ଜନ୍ମ ବାରରୁ ଜାଣନ୍ତୁ ବ୍ୟକ୍ତିର ପ୍ରକୃତି, ସ୍ଵଭାବ ଓ ଚାଲିଚଳନ।

ଜନ୍ମ ବାର ମନୁଷ୍ୟ ଜୀବନରେ ବହୁତ ପ୍ରଭାବ , ଆଜି ଆସନ୍ତୁ ଜାଣିବା କେଉଁ ବାରରେ ଜନ୍ମ ହେଲେ ସ୍ଵଭାଵ କିପରି ରହିଥାଏ, ଏହା ମନୁଷ୍ୟ ଜୀବନକୁ ପ୍ରଭାବିତ କରିଥାଏ ।

୧. ସୋମବାର :

ସୋମବାର କୁ ଶିବ ଙ୍କର ବାର ବୋଲି ଧରାଯାଏ । ଏମାନଙ୍କର ସ୍ମରଣ ଶକ୍ତି ବହୁତ ଭଲ ଥାଏ କିନ୍ତୁ ବାରମ୍ବାର ଏମାନଙ୍କର ବିଚାରଧାରା ବଦଳୁଥାଏ । ଯେଉଁମାନଙ୍କର ଏହି ବାରରେ ଜନ୍ମ ହେଇଥାଏ ଏମାନେ ହସଖୁସି ଏବଂ ଚଂଚଳ ସ୍ଵଭାଵ ର ।

୨. ମଙ୍ଗଳବାର :
ମଙ୍ଗଳବାର କୁ ମା ମଙ୍ଗଳା ଙ୍କର ବାର ବୋଲି ଧରାଯାଏ । ଏମାନେ ସଚୋଟ ଏବଂ ପରାପକାରୀ । ଯେଉଁମାନଙ୍କର ଏହି ବାରରେ ଜନ୍ମ ହେଇଥାଏ ସେମାନେ ନିଜ କଥାରେ ଅଟଳ ରହିବା, ସ୍ଵଭାଵ ରେ କଠୋର , ଏବଂ ଜିଦଖୋର ଅଟନ୍ତି ।

୩. ବୁଧବାର :
ଯେଉଁମାନଙ୍କର ଏହି ବାରରେ ଜନ୍ମ ହେଇଥାଏ ସେମାନେ ମତିଷ୍କ ରୁ ତେଜସ୍ୱୀ ଏବଂ ବୁଦ୍ଧିବାନ ହେଇଥାନ୍ତି । ଏମାନେ ପରୋପକାରୀ ଏବଂ ହୃଦୟରୁ ନିର୍ମଳ ହେଇଥାନ୍ତି । ଧର୍ମକର୍ମରେ ଅଧିକ ବିଶ୍ୱାସ କରିଥାନ୍ତି ।

୪. ଗୁରୁବାର :

କୁହାଯାଏ ମା ଲକ୍ଷ୍ମୀ ଙ୍କର ପ୍ରଭାବ ଏହି ବାରରେ ଜନ୍ମ ହେଇଥିବା ବ୍ୟକ୍ତି ମାନଙ୍କ ଉପରେ ପଡିଥାଏ । ଏମାନେ ଅନ୍ୟର ମନ ଅତି ସହଜରେ ଜିତିପାରନ୍ତି । ସମସ୍ତଙ୍କର ପ୍ରିୟ ହେଇପାରନ୍ତି । ଧର୍ମ ,ପ୍ରତି ଏମାନେ ଅଧିକ ଅସ୍ଥା ପ୍ରକଟ କରିଥାନ୍ତି । ସ୍ଵଭାଵ ରେ ଏମାନେ ସଚୋଟ ଏବଂ ଅନ୍ୟମାନଙ୍କୁ ସନମାନ କରିଥାନ୍ତି ।

୫. ଶୁକ୍ରବାର :-
ଏମାନେ ସହନଶୀଳ ଏବଂ ଭାବବିହ୍ୱଳ ହେଇଥାନ୍ତି । ନିଜ ପ୍ରସଂଶା ଶୁଣିବାକୁ ଏମାନଙ୍କୁ ଭଲ ଲାଗେ । ଏମାନେ ନିଜ ମନକଥା କାହାକୁ କୁହନ୍ତି ନାହିଁ । ଏମାନେ ସ୍ୱଭାବରେ ଦାନୀ ଏବଂ ଅନ୍ୟର ଭଲ ଚିନ୍ତା କରିଥାନ୍ତି ।

୬. ଶନିବାର :

ଯେଉଁମାନଙ୍କର ଜନ୍ମ ଶନିବାର ହେଇଥାଏ ସେମାନଙ୍କ ଉପରେ ଶନିଦେବ ଙ୍କ ପ୍ରଭାବ ଯଥେଷ୍ଟ ଥାଏ । ଏମାନେ ଅନ୍ୟମାନଙ୍କୁ ଦେଇଥିବା କଥା ଓ ଜବାବ କେବେଭି ଭାଙ୍ଗନ୍ତି ନାହିଁ ଏମାନେ ବହୁତ ହସଖୁସି ଏବଂ ମେଳାପୀ ଲୋକ ହେଇଥାନ୍ତି ।

୭. ରବିବାର :

ରବିବାର କୁ ସୂର୍ଯ୍ୟ ଦେବ ଙ୍କ ବାର ବୋଲି ଧରାଯାଏ ଏହି ଦିନ ଜନ୍ମ ହେଇଥିବା ବ୍ୟକ୍ତି ତେଜସ୍ୱି , ଭାଗ୍ୟଶାଲୀ ,ଏବଂ ଦୀର୍ଘାୟୁ ହେଇଥାନ୍ତି । ବହୁତ ଜଲ୍ଦି ଏମାନେ ରାଗିଯାଆନ୍ତି । ଅନ୍ୟର ସୁଖ ଦୁଃଖ ରେ ଏମାନେ ମୁଣ୍ଡ ପୁରାଇନଥାନ୍ତି । ଭଗବାନ ଙ୍କ ଉପରେ ଏମାନଙ୍କର ଯଥେଷ୍ଟ ଭରଷା ଏବଂ ଆସ୍ଥା ଥାଏ । ଅନ୍ୟମାନଙ୍କୁ ସାହାଯ୍ୟ କରିଥାନ୍ତି ।

Leave a Reply

Your email address will not be published. Required fields are marked *