ଯେଉଁ ପୁରୁଷ ମାନଙ୍କ ମଧ୍ୟରେ ଏହି 5 ଲକ୍ଷଣ ଥାଏ ସେ ସାରାଜୀବନ ଗରିବ ହିଁ ରହିଥାଏ- Bidur Niti

ବନ୍ଧୁଗଣ ମହାତ୍ମା ବିଦୁର ନିଜର ନୀତିବାଣୀ ରେ ପୁରୁଷ ମାନଙ୍କର  ଏପରି ୫ ଟି ଖରାପ ଲକ୍ଷଣ ବିଷୟରେ କହିଛନ୍ତି ଯେ, ଯେଉଁମାନେ ଜୀବନରେ କେବେ ଧନ ର ପ୍ରାପ୍ତି କରିନଥାନ୍ତି । ତାଙ୍କର ଖରାପ ଲକ୍ଷଣ କାରଣରୁ ସେମାନେ ସମାଜରେ ବାରମ୍ବାର ଅପମାନିତ ହୋଇଥାନ୍ତି । ଏହିଭଳି ପୁରୁଷ ମାନେ ଘରର ଲକ୍ଷ୍ମୀଙ୍କୁ ମଧ୍ୟ ହରାଇ ବସିଥାନ୍ତି । ଏମାନଙ୍କ ପରିବାର ସଦସ୍ୟ ମଧ୍ୟ ଏମାନଙ୍କର ସମ୍ମାନ କରିନଥାନ୍ତି ।

ଏହିଭଳି ମୂର୍ଖ ପୁରୁଷଙ୍କୁ ଦୁଖ ହିଁ ଭୋଗିବାକୁ ହୋଇଥାଏ । ବନ୍ଧୁଗଣ ଆପଣଙ୍କ ମଧ୍ୟରେ ଯଦି ଏହିସବୁ ଲକ୍ଷଣ ପରିଲକ୍ଷିତ ହେଉଛି ତେବେ ଯେତେ ଶୀଘ୍ର ଏହିସବୁ ଲକ୍ଷଣ ଗୁଡିକୁ ତ୍ୟାଗ କରନ୍ତୁ, ନଚେତ ବହୁତ ବଡ ବିପତ୍ତିରେ ପଡିବେ ।

୧- ବିଦୁର ଙ୍କ କହିବା ଅନୁସାରେ ପୁରୁଷ ଜଣକ ଭୁଲିଯାଇଥାଏ ଯେ, ଭୁତ୍ତକାଳ ରେ ତାହା ସାଙ୍ଗେ କିଏ ଖରାପ କରିଥିଲା, ତାହା ସହିତ କେହିଜଣେ ଅନ୍ୟାୟ କରିଥିଲା ସେ ପୁରୁଣା କଥାକୁ ବର୍ତ୍ତମାନ ରେ ଆଲୋଚନା କରି କ୍ରୋଧିତ ହୋଇନଥାଏ । ଯାହା ଜୀବନରେ ବୀତି ଯାଇଛି ତାହା କେବେ ଫେରି ଆସିବ ନାହିଁ, ସେ ତାକୁ ଭୁଲି ଆଗକୁ ବଢିବାକୁ ଚେଷ୍ଟା କରିଥାଏ । ମାତ୍ର ଜଣେ ମୂର୍ଖ ପୁରୁଷ ବିତିଯାଇଥିବା କୌଣସି କଥାକୁ ଭୁଲିନଥାଏ । ସେ ପ୍ରତିଶ୍ରୋଦ୍ଧ ର ଜଳାରେ ଜଳୁଥାଏ । ଏହିଭଳି ପୁରୁଷଙ୍କ ବିକାଶ କେବେମଧ୍ୟ ହୋଇନଥାଏ ।

୨- ଦେଖାଇ ହେବା, ଜଣେ ମୂର୍ଖ ପୁରୁଷ ର ଦୁର୍ଗୁଣ ହୋଇଥାଏ ସେ ଜାଣିଶୁଣି ଖରାପ ବ୍ୟବହାର କରିଥାଏ । ଅନ୍ୟକୁ ନିଚ୍ଚ ଦେଖାଇବା ପାଇଁ ଜାଣିଶୁଣି ସୁନ୍ଦର ବସ୍ତ୍ରର ପରିଧାନ କରିଥାଏ । ସେ ନୂତନ ବସ୍ତ୍ର ପିନ୍ଧି ଜାଣିଶୁଣି ଅନ୍ୟକୁ ଜଳାଇବା ଭଳି ବ୍ୟବହାର କରିଥାଏ । ବନ୍ଧୁଗଣ ଏହା ଶାସ୍ତ୍ର ଅନୁସାରେ ଗୋଟିଏ ନିଚ୍ଚ ପୁରୁଷର ସ୍ଵୋଭାବ ଅଟେ । ଉତ୍ତମ ପୁରୁଷ ମାନେ କେବେ ମଧ୍ୟ କାହାକୁ ନିଚ୍ଚ ଦୃଷ୍ଟିରେ ଦେଖନ୍ତି ନାହିଁ । ସେମାନେ ସମାଜରେ ପ୍ରତିଷ୍ଟିତ ହୋଇଥାନ୍ତି । ସମସ୍ତଙ୍କୁ ସମାନତା ଭାବରେ ଗ୍ରହଣ କରିଥାନ୍ତି । ସେମାନଙ୍କ ଆଚରଣର ପ୍ରଶଂସା ଚାରିଆଡେ ହୋଇଥାଏ ।

୩- ବଳପୂର୍ବକ ସମ୍ମାନ ପାଇବା, ବନ୍ଧୁଗଣ ନିଚ୍ଚ ସ୍ଵୋଭାବର ପୁରୁଷ ମାନେ ବଳପୂର୍ବକ ସମ୍ମାନ ପାଇବାକୁ ଚେଷ୍ଟା କରିଥାନ୍ତି । ଯଦି ତାଙ୍କୁ ସମ୍ମାନ ମିଳିନଥାଏ ତେବେ ସେମାନେ କ୍ରୋଧିତ ହୋଇ ଅନ୍ୟକୁ କ୍ଷତି ପହଞ୍ଚାଇଥାନ୍ତି । କପଟ କରି କେବେ ମଧ୍ୟ ଉପରକୁ ଯାଇ ହେବନାହିଁ ।

୪- ଯାହାଙ୍କ ଭାଷାର ମରିୟାଦା ନଥାଏ, ବନ୍ଧୁଗଣ ଗୋଟିଏ ନିଚ୍ଚ ବ୍ଯକ୍ତିର କଥା ବାରତା ର କୌଣସି ମରିୟାଦା ନଥାଏ । ସେ କ୍ରୋଧରେ ନିଜ ମୁଖରୁ କେବଳ ନିଚ୍ଚ ର ଭାଷା କହିଥାଏ । ତାହାର ମୁଖରୁ କେବଳ ଅପଶବ୍ଦ ନିର୍ଗତ୍ତ ହୋଇଥାଏ । ଏହା ଅନ୍ୟକୁ ବହୁଳ ମାତ୍ରାରେ କଷ୍ଟ ପହଞ୍ଚାଇଥାଏ । କୌଣସି ସଜ୍ଜନ ଙ୍କର କମ୍ଜ୍ଜୋରୀ ଜାଣି ତାଙ୍କୁ କଟୁ ଶବ୍ଦ କହିବା ଆଦୌ ଉଚିତ ନୁହେଁ । ଯେଉଁ ପୁରୁଷ ଙ୍କ କଥା ଧୀର ବୁଝିବା ଶକ୍ତି ରହିଥାଏ ସେହିଁ ଉତ୍ତମ ପୁରୁଷ ହୋଇଥାଏ ।

୫- ହିଂସା କରିବା, ବନ୍ଧୁଗଣ ନିଚ୍ଚ ପୁରୁଷର ଏହି ଲକ୍ଷଣ ରହିଥାଏ ଯେ ସେ କ୍ରୋଦ୍ଧ ରେ ଆସି ହିଂ-ସା କରିଥାଏ । ସେହି ସମୟରେ ସେ ସ୍ଵୋୟଙ୍ଗ ର ପ୍ରାଣ ର ମଧ୍ୟ ଚିନ୍ତା କରିନଥାଏ । ମାତ୍ର ଉତ୍ତମ ପୁରୁଷ ମଧୁର ବାର୍ତ୍ତା ଦ୍ଵାରା ସମସ୍ତ ଶଙ୍କା ର ସାମାଧାନ କରିଥାନ୍ତି । ସେମାନେ ଅନ୍ୟର ହୃଦୟ ପରିବର୍ତ୍ତନ କରିଥାନ୍ତି କିନ୍ତୁ କାହା ଉପରେ ହାତ ଉଠାଇନଥାନ୍ତି ।

ନିଜ କମ୍ଜ୍ଜୋର ପତ୍ନୀ, ମାତା ତଥା ଅନ୍ୟ କାହା ଉପରେ ମଧ୍ୟ ହାତ ଉଠାଇବା କଥା ନୁହେଁ । ବନ୍ଧୁଗଣ ଏହାଥିଲା ନିଚ୍ଚ ପୁରୁଷ ମାନଙ୍କ ଲକ୍ଷଣ ଯଦି ଆପଣଙ୍କ ପାଖେ ଏହିସବୁ ଲକ୍ଷଣ ପରିଲକ୍ଷିତ ହେଉଅଛି ତେବେ ଆପଣ ଏହାକୁ ବଦଳାଇ ନିଅନ୍ତୁ ନହେଲେ ଆପଣ ସମାଜରେ ନିନ୍ଦା ଅପବାଦ ର ମୁଖପାତ୍ର ହେବେ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *