ଝିଅ ଆମର ନୂଆ ବୋହୁ ସିରିଏଲର ଅଭିନେତା ଅଭିଜିତ ଦାସଙ୍କ Real ଲାଇଫ Family

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତା ଅଭିଜିତ ଦାସଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ । କହିବାକୁ ଗଲେ ସେ ବହୁତ ହ୍ୟାଣ୍ଡସମ ଓ ଦେଖିବାକୁ ସ୍ମାର୍ଟ ବି ଲାଗନ୍ତି । ବର୍ତ୍ତମାନ ଅଭିଜିତ ଦାସଙ୍କ ନୂଆ ସିରିଏଲ ଝିଅ ଆମର ନୂଆ ବୋହୁରେ ମୁଖ୍ୟ ଅଭିନେତା ରୂପରେ ନଜର ଆସୁଛନ୍ତି ।

ଏହି ସିରିଏଲ ପ୍ରସାରିତ ହେଉ ହେଉ ବହୁତ ଚର୍ଚିତ ମଧ୍ୟ ହୋଇ ଯାଇଛି । ଏହା ସହ ଏହି ସିରିଏଲର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ବି ଦର୍ଶକମାନେ ବହୁତ ପସନ୍ଦ ବି କରୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଅଭିଜିତ ଦାସ ଯିଏକି ଏହି ସିରିଏଲର ମୁଖ୍ୟ ଅଭିନେତା ଅଟନ୍ତି ତାଙ୍କ ବିଷୟରେ କହିବୁ । କହିଦେଉଛୁ କି ଅଭିଷେକ ଦାସଙ୍କ ଜନ୍ମ ଭୁବନେଶ୍ଵରେ ହୋଇଥିଲା ।

ପିଲାଦିନୁ ହିଁ ପାଠ ପଢିବା ସହିତ ଅଭିଜିତ ଅଭିନୟ ପ୍ରତି ବି ରୁଚି ରଖୁଥିଲେ । ସେ ନିଜର ଅଭିନୟ କ୍ୟାରିୟରର ଆରମ୍ଭ ୨୦୧୯ରେ ‘ଅଜବ ସଞ୍ଜୁର ଗଜବ ଲଭ’ ଫିଲ୍ମରୁ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଡେବ୍ୟୁ କରିବା ପରେ ଅଭିଜିତ ଦାସ ଆଉ ପଛକୁ ବୁଲି ଦେଖି ନାହାନ୍ତି । ବର୍ତ୍ତମାନ ଅଭିଜିତ ଦାସ ତରଙ୍ଗ ଟିଭିର ନୂଆ ସିରିଏଲ ଝିଅ ଆମର ନୂଆ ବୋହୁରେ ମୁଖ୍ୟ ଅଭିନେତା ରୂପରେ ନଜର ଆସୁଛନ୍ତି ।

ଏହାର ପ୍ରମୋ ବହୁତ ଦିନ ହେବ ପ୍ରସାରିତ ହୋଇସାରିଛି ଓ ସେହି ସମୟରୁ ହିଁ ଦର୍ଶକମାନେ ଏହି ସିରିଏଲକୁ ଅପେକ୍ଷା କରିଥିଲେ । ଯାହାର କି ଗୋଟିଏ ଏପିସୋଡ ବର୍ତ୍ତମାନ ରିଲିଜ ହୋଇଛି । ଯାହାକୁ ଦେଖୁ ଦେଖୁ ଲୋକମାନେ ଏହାର ଦିବାନ ହୋଇ ସାରିଛନ୍ତି । ଏହା ସହିତ ଅଭିଜିତଙ୍କ ଅଭିନୟ ଦେଖି ଲୋକମାନେ ତାଙ୍କୁ ପସନ୍ଦ କରିବାକୁ ଲାଗିଛନ୍ତି ଓ ସେ ବର୍ତ୍ତମାନ ବହୁତ ଲୋକପ୍ରିୟ ମଧ୍ୟ ହୋଇ ଯାଇଛନ୍ତି ।

ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ଫଟୋରେ ଆପଣ ଦେଖି ପାରୁଥିବେ କି ଅଭିଜିତ ନିଜ ପିତା ମାତାଙ୍କ ସହ ଛିଡା ହୋଇଛନ୍ତି । ଏହା ଛଡା ତାଙ୍କ ପରିବାରରେ ତାଙ୍କର ଜଣେ ବଡ ଭାଇ ଓ ଭାଉଜ ବି ଅଛନ୍ତି । ତାଙ୍କର ପତ୍ନୀଙ୍କ ବିଷୟରେ କହିବା ତେବେ ତାଙ୍କର ଧର୍ମ ପତ୍ନୀଙ୍କ ନାଁ ହେଉଛି ନୀଳିମା ଦାସ ।

ଅଭିଜିତ ଓ ନୀଳିମା ୨୦୨୦ରେ ବିବାହ କରିଥିଲେ । ବର୍ତ୍ତମାନ ଅଭିଜିତ ତାଙ୍କର ପରିବାର ସହ ବହୁତ ଖୁସିରେ ଅଛନ୍ତି । ଅଭିଜିତ ଦାସ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ସେ ତାଙ୍କର ବହୁତ ଫଟୋ ଶେୟାର କରନ୍ତି । ଯାହାକୁ ତାଙ୍କର ଫ୍ୟାନମାନେ ବହୁତ ଲାଇକ ବି କରନ୍ତି ।

Leave a Reply

Your email address will not be published. Required fields are marked *