ଜରି ଗୋଟାଳି କହୁଛନ୍ତି ଫ୍ଲଲେସ ଇଂଲିଶ, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video, ଆପଣ ବି ହେଇଯିବେ ତାଜୁବ !

ଆପଣ ରାସ୍ତାରେ ବେଳେ ବେଳେ ପାଗଳ ହୋଇ ବୁଲୁଥିବା କିଛି ଲୋକମାନଙ୍କୁ ନିଶ୍ଚିତ ରୂପରେ ଦେଖିଥିବେ । ଯେଉଁମାନେ କି କୌଣସି ନା କୌଣସି କାରଣରୁ ନିଜ ଘର ଠାରୁ ଦୂରେଇ ଯାଆନ୍ତି ଓ ଏହା ପରେ ସେମାନେ ଭିକାରି, ଜରି ଗୋଟାଇବା କାମ କିମ୍ବା ପାଗଳଙ୍କ ଭଳି ବୁଲି ବୁଲି ନିଜର ଗୁଜୁରାଣ କରିଥାନ୍ତି । କେତେକ ଲୋକମାନେ ନିଜର ମାନସିକ ଭାରସାମ୍ୟ ହରାଇ ପାଗଳଙ୍କ ଭଳି ରାସ୍ତାରେ ବୁଲିଥାନ୍ତି । ଅନ୍ୟ ପଟେ ଅନ୍ୟ କିଛି ଲୋକମାନେ ଅଛନ୍ତି ଯେଉଁମାନଙ୍କୁ ଘରୁ ବାହାର କରି ଦିଆଯାଏ ।

କେତେକ ଲୋକମାନେ ଘରୁ କେଉଁଠି ଚାଲି ଯାଆନ୍ତି । କିନ୍ତୁ ବେଳେ ବେଳେ ଆପଣ ଦେଖିଥିବେ କି ଏହି ଭିକାରି ଓ ପାଗାଳଙ୍କ ଭଳି ବୁଲୁଥିବା ଲୋକମାନେ ଇଙ୍ଗ୍ଲିଶ କହିଥାନ୍ତି । କହିବାକୁ ଗଲେ ଏହିଭଳି ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଜରି ଗୋଟାଳି ବୟସ୍କ ମହିଳା ଇଙ୍ଗ୍ଲିଶ କହୁଛି ।

ଆପଣ ବି ଯଦି ତାଙ୍କର ଇଂଗ୍ଲିଶ ଶୁଣିବେ ତେବେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଏହିଭଳି ଇଂଗ୍ଲିଶ କହିବା ପାଇଁ ଜଣେ ବ୍ୟକ୍ତି ବହୁତ ବର୍ଷର ଅଭ୍ୟାସ ଦରକାର । କିନ୍ତୁ ପାଗଳିଙ୍କ ଭଳି ରାସ୍ତାରେ ବୁଲୁଥିବା ଏହି ବୟସ୍କ ମହିଳାର ଇଙ୍ଗ୍ଲିଶଙ୍କ ଆଗରେ ସମସ୍ତେ ଫେଲ ।

ଏହି ବୟସ୍କ ମହିଳା ଜଣକ କେଉଁଠିକାର ଓ ସେ କେଉଁ ସ୍ଥାନରୁ ଆସିଛନ୍ତି ଏହା ବିଷୟରେ ସଠିକ ସୂଚନା ମିଳି ନାହିଁ । ଏହି ଭିଡିଓକୁ ଜଣେ ମହିଳା ଶୁଟିଙ୍ଗ କରୁଛନ୍ତି । ସେ ସେହି ମହିଳାଙ୍କୁ ତାଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି ।

ଏହା ପରେ ସେହି ପାଗେଳି ଭଳି ଦେଖାଯାଉଥିବା ମହିଳା ଜଣକ ପ୍ରଥମେ ଗାନ୍ଧୀଣଗର ବିଷୟରେ କହିଲେ । ଏହା ପରେ ସେ କହିଲେ କି ସେ ୭ ବର୍ଷ ଜାପାନରେ ରହି ଆସିଛନ୍ତି । ସେ କହିଲେ କି ତାଙ୍କ ମା ଜଣେ ସରକାରୀ ଅଫିସର ଥିଲେ । କିନ୍ତୁ ଯେତେବେଳେ ତାଙ୍କର ଘର ଓ ଠିକଣା ବିଷୟରେ ପ୍ରଶ୍ନ କରାଯାଉଛି ତେବେ ସେ ଏହାର କିଛି ଜବାବ ଦେଉ ନାହାନ୍ତି ।

କହିଦେଉହକୁ କି ଏହି ମହିଳା ଜଣକ ରାସ୍ତାରେ ଜରି ଗୋଟାଇବା କାମ କରିଥାନ୍ତି ଓ ସେଥିରେ ହିଁ ସେ ନିଜର ଭରଣ ପୋଷଣ କରିଥାନ୍ତି । ଗୋଟିଏ ଜରି ଗୋଟାଳି ଓ ପାଗାଳଙ୍କ ଭଳି ନଜର ଆସୁଥିବା ବୟସ୍କ ମହିଳାର ମୁହଁରୁ ଏହିଭଳି ଇଙ୍ଗ୍ଲିଶ ଶୁଣିବା ସତରେ ଆଶ୍ଚର୍ଯ୍ୟ କରି ଦେଉଛି । ଏହା ସହ ଯିଏ ଜାପାନରେ ୭ ବର୍ଷ ରହିଆସିଛନ୍ତି ସେ କାହିଁକି ରାସ୍ତାରେ ପାଗେଳିଙ୍କ ଭଳି ବୁଲୁଛନ୍ତି ? ସୂଚନା ଅନୁସାରେ ସେ ବର୍ତ୍ତମାନ ସଦାଶିବନଗର ପାଖାପାଖି ଅଳିଆ ଉଠାଇବା କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *