ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା ଓଡିଶାରୁ, ନିଜେ କହିଲେ ଜୟା- ଦେଖନ୍ତୁ ଭିଡିଓ

ବଲୀଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମାତ୍ର ୧୩ ବର୍ଷରୁ ନିଜ ପ୍ରଥମ ଫିଲ୍ମ କରିଥିଲେ । ଜୟା ବଚ୍ଚନ ମାତ୍ର ୧୩ ବର୍ଷ ବୟସରେ ସତ୍ୟଜିତ ରାୟଙ୍କ ବେଙ୍ଗଲି ଫିଲ୍ମ ମହାନଗରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ପୁନେ ରେ ଥିବା ଏଫଟିଆଇଆଇ(FTII) ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଅଭିନୟର ତାଲିମ ନେଇ ହିନ୍ଦି ଫିଲ୍ମ ଜଗତକୁ ପ୍ରବେଶ କରିଥିଲେ । ଜୟା ବଚ୍ଚନ ବଲୀଉଡରେ ମିଲି, ଶୋଲେ, ଜଞ୍ଜିର, ଗୁଡି, ଉପହାର, ଶିଲଶିଲା, ଚୁପକେ ଚୁପକେ ଭଳି ଅନେକ ହିଟ ଫିଲ୍ମରେ କାମ କରିସାରିଛନ୍ତି ।

ଏହା ବହୁତ କମ ଲୋକ ଜାଣିଥିବେ ଯେ ଜୟା ଫିଲ୍ମରେ କ୍ୟାରିୟର ଆରମ୍ଭ କରିବା ପାଇଁ ଓଡିଶାରୁ ଉତ୍ସାହ ପାଇଥିଲେ । ଜୟା ବଚ୍ଚନ ରାଜ୍ୟସଭା ସାଂସଦ ଥିବା ବେଳେ ରାଜ୍ୟସଭା ଟିଭିକୁ ଏକ ସାକ୍ଷାତକାର ଦେବା  ସମୟରେ ଏହି କଥାଟି କହିଥିଲେ ।

ଜୟା  ବଚ୍ଚନ ୧୯୪୮ ମସିହା ଏପ୍ରିଲ ୯ ତାରିଖରେ ମଧ୍ୟପ୍ରଦେଶର ଜବଲପୁରଠାରେ ଜନ୍ମ ହୋଇଥିଲେ ଜୟା ବଚ୍ଚନଙ୍କ ପିତା ତରୁନ ବାଦୁଡି ଥିଲେ ଜଣେ ବିଖ୍ୟାତ ଲେଖକ, ସେ ଅଭିଶପ୍ତ ଚମ୍ବଲ ନାମକ ଏକ ପୁସ୍ତକ ଲେଖିଥିଲେ, ଅଧିକାଂଶ ଡାକୁସମ୍ବନ୍ଧିତ ଫିଲ୍ମ ତାଙ୍କର ଏହି ପୁସ୍ତକ ରୁ ପ୍ରେରିତ ।

ବଙ୍ଗଳା ଫିଲ୍ମ ନିଦ୍ଦେର୍ଶକ ତପନ ସିହ୍ନା ଥିଲେ ତରୁନ ବାଦୁଡିଙ୍କର ଜଣେ ଭଲ ବନ୍ଧୁ । ତପନ ସିହ୍ନା ୧୯୬୦ ମସିହାରେ ସମ୍ରେଶ ବାସୁଙ୍କର ଉପନ୍ୟାସ ନିର୍ଜନ ସୈକତକୁ ନେଇ ଏକ ଫିଲ୍ମ ନିର୍ମାଣ କରିଥିଲେ । ଏହି ଫିଲ୍ମର  ଶୁଟିଂ ଓଡିଶାର ଭିନ୍ନ ଭିନ୍ନ ଜାଗାରେ ହୋଇଥିଲା । ଏହି ଫିଲ୍ମର ଶୁଟିଙ୍ଗ ଓଡିଶାର ପୁରୀ, କୋଣାର୍କ, ରମ୍ଭା ଆଦି ଜାଗାରେ ହୋଇଥିଲା । ଏହି ଫିଲ୍ମ ଶୁଟିଙ୍ଗ ସମୟରେ ତପନ ସିହ୍ନାକୁ ଦେଖା କରିବା ପାଇଁ ତରୁନ ବାଦୁଡି ନିଜ ପରିବାର ସହ ଓଡିଶା ଆସିଥିଲେ ।

ତରୁନ ବାଦୁଡି ତପନ ସିହ୍ନାଙ୍କୁ ଦେଖା କରିବା ପରେ ସେ ଓଡିଶା ରେ ପୁରା ମାସେ ରହି ଶୁଟିଙ୍ଗ ଦେଖିଥିଲେ । ସେହି ସମୟରେ ଜୟା ମାତ୍ର ୧୨ ବର୍ଷର ଥିଲେ  । ତାଙ୍କୁ ଶୁଟିଙ୍ଗ ଦେଖିବାକୁ ବହୁତ ଭଲ ଲାଗୁଥିଲା , ତାଙ୍କର ଶୁଟିଙ୍ଗ ସେଟରେ ବାରମ୍ବାର ଯିବା ଦ୍ଵାରା ଶୁଟିଙ୍ଗ ସେଟରେ  ଶର୍ମିଲା ଟାଗୋରଙ୍କ ସହ ଘନିଷ୍ଟତା ବଢିଥିଲା ।

ଶର୍ମିଲା ଜୟାଙ୍କୁ ନିଜ ସାନ ଭଉଣୀ ଭଳି ବ୍ୟବହାର କରିଥିଲେ । ଏହି ଶୁଟିଙ୍ଗ ଦେଖି ଦେଖି ଜୟାଙ୍କ ଫିଲ୍ମ ପ୍ରତି ଇଚ୍ଛା ସୃଷ୍ଟି ହେଲା । ଏହା ପରେ ତା ପର ବର୍ଷ ଶର୍ମିଲା ଟାଗୋରଙ୍କ ପରାମର୍ଶ ଦ୍ଵାରା ସତ୍ୟଜିତ ରାୟଙ୍କ ଫିଲ୍ମ ମହାନଗରରେ ଜୟା ଅଭିନୟ କରିଥିଲେ । ଜୟା ବଚ୍ଚନଙ୍କୁ ଯଦି କେହି ପଚାରନ୍ତି କି ସେ ନିଜ ଫିଲ୍ମ ଜୀବନର ଆରମ୍ଭ କେଉଁଠୁ କରିଛନ୍ତି ତ ସେ ଓଡିଶା ନାଁ କହନ୍ତି ।

Leave a Reply

Your email address will not be published. Required fields are marked *