ଜନ୍ମରୁ ଭିନ୍ନକ୍ଷମ Khusbu, ହେଲେ ହାତରେ ଅଛି ଯାଦୁ… ସେ ଯାହା କରୁଛନ୍ତି ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ପ୍ରତେକ ମଣିଷ ଭିତରେ କିଛି କମିଥିଲେ ବି ଗୁଣ ଦେଇଥାନ୍ତି ଭଗବାନ । ତେଣୁ କୁହାଯାଏ ଭଗବାନଙ୍କ ଲୀଳା ଅପୂର୍ବ । ତେବେ ଏଭଳି ଜଣେ ପ୍ରତିଭା ହେଉଛନ୍ତି ଖୁସବୁ ଦାସ ଯିଏ କି କଥା କହିପାରନ୍ତି ନାହି କି ଶୁଣିପାରନ୍ତି ନାହି । ତେବେ ନିଜ ଝିଅ ବିଷୟରେ ମା ମନୋରୋମା କହିଛନ୍ତି ଖୁସବୁଙ୍କର ପିଲାବେଳୁ ଆକ୍ଟ ପ୍ରତି ବେଶ ଆଗ୍ରହ ରହିଥିଲା । ସେ ବହୁତ ଭଲ ଡ୍ୟାନ୍ସ ମଧ୍ୟ କରିଥାନ୍ତି ଯାହା ପାଇଁ ଗୋଟେ ବର୍ଷ ଡ୍ୟାନ୍ସ କ୍ଳାସ ଯାଇଥିଲେ । ଆକ୍ଟ କ୍ଳାସରେ ଖୁସବୁ ଗୋଟେ ବର୍ଷ ହେବ ଯାଏଁ କରିଛନ୍ତି । ଅନ୍ୟ ପିଲାଙ୍କ ଭଳି ଖୁସବୁ ସକ୍ଷମ ନୁହନ୍ତି ତଥାପି ମନୋରୋମା କେବେ ବି ଖୁସବୁଙ୍କୁ ଅବହେଳା କରି ନାହାନ୍ତି ।

ଝିଅ ବିଷୟରେ ଜାଣିବା ପରେ ଡାକ୍ତରଙ୍କୁ ଦେଖାଇଥିଲେ କିନ୍ତୁ ଅପେରସନ ପରେ ଖୁସବୁ ଠିକ ହେବେ କି ନାହି ତାର ଗ୍ୟାରେଣ୍ଟି ନ ଦେବାକୁ ମନୋରୋମା ଅପରେସନ କରିନ ଥିଲେ । ବର୍ତ୍ତମାନ ଖୁସବୁ ସ୍ପିଚ ଥେରାପି ନେଉଛନ୍ତି ଯାହା ପାଇଁ ସେ ୱାର୍ଡ ଗୋଟେ ଗୋଟେ କହିପାରୁଛନ୍ତି ।

ଯେବେ ମନୋରୋମା କିଛି କରିଥାନ୍ତି ସେହି ସମୟରେ ଖୁସବୁ ଦେଖିଥାନ୍ତି ଆଉ ଯାହା ଦରକାର ହୋଇଥାଏ ସବୁ କିଛି ଖୁସବୁ ଆଣି ଦେଇଥାନ୍ତି ମା ଙ୍କୁ । ସେଥିପାଇଁ ପ୍ରତିଟି ଜିନିଷ ପ୍ରତି ଖୁସବୁଙ୍କର ଆଗ୍ରହ ଧୀରେ ଧୀରେ ବଶିବାରେ ଲାଗିଲା । ଆଗରୁ ଠାର ମାଧ୍ୟମରେ ଖୁସବୁ ଇସାରା କରି କଥା ହେଉଥିଲେ କିନ୍ତୁ ଏବେ ତ ଥେରାପି ନେବାରୁ ସେ କିଛି କଥା କହୁଛନ୍ତି ।

ଖୁସବୁ ଜନ୍ମରୁ ଭିନ୍ନ କ୍ଷମା ହୋଇଥିଲେ ମଧ୍ୟ ତାଙ୍କର ପ୍ରତେକ ଜିନିଷ ପ୍ରତି ଆଗ୍ରହ ରହିଛି । ଖାସ କରି ସେ ନିଜ ମା ଙ୍କ ସହ ବିୟୁଟି ପାର୍ଲରରେ ମିଶି ସବୁ କମ ଶିଖିଛନ୍ତି । ମନୋରୋମା ସରକାରଙ୍କୁ ଅନୁରୋଧ କରିଛନ୍ତି କି ଏଭଳି ପିଲାଙ୍କୁ କିଛି ନା କିଛି ସୁଯୋଗ ଦିଆଯିବା ଦରକାର । ଯେବେ ଖୁସବୁ ବାହାରକୁ ଯାଇଥାନ୍ତି ସେହି ସମୟରେ ତାଙ୍କ ମା ବହୁତ ଚିନ୍ତାରେ ରହିଥାନ୍ତି କାରଣ ସେ ଭିନ୍ନକ୍ଷମ ।

ଖୁସବୁ ଆଗକୁ ଯାଇ ଯେଉଁ ଦିଗକୁ ଯିବେ ସେଥିରେ ପୁରା ସପୋର୍ଟ କରିବେ ମା ମନୋରୋମା । ବେଳେବେଳେ ଖୁସବୁ କିଛି କଥାରେ ଜିଦି କରିଥାନ୍ତି କିନ୍ତୁ ପରେ ବୁଝାଇ ଦେଲେ ସେ ବୁଝି ଯାଇଥାନ୍ତି । ଖୁସବୁଙ୍କର ବିୟୁଟି, ଆକ୍ଟ ପ୍ରତି ଅଧିକ ଆଗ୍ରହ ରହିଛି ।

ଡ୍ୟାନ୍ସ ସେ ନିଜେ କରୁଛନ୍ତି ଏଥିପାଇଁ ମା ମନୋରୋମା ହୁଏ ତ ସେତେଟା ଏଫର୍ଟ କରିପାରିବେ ନାହି କାରଣ ଡ୍ୟାନ୍ସ ଶିଖିବା ପାଇଁ ସ୍ପେଶାଲ ଟିଚର ଖୁସବୁଙ୍କର ଦରକାର । ଏଭଳି ଭିନ୍ନକ୍ଷମଙ୍କ ପାଇଁ ମନୋରୋମା କେବଳ ଏତିକି କହିଛନ୍ତି ପିଲାମାନେ ଯେଉଁ ଦିଗକୁ ଯିବା ପାଇଁ ଆଗ୍ରହୀ ହେଉଛନ୍ତି ଅଭିଭାବକ ମାନେ ସେମାନଙ୍କୁ ସହଯୋଗ କରିବା ଦରକାର ଓ ସେହି ଦିଗ ପ୍ରତି ଧ୍ୟାନ ଦେବା ଦରକାର ।

ଖୁସବୁ କଥା କହିପାରୁ ନାହାନ୍ତି କି ଶୁଣିପାରୁ ନାହାନ୍ତି କିନ୍ତୁ ତାଙ୍କ ଭିତରେ ରହିଛି ଅନେକ ପ୍ରତିଭା । ବନ୍ଧୁଗଣ ଆପଣ ମାନଙ୍କର ଖୁସବୁଙ୍କ ଏହି ପ୍ରତିଭା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *