‘ରନ୍ଧା ଖାଦ୍ୟ ଖାଇଲେ ମୋର ବାନ୍ତି ହୋଇଯାଏ, କଞ୍ଚା ପରିବା ମୋ ଜୀବନ…’ କଞ୍ଚା ପରିବା ଖାଇ ରହୁଛନ୍ତି ଏହି ଝିଅ, କଣ କହୁଛନ୍ତି ଶୁଣନ୍ତୁ…

ନମସ୍କାର ବନ୍ଧୁଗଣ । ବଞ୍ଚିବା ପାଇଁ ଖାଦ୍ୟ ନିହାତି ଜରୁରୀ ଆଉ ଖାଦ୍ୟ ସ୍ଵାଦିଷ୍ଟ ହେବା ମଧ୍ୟ ଜରୁରୀ ଅଟେ । ସ୍ଵାଦିଷ୍ଟ ଖାଦ୍ୟ ଖାଇବାକୁ ନିଜକୁ ଫିଟ ରଖିବାକୁ ସମତେ ପସନ୍ଦ କରିଥାନ୍ତି । ଆଉ ଖାଦ୍ୟକୁ କିଏ କେଉଁ ଭଳି ଖାଇଥାଏ ତାହା ସେମାନଙ୍କ ଉପରେ ନିର୍ଭର କରିଥାଏ । ଜଣେ ମହିଳା ଯିଏ କି ଦୀର୍ଘ ୧୪-୧୫ ବର୍ଷ ହେବ କଞ୍ଚା ପରିବା ଖାଇ ବଞ୍ଚୁଛନ୍ତି । ଆପଣ ମାନେ ଏହି ଭିଡିଓ ରେ ଦେଖିପାରିବେ ଯୁବତୀ ପାୟଲ ପ୍ରିୟଦର୍ଶିନୀ କହୁଛନ୍ତି କଥାରେ ଅଛି ଯେଉଁ ଦେଶକୁ ଯିବ ସେହି ଫଳ ଖାଇବ । ତେଣୁ ତାଙ୍କର ଅଭ୍ୟାସ ହୋଇଯାଇଛି କି କଞ୍ଚା ପରିବା ଖାଇବାର ।

ଯେମିତି କଞ୍ଚା ଆଳୁ, ବାଇଗଣ, ସାରୁ, କଦଳୀ ପ୍ରତେକ ପାରିବା ଖାଇଥାନ୍ତି । ପାୟଲ ନିଜର ଏଭଳି ଅଭ୍ଯାସ ବିଷୟରେ କହିଛନ୍ତି କି କଞ୍ଚା ପାରିବା ଖାଇବାରେ ତାଙ୍କୁ କିଛି ବି କଷ୍ଟ ଲାଗେ ନାହି । ସେ ଗତ ୧୪-୧୫ ବର୍ଷ ହେବ କଞ୍ଚା ପରିବା ଖାଇ ବେଶ ଭଲରେ ଜୀବନ ବଞ୍ଚୁଛନ୍ତି ।

ଆଗକୁ ପାୟଲ କହିଛନ୍ତି ଯେବେ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ ପାଇଁ ଆସିଥିଲେ ସେହି ସମୟରେ ଜିମ ଯାଉଥିଲେ ଆଉ ଡାଏଟିଙ୍ଗ ମଧ୍ୟ କରୁଥିଲେ । ସେ ଶୁଟିଙ୍ଗ କରିବାକୁ ଯିବା ସମୟରେ ରୋଷେଇ କରି ଯାଇଥାନ୍ତି । ଆଉ ରୋଷେଇ କରିବା ସମୟରେ କଞ୍ଚା ପରିବା ଗୋଟେ ଗୋଟେ ଖାଇବାକୁ ଲାଗିଲେ ଯାହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା ।

ଛୋଟ ବେଳେ ସେ ଭାତ ଡାଲି ଖାଇ ସାଧାରଣ ଲୋକଙ୍କ ଭଳି ବଞ୍ଚୁଥିଲେ । କିନ୍ତୁ ଯେବେ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଥାପିଲେ ସେହି ସମୟରେ ତାଙ୍କର କଞ୍ଚା ପରିବା ଖାଇବାର ଏକ ଅଭ୍ଯାସ ହୋଇଗଲା ଯାହା ଆଜିକୁ ୧୪-୧୫ ବର୍ଷ ହେବ ରହିଛି ଆଉ ଆଗକୁ ମଧ୍ୟ ରହିବ । ଏ ସବୁ ତାଙ୍କର ଗୋଟେ ସୋ ହୋଇଗଲା ବୋଲି ପାୟଲ କହିଛନ୍ତି । କଞ୍ଚା କଲରା, କଞ୍ଚା କ୍ଷୀର, ଅଣ୍ଡା ସବୁ କିଛି ସେ ନୀତିଦିନ ଖାଇଥାନ୍ତି ।

ସେ ତାଙ୍କର ଶେଷ ନିଶ୍ଵାସ ଯାଏଁ ଏମିତି କଞ୍ଚା ପାରିବା ଖାଉଥିବେ ବୋଲି କହିଛନ୍ତି ଏଥିରେ କିଛି ବି ପରିବର୍ତ୍ତନ ହେବ ନାହି । ସେ ଆଜି ଯାଏଁ କୌଣସି ଶିଷ୍ୟ କରି ନାହାନ୍ତି କି ତାଙ୍କ ଭଳି କଞ୍ଚା ପରିବା ଖାଇବ । କିନ୍ତୁ ଯିଏ ବି ଖାଉଛି ତାର ବାନ୍ତି ହୋଇ ଯାଉଛି । ସେ ତାଙ୍କ ଘରକୁ ୨-୩ ବର୍ଷ ଥରକୁ ଯାଇଥାନ୍ତି ଯେବେ ତାଙ୍କ ଘର ଲୋକେ ଭାତ ଖାଇବାକୁ ଦେଇଥାନ୍ତି କିନ୍ତୁ ତାଙ୍କର ବାନ୍ତି ହୋଇଯାଏ ବୋଲି ପାୟଲ କହିଛନ୍ତି । ନିଜ ଘରକୁ ଗଲେ ମଧ୍ୟ କଞ୍ଚା ପରିବା ଖାଇଥାନ୍ତି ବୋଲି ପାୟଲ କହିଛନ୍ତି ।

ଆଉ କଞ୍ଚା ପରିବା ଖାଇ ସେ ପୁରା ଫିଟ ଅଛନ୍ତି । ପରିବାରେ ରାସାୟନିକ ପଦାର୍ଥ ମିଶୁ ଥିବାରୁ ସେ ଏ ବିଷୟରେ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି ଆଉ ଡାକ୍ତର ମଧ୍ୟ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଆପଣଙ୍କର ପାୟଲଙ୍କର ଏଭଳି କଞ୍ଚା ପରିବା ଖାଇବାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *