43 ବର୍ଷର ଜଣେ ମା ଅଟନ୍ତି ସୁସ୍ଥ ଓ ସୁନ୍ଦର, ଲୋକେ ଭାବୁଛନ୍ତି 19 ବର୍ଷୀୟ ଝିଅଙ୍କର ଯାଆଁଳା ଭଉଣୀ

ସବୁ ମହିଳା ସୁନ୍ଦର ହୋଇଥାନ୍ତି ସେମାନଙ୍କର ବୟସ ଯାହାବି ହେଉ ନା କାହିଁକି । ଏମିତି କିଛି ମହିଳା ଯିଏ ସମୟକୁ ଅଟକେଇ ବା ପରି ଅଧିକ ବୟସ ହେଇ ମଧ୍ୟ ବହୁତ କମ ବର୍ଷର ଲାଗିଥାନ୍ତି, ଏହାର କାରଣ ହେଉଛି ତାଙ୍କ ହେଲ୍ଡି ଖାଇବା ପିଇବା ଓ ଲାଇଫ ଷ୍ଟାଇଲ ପାଇଁ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ 7 ଟି ପିଲା ମାଆ ହୋଇ ମଧ୍ୟ ନିଜ ଝିଅ ବୟସର ଲାଗୁଛନ୍ତି ।

ଦିସନ ରିପୋର୍ଟ ଅନୁସାରେ 43 ବର୍ଷର ଜୋଲିନ ଡିୟାଜ ଓ ତାଙ୍କ ଝିଅ ମେଲାନୀ ପାର୍କସଙ୍କୁ ମିଲେଇଲେ ଯାଆଁଳା ଭଉଣୀ ପରି ଲାଗନ୍ତି । ଜୋଲିନ ପେଶା ରେ ଟିଚର ।

ତାଙ୍କ ଝିଅଙ୍କୁ ସମସ୍ତେ ତାଙ୍କ ଭଉଣୀ ଭାବନ୍ତି । ନିଜ ଝିଅକୁ ଏକା ଲାଳନପାଳନ କରୁଥିବା ଜୋଲିନ କହିଛି କି ସେ ବହୁତ କମ ବୟସରେ ମା ହୋଇଥିଲେ । ତାଙ୍କ କହିବା ଅନୁଯାୟୀ ସେ ବହୁତ ୟଙ୍ଗ ଥିଲେ ଝିଅକୁ ଜନ୍ମ ଦେଲାବେଳେ, ଏଥିପାଇଁ ଏହା ଅସମ୍ଭବ ଯେ ଆମେ ଦୁଇ ଭଉଣୀ ।

ମାଆ ଝିଅଙ୍କ ମଧ୍ୟରେ 23 ବର୍ଷର ଫରକ୍ ରହିଛି । ଦୁହେଁ ସାଙ୍ଗ ପରି ବହୁତ ମିଶନ୍ତି । ସେମାନେ ମିଶିକି ବହୁତ କିଛି କରନ୍ତି ଯେମିତି ବୁଲିବା, ସପିଂ କରିବା ଏକାଠି ବସି ସୋଫାରେ ଗପିବା ।

ସେ ନିଜର ତ୍ୱଚାର ଯତ୍ନ ନିଅନ୍ତି ସବୁବେଳେ ସନ ସ୍କ୍ରିନ ବ୍ୟବହାର କରିଥାନ୍ତି । ଖରା, ବର୍ଷା ଯାହା ହେଉ ସେ ଦିନ ରାତିରେ ଭିଟାମିନ ସି ସିରମ ଲଗାନ୍ତି ସେଥିପାଇଁ ସେ ଏତେ ୟଙ୍ଗ ଦେଖାଯାଉଛନ୍ତି ।

 

ଏହା ସହିତ ସେ ଖାଇବା ପିଇବା ଓ ୱାର୍କ ଆଉଟର ମଧ୍ୟ ଧ୍ୟାନ ରଖନ୍ତି । ସେ ସବୁବେଳେ ହେଲଦି ଓ ଆକ୍ଟିଭ ଜୀବନ ବଞ୍ଚିଛନ୍ତି । ମଦ ବି ପିଅନ୍ତି । ବହୁତ ଆରାମ କରନ୍ତି ଓ ହେଲଦୀ ଡାଏଟ କରନ୍ତି  ସେ ନିଜ ଝିଅର ବି ବିଶେଷ ଯତ୍ନ ନିଅନ୍ତି । ଝିଅ ବି ମାଙ୍କ ପରି ନିଜର ଯତ୍ନ ନିଅନ୍ତି । ଆପଣ ବି ସେମାନଙ୍କ ପରି ନିଜ ତ୍ୱଚାର ବିଶେଷ ଧ୍ୟାନ ରଖିବା ଆରମ୍ଭ କରିଦିଅନ୍ତୁ ।

ଆଶା କରୁଛୁ ଆପଣମାନଙ୍କୁ ଆମର ପୋଷ୍ଟ ଗୁଡିକ ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *