୍ୟକ୍ତି ର ପାପର ଦଣ୍ଡ ତାର ପରିବାର କୁ କାହିଁକି ମିଳିଥାଏ ? କଣ କହିଛନ୍ତି ଭଗବାନ Sri Krishna

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା ଗୀତାରେ ଏହି ଉପଦେଶ ଦିଆ ଯାଇଛି କି ମନୁଷ୍ୟ ଦ୍ଵାରା କରା ଯାଇଥିବା ଭଲ ବ ଖରାପ କର୍ମ ତାର ଆଗାମୀ ଭବିଷ୍ୟତ ସ୍ଥିର କରିଥାଏ । ଭଗବାନ କୃଷ୍ଣ କହିଛନ୍ତି ମନୁଷ୍ୟକୁ ତାର କର୍ମ ଉପରେ ଅଧିକାର ଅଛି କିନ୍ତୁ କର୍ମର ଫଳରେ ନୁହେଁ । ଜୀବନରେ ମଣିଷକୁ କର୍ମ ନିରନ୍ତର ଜାରି ରଖିବା ଉଚିତ । ଯାହା ତାର ଧର୍ମ ଅଟେ । କର୍ମର କାମନା କରିବା ମଣିଷର କାମ ନୁହେଁ । ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ମନୁଷ୍ୟକୁ ୮୪ ଯୋନିରେ ଜନ୍ମ ନେବା ପରେ ମଣିଷ ଜନ୍ମ ମିଳିଥାଏ । ବ୍ଯକ୍ତିର ପାପର କର୍ମର ଫଳ ପରିବାରକୁ ମିଳିଥାଏ ଏହି ବିଷୟରେ ଭଗବାନ କୃଷ୍ଣ କହିଛନ୍ତି ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମଣିଷ ଯାହା କର୍ମ କରିଥାଏ ତାର ପ୍ରଭାବ ପରିବାର ଓ ସାଥିଙ୍କ ଉପରେ ପଡିଥାଏ । କୌଣସି ମଣିଷର ପାପ କର୍ମର ଫଳ ସେ ଓ ତାର ପରିବାର ସହ ଆଗାମୀ ପିଢୀକୁ ମଧ୍ୟ ଭୋଗିବାକୁ ପଡିଥାଏ । ଯଦି ପିତା ଦୋଷ କରିଛି ତେବେ ପୁତ୍ର ଫଳ ପାଇଥାଏ । କାହାକୁ ଧୋକା ଦେଇ ଆଣିଥିବା ଟଙ୍କା ଦ୍ଵାରା ଓ ଉପୋଭୋଗ କରୁଥିବା ବ୍ଯକ୍ତିର ପୁରା ପରିବାରର ଉପରେ ପ୍ରଭାବ ପଡିଥାଏ । ଯଦି ମଣିଷ ମାଂସାହାରୀ, ଚୋରୀ ଆଦି ଖରାପ କାମ କରିଥାଏ ତେବେ ଖରାପ ଫଳ ମିଳିଥାଏ ।

ଯଦି ମଣିଷର ଖରାପ କର୍ମ ତା ଭଲ କର୍ମ ଠାରୁ ଅଧିକ ହୋଇଥାଏ ତେବେ ତାର ପରିଣାମ ଏହି ଜନ୍ମ ସହ ଆଗାମୀ ଜନ୍ମ ଯାଏଁ ଭୋଗିବାକୁ ପଡିଥାଏ । ପରେ କୃଷ୍ଣ ଗୀତାରେ କହିଛନ୍ତି ଯେଉଁ ମଣିଷ ପାପ କର୍ମ କରିଥାଏ ତାକୁ ଦଣ୍ଡ ଦେବା ପାଇଁ ଭଗବାନ ପୂର୍ବରୁ ତାର ବୁଦ୍ଧି ଭ୍ରଷ୍ଟ କରିଥାନ୍ତି । ଏହା ପରେ ସେହି ବ୍ୟକ୍ତିକୁ ଭଗବାନ ସଙ୍କଟରେ ପକାଇ ଦେଇଥାନ୍ତି । ଭଗବାନ କୃଷ୍ଣ ଆଗକୁ କହୁଛନ୍ତି ଯେଉଁ ମଣିଷ ପାପ କରିଥାଏ ସେହି ଏ ଦୁନିଆରେ ଏକା ରହିଯାଏ । ସେହି ବ୍ଯକ୍ତିର ଶରୀରର ପଞ୍ଚ ତତ୍ତ୍ଵରେ ବିଲୀନ ହେଲେ ବି ତାର ଅନ୍ତ ମନ ସର୍ବଦା ନର୍କରେ ରହିଥାଏ ।

ଏଭଳି ବ୍ୟକ୍ତିକୁ ନର୍କରେ ଦିଆଯାଉଥିବା ଦଣ୍ଡ ସହ୍ୟ କରିବାକୁ ପଡିଥାଏ । ଆଗକୁ କୃଷ୍ଣ କହିଛନ୍ତି ମଣିଷର ବିଳମ୍ବରେ ହେଲେ ବି ତାର ପାପର ପରିଣାମ ମିଳିଥାଏ । ମଣିଷ ସହ ଆଉ ଯେଉଁ ବ୍ୟକ୍ତି ପାପର ଭାଗୀଦାର ହୋଇଥାଏ ସେ ମଧ୍ୟ ପାପୀ ହୋଇଥାଏ । ମଣିଷ ଯାହା ବି ଭୁଲ କରିଥାଏ ତାର ପ୍ରଭାବ ସମସ୍ତଙ୍କ ଉପରେ ପଡିଥାଏ । ମଣିଷକୁ ସୁଖ ଜୀବନ ବଞ୍ଚିବାକୁ ହେଲେ ଭକା କର୍ମ କରିବାକୁ ପଡିଥାଏ ।

ଏପରି କରିଲେ ମନୁଷ୍ୟ ନିଜେ ଓ ତାର ପରିବାର ସୁଖୀ ଜୀବନ ବ୍ଯତୀତ କରିପାରିବେ । ସଂସାରରେ କେହି ଦେଖନ୍ତୁ ବା ନ ଦେଖନ୍ତୁ କିନ୍ତୁ ଭଗବାନ ଦେଖୁଛନ୍ତି । ମଣିଷ କରିଥିବା କର୍ମ ଅନୁଯାୟୀ ପରିବାରର ଭାଗ୍ୟ ସ୍ଥିର ହୋଇଥାଏ । ତେଣୁ ସର୍ବା ଭଲ କର୍ମ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *