ଯେଉଁ ଘରେ ଏହି 5ଟି ଜିନିଷ ଥାଏ ସେହି ଘରୁ ଦରିଦ୍ରତା ଦୂରେଇ ରୁହେ- Sri Krishna

ଭଗବାନ କୃଷ୍ଣଙ୍କ ମତରେ କୌଣସି ମଣିଷ ଗୀତା ପାଠ କରିଲେ ସବୁ ଦୁଖ କଷ୍ଟରୁ ମୁକ୍ତି ପାଇଥାଏ । ବ୍ଯକ୍ତିର କର୍ମ ମାନୁସାରେ ଫଳ ପାଇଥାଏ । ମଣିଷ ଜୀବନରେ ଯେଉଁ ଦରିଦ୍ରତା ଆସିଥାଏ ତାହା ତାର କର୍ମ ଫଳ ଅନୁଯାୟୀ ମିଳିଥାଏ । ଭଗବାନ କୃଷ୍ଣ ବାସ୍ତୁ ଦୋଷ ଦୂର କରିବା ପାଇଁ ମଧ୍ୟ କିଛି ଉପାୟମାନ କହିଛନ୍ତି । ଆପଣଙ୍କ ଘରେ ଯଦି ଏହି ୫ଟି ଜିନିଷ ରହିଛି ତେବେ ଆପଣଙ୍କ ଘରେ କେବେ ବି ଦରିଦ୍ରତା ଆସିବା ନାହି ବୋଲି ଭଗବାନ କୃଷ୍ଣ କହିଛନ୍ତି ।

ଘରେ ଥିବା ପ୍ରତେକ ବସ୍ତୁର ବିଶେଷ ମହତ୍ଵ ରହିଛି । ଯାହା ଦ୍ଵାରା ସାକାରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ବସ୍ତୁ ଗୁଡିକ ବିଷୟରେ ଯାହା ଦ୍ଵାରା ଦରିଦ୍ରତା ଦୂର ହୋଇଥାଏ ।

୧- ଭଗବାନ କୃଷ୍ଣ ଯୁଧିଷ୍ଠରଙ୍କୁ କହିଥିଲେ ଯେ ଘର ଓ ରାଜ୍ୟ ରେ ପାଣିର ଉଚିତ ସୁବିଧା ଘରର ଉତ୍ତର-ପୂର୍ବ ଦିଗରେ କରିବା ଉଚିତ । କାରଣ ଏହି ଦିଗ ଇଶାନ କୋଣ ବା ଇଶ୍ଵରଙ୍କ ଦିଶା ଭାବେ ମାନାଯାଏ । ପୌରାଣିକ କଥା ଅନୁସାରେ ସୋସିଲା ଲୋକକୁ ପାଣି ପିଆଇବା ଠାରୁ ପୂଣ୍ୟ କାମ ଆଉ କିଛି ନାହି ।

୨- ଭଗବାନ କୃଷ୍ଣଙ୍କର ଗୋମାତା ବହୁତ ପ୍ରିୟ ଥିଲେ । ଗାଈର ମୁତ୍ର, ଗୋବର, ଦହି, ଘିଅ ବହୁତ ଉପୋଯୋଗୀ ଅଟେ । ଗାଈକୁ ସର୍ବଗୁଣ ସମ୍ପନ୍ନ ମାନା ଯାଇଛି । ଭଗବାନ କୃଷ୍ଣଙ୍କ ମତରେ କାମଧେନୁ ମାତାଙ୍କର ମୂର୍ତ୍ତି ରଖିବା ଉଚିତ ।

୩- ଘରେ ମହୁ ରହିବା ବହୁତ ଶୁଭ ମାନା ଯାଇଛି । ଭଗବାନ କୃଷ୍ଣ ଯୁଧିଷ୍ଠିରଙ୍କୁ ଦରିଦ୍ରତା ଦୂର କରିବା ପାଇଁ ଆଉ ଏକ ଉପାୟ ବିଷୟରେ କହିଛନ୍ତି ଯେ ମହୁ ଏମିତି ଏକ ପଦାର୍ଥ ଯାହା ଆମା ଆତ୍ମାକୁ ଶୁଦ୍ଧ କରିଥାଏ ତାହା ନୁହେଁ ବରଂ ଘରର ବାତାବରଣ ମଧ୍ୟ ସ୍ଵଚ୍ଛା ହୋଇଥାଏ । ଏହି କାରଣରୁ ପୂଜା ପାଠ ରେ ମହୁର ବ୍ୟବହାର କରାଯାଏ ।

୪- ଭଗବାନ କୃଷ୍ଣଙ୍କର ବଂଶୀ ବହୁତ ପ୍ରିୟ ହୋଇଥାଏ । ବଂଶୀରେ ୩ଟି ଗୁଣ ରହିଛି । ପ୍ରଥମ ହେଉଛି ଏଥିରେ କୌଣସି ଅଳିଆ ନ ଥାଏ ଯାହା ଦ୍ଵାରା ଜଣା ପଡିଥାଏ କି ମଣିଷ ମନରେ କାହା ପ୍ରତି ଖରାପ ମନୋଭାବ ରଖିବା ଉଚିତ ନୁହେଁ । ଦିତୀୟଟି ହେଉଛି ବଂଶିର ସ୍ଵର ମିଠା ହୋଇ ଥିବାରୁ ଆମକୁ ସୂଚନା ଦେଇଥାଏ କେବେ ବି କଟୁ ବଚନ କହିବା ଉଚିତ ନୁହେଁ । ସର୍ବଦା ମଧୁର ବଚନ ଅନ୍ୟ ମାନଙ୍କୁ କହିବା ଉଚିତ । ତୃତୀୟଟି ହେଉଛି ଯେଉଁଠି ଆବଶ୍ୟକ ନାହି ସେଠାରେ କଥା କହିବା ଅନୁଚିତ ।

୫- ପଦ୍ମ ଫୁଲକୁ ପବିତ୍ରତାର ପ୍ରତୀକ ମାନାଯାଏ । ପଦ୍ମା ଫୁଲ ଘରେ ରଖିଲେ ଘରେ ଶୁଦ୍ଧତା ରହିଥାଏ । ତେଣୁ ଘରେ ସର୍ବଦା ପଦ୍ମ ଫୁଲ ରଖିବା ଶୁଭ ହୋଇଥାଏ ।

୬- ଭଗବାନ କୃଷ୍ଣ ଗଲାରେ ବୈଜୟନ୍ତୀ ମାଳା ଧାରଣ କରୁଥିଲେ । ଏହା ପଦ୍ମ ଫୁଲର ମଞ୍ଜିରେ ତିଆରି ହୋଇଥାଏ ଯାହା କେବେ ଖରାପ ହୁଏ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *