ଜନ୍ମାଷ୍ଟମୀ ପୂଜା ଏ ବର୍ଷ କେବେ ପଡୁଅଛି ? ଏହି ଦିନ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ ?

ବନ୍ଧୁଗଣ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଯେଉଁ ମନୁଷ୍ୟ ମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ କରନ୍ତିନି ସେମାନେ ବ୍ରହ୍ମ ରାକ୍ଷସ ସହ ସମାନ ହୋଇଥାନ୍ତି । ଭବିଷ୍ୟ ପୁରାଣରେ ମଧ୍ୟ ଏହି ବ୍ରତକୁ ନେଇ ବହୁତ କିଛି ତଥ୍ୟ ଦିଆଯାଇଛି । ଭବିଷ୍ୟ ପୁରାଣ ଅନୁଯାୟୀ ଏହି ବ୍ରତ ଯେଉଁ ମାନେ କରନ୍ତିନି ନିଚ୍ଚ ଯୋନିକୁ ପ୍ରାପ୍ତ କରିଥାନ୍ତି । ତେଣୁ ଜନ୍ମାଷ୍ଟମୀ ବ୍ରତ ନିଶ୍ଚୟ କରିବା ଉଚିତ । ଆଜି ଆମେ ଜାଣିବା ଜନ୍ମାଷ୍ଟମୀ ବ୍ରତ କେଉଁ ଦିନ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖ ବୁଧବାର ଦିନ ପାଳିତ ହେବ ପବିତ୍ର ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ପର୍ବ । ୭ ତାରିଖ ଗୁରୁବାର ନନ୍ଦ ଉସ୍ଚବ ପାଳିତ ହେବ । ୬ ତାରିଖ ବୁଧବାର ଦିନ ଅପରାହ୍ନ ୩:୩୮ ମିନିଟ ଠାରୁ ୭ ତାରିଖ ଗୁରୁବାର ଅପରାହ୍ନ ୪:୧୫ ମିନିଟ ଯାଏଁ ଅଷ୍ଟମୀ ତିଥି ଭୋଗ ହେବ । ତେଣୁ ୭ ତାରିଖ ଦିନ ମଧ୍ୟ ରାତ୍ରିରେ ଅଷ୍ଟମୀ ତିଥି ଭୋଗ ହେଉ ନାହିଁ । ଏହା ପରେ ନବମୀ ତିଥି ଆରମ୍ଭ ହେଉଛି ।

ବୁଧବାର ଅପରାହ୍ନ ୩:୩୮ ମିନିଟ ରୁ ଅଷ୍ଟମୀ ତିଥି ଆରମ୍ଭ ହୋଇ ପୁରା ରାତି ଭୋଗ ହୋଇଛି । ଏହି କାରଣରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ କରାଯିବ । ଏହି ଦିନ ମଧ୍ୟ ରାତ୍ରି ରେ ପ୍ରଭୁ କୃଷ୍ଣ ମା ଦେବକୀ ଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଚଳିତ ବର୍ଷ ଜନ୍ମାଷ୍ଟମୀ ପୂଜା ରେ ଦିବ୍ୟ ମହା ସଂଯୋଗ ଅନୁଷ୍ଠିତ ହେଉଛି । କାରଣ ଏ ବର୍ଷ ରୋହିଣୀ ନକ୍ଷତ୍ର ଭୋଗ ହେଉଛି ।

ଚନ୍ଦ୍ରମା ମଧ୍ୟ ବୃଷ ରାଶିରେ ରହିବେ । ଏଣୁ ୬ ତାରିଖ ବୁଧବାର ସୁନ୍ଦର ଦିନ ରହୁଛି । ୬ ତାରିଖ ଦିନ ସକାଳୁ ସ୍ନାନ କରିବା ପରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ବ୍ରତ ରଖିବା ଉଚିତ । ଠାକୁର ପୂଜା ପରେ ଜନ୍ମାଷ୍ଟମୀ ବ୍ରତ ପାଇଁ ସଂକଳ୍ପ ନେବା ଉଚିତ । ଏହା ପରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ ପୂଜା କରିବା ଉଚିତ । ବାଲ ଗୋପାଳ ଙ୍କ ମୂର୍ତ୍ତି ଅଛି ତେବେ ବହୁତ ଭଲ କଥା ।

ଯଦି ମୂର୍ତ୍ତି ନାହିଁ ତେବେ ଫୋଟୋ ରଖିକି ପୂଜା କରି ପାରିବେ । ଏହି ଦିନ ନୂଆ ବିଗ୍ରହ ଆଣି ସ୍ଥାପନ କରି ପାରିବେ । ପ୍ରଥମେ ବାଲା ଗୋପାଳ ଙ୍କୁ ସ୍ନାନ କରିବା ଉଚିତ । ଏହା ପରେ ନୂଆ ବସ୍ତ୍ର ପିନ୍ଧିବା ଉଚିତ । ଚନ୍ଦ୍ର ଶ୍ରୀନଗର କରି ଫୁଲ, ତୁଳସୀ, ଫଳ, ଧୂପ, ଦୀପ ଅର୍ପଣ କରିବା ଉଚିତ । ଏହାପରେ ନୈବେଦ୍ୟ ସର୍ପଣ କରିବା ଉଚିତ । ଏହିପରି ପ୍ରାତଃ କାଳରେ ପୂଜା କରିବା ଉଚିତ ।

ମଧ୍ୟାହ୍ନ ସମୟରେ ଖିରୀ, ପିଠା, ପଣା ଆଦିକୁ ଲାଗି କରାଇ ପାରିବେ । ସନ୍ଧ୍ୟାରେ ଜନ୍ମାଷ୍ଟମୀ କଥା ପାଠ କରିବା ଉଚିତ । ଏହା ପରେ ଭୋଗ ଲଗାଇ ପ୍ରଭୁ ଙ୍କ ପୂଜା କରି ବ୍ରତ ଭାଙ୍ଗିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *